AFFILIATE MARKETING

https://binomo.com?a=90810425bb57&t=0

Sunday, January 7, 2024

ଭିତରକନିକାରେ ମେଳି ବାନ୍ଧୁଛନ୍ତି ବିଦେଶୀ ପକ୍ଷୀ 16 ବର୍ଷ ମଧ୍ୟରେ ସର୍ବାଧିକ

COASTAL NEWS ODIA 1650

 ଭିତରକନିକାରେ ମେଳି ବାନ୍ଧୁଛନ୍ତି ବିଦେଶୀ ପକ୍ଷୀ 16 ବର୍ଷ ମଧ୍ୟରେ ସର୍ବାଧିକ



କେନ୍ଦ୍ରାପଡ଼ା-(CNO) ଶୀତ ଋତୁ ହେଲେ ଗହଳି ଲାଗେ ବିଦେଶୀ ପକ୍ଷୀମାନଙ୍କର ପକ୍ଷୀମାନଙ୍କ କୋଳାହଳରେ ଚଳଚଞ୍ଚଳ ହୋଇପଡେ ଭିତରକନିକା ଅଭୟାରଣ୍ୟ । ଏ ବର୍ଷ ଭିତରକନିକା ଜାତୀୟଉଦ୍ୟାନରେ ମେଳି ବାନ୍ଧୁଛନ୍ତି ବିଦେଶାଗତ ପକ୍ଷୀ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । 

ବନବିଭାଗ ପକ୍ଷରୁ ହୋଇଥିବା ଗଣନା ରିପୋର୍ଟରୁ ଏହା ଜଣାପଡିଛି । ଗତବର୍ଷ ଭିତରକନିକାକୁ 1 ଲକ୍ଷ 39 ହଜାର 959 ଟି ପକ୍ଷୀ ଆସିଥିଲେ । ଏ ବର୍ଷ 1 ଲକ୍ଷ 51 ହଜାର 521 421 ଆସିଛନ୍ତି । ଅର୍ଥାତ ଗତବର୍ଷଠାରୁ ଏ ବର୍ଷ ଭିତରକନିକାକୁ 12462 ଅଧିକ ପକ୍ଷୀ ଆସିଥିବା ଜଣାପଡିଛି । ଗତ 16 ବର୍ଷ ମଧ୍ୟରେ ଏହା ସର୍ବାଧିକ । ଗତବର୍ଷ ଭିତରକନିକାକୁ 140 ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଏ ବର୍ଷ 121 ଲାର୍ଜ ହୁଇସିଲିଂ ଡକ୍‌ ପ୍ରଜାତିର ପକ୍ଷୀ ସବୁଠୁ ଅଧିକ 28090 ଆସିଛନ୍ତି ।ଚଳିତବର୍ଷ ଭିତରକନିକାରେ ବିରଳ କମନସେଲ ଡକ୍‌ ପକ୍ଷୀଙ୍କୁ ଦେଖିବାକୁ ମିଳିଛି । ଏହାବାଦ୍‌ ଭିତରକନିକାରେ କମନ୍‌ ସୋଲଭର ଜାତୀୟ ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।


ଏ ବର୍ଷ ବିଦେଶାଗତ ପକ୍ଷୀଙ୍କ ମଧ୍ୟରୁ ଗ୍ରେବସ, ପେଲିକାନସ, କରମୋରାନ୍‌ଟସ ଆଣ୍ଡ ଡାର୍ଟର, ହେରନସ, ଏଗ୍ରେଟ୍ସ ଏବଂ ବିଟର୍ସ, ଷ୍ଟୋର୍କସ, ଇବିସେସ ଏବଂ ସ୍ପୁନବିଲ, ଫ୍ଲମିଙ୍ଗସ, ଗିଜ ଏବଂ ଡକସ, କ୍ରେନଓ, ରେଲସ ଏବଂ ଗାଲିନଲସ ଏବଂ କୁଟ, ଫିନଫୁଟ ଏବଂ ଜାକାନାସ, ସୋରବାର୍ଡ ୱାଡର୍ସ, ଗଲ୍‌ସ, ଟରନଓ ଏବଂ ସ୍କିନରସ ଏବଂ ଅନ୍ୟାନ୍ୟ ବିଦେଶୀ ପକ୍ଷୀ ଗଣନା ବେଳେ ଚିହ୍ନଟ କରାଯାଇଛି । ଏହି ପକ୍ଷୀଗୁଡିକ ପ୍ରଚଣ୍ଡ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ହିମାଳୟ ପାଦ ଦେଶ ଓ ଲଦାଖ, ସାଇବେରିଆ ଓ ଉତ୍ତର ଗୋଲାର୍ଦ୍ଧରୁ ଏଠାକୁ ଆସିଥିବା ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 


 
ଚଳିତ ମାସ 6 ତାରିଖ ଦିନ 18 ଟି ଟିମ୍‌ ଭିତରକନିକା ଅଭୟାରଣ୍ୟନରେ ଏହି ଗଣନା କାର୍ଯ୍ୟ କରାଯାଇଥିଲା । ରାଜନଗର ବନ ବିଭାଗ ପକ୍ଷରୁ 5 ଟି ରେଞ୍ଜ ଅଂଚଳରେ ଭିଡ ଜମାଇଥିବା ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଇଥିଲା । ସାତଭାୟା, ଗହୀରମଥାର ଚଟକା ଓ ଶାସନପେଟା ଫରେଷ୍ଟ ବ୍ଲକ ଅଂଚଳରେ ଅଧିକ ସଂଖ୍ୟାରେ ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳିଛି । ଏହି ପକ୍ଷୀମାନଙ୍କ ଆଗମନରେ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ସଂଖ୍ୟା ଆଶାଜନକ ଭାବେ ବୃଦ୍ଧି ପାଇଛି l

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...