AFFILIATE MARKETING

https://binomo.com?a=90810425bb57&t=0

Wednesday, January 3, 2024

ବୟଫ୍ରେଣ୍ଡ ସହ ବୁଲିବା ହେଲା କାଳ, ଗଣ ଦୁଷ୍କର୍ମର ଶିକାର ହେଲେ ନାବାଳିକା ୧୧ ଅଭିଯୁକ୍ତ ଗିରଫ

COASTAL NEWS ODIA 1634

ବୟଫ୍ରେଣ୍ଡ ସହ ବୁଲିବା ହେଲା କାଳ, ଗଣ ଦୁଷ୍କର୍ମର ଶିକାର ହେଲେ ନାବାଳିକା ୧୧ ଅଭିଯୁକ୍ତ ଗିରଫ



ବିଶାଖାପାଟଣା - (CNO) ସମ୍ବିଧାନ ସଂଶୋଧନ ହେବା ସହିତ ନାରୀ ନିର୍ଯ୍ୟାତନା ଓ ବଳାତ୍କାର ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ କଠିନ ଆଇନ୍ପୁ ପ୍ରଣୟନ ହୋଇଥିଲେ ମଧ୍ଯ ଏକ ଛାତି ଥରା ଘଟଣା ସାମ୍ନାକୁ ଆସିଛି । ବୟ ଫ୍ରେଣ୍ଡ ସହ ପ୍ରେମିକା ବୁଲିବାକୁ ଯାଇଥିଲେ ବେଳାଭୁମି । ଆଉ ଗଣଦୁଷ୍କର୍ମର ହୋଇଗଲେ ଶିକାର । ଏକା ବେଳକେ ୧୩ ଜଣ ଅମଣିଷ, ନାବାଳିକାଙ୍କୁ କରିଛନ୍ତି ଦୁଷ୍କର୍ମ । 

ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ରୁ । ନାବାଳିକା ଜଣକ ପ୍ରଥମେ ପ୍ରେମିକ ଓ ତା'ର ସହଯୋଗୀଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିଲେ । ପରେ ବିଶାଖାପାଟନମର ଆର.କେ ବିଚରେ ୧୧ ଜଣ ଫଟୋଗ୍ରାଫର ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏହି ଘଟଣା ଡିସେମ୍ବର ୧୭ ରୁ ୧୯ ତାରିଖ ମଧ୍ୟ ଘଟିଥିଲା । ହେଲେ ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ନାବାଳିକାଙ୍କ ପରିବାର ଲୋକ ନିଖୋଜ ଖବର ନେଇ ଥାନାରେ ପହଞ୍ଚିଥିଲେ । ପରେ ସେମାନଙ୍କୁ ବିଶାଖାପାଟନମର ଏକ ପାଖ ଗାଁରୁ ଉଦ୍ଧାର କରାଯାଇଥିଲା । 

ନାବାଳିକାଙ୍କ ଘର ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ବୋଲି ଜଣାପଡ଼ିଛି । ପୀଡିତାଙ୍କ ସୂଚନାକୁ ଆଧାର କରି ବିଶାଖାପାଟନମ୍ ପୋଲିସ ୧୧ ଅଭିଯୁକ୍ତଙ୍କୁ ଗିରଫ କରିଛି । ଝାଡଖଣ୍ଡର ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଟ୍ରାକ କରିବାକୁ ପ୍ରଚେଷ୍ଟା ଚଳାଇଛି ପୋଲିସ । 

ପୋଲିସର ସୁଚନାନୁଯାୟୀ , ଡିସେମ୍ବର ୧୮ ତାରିଖରେ ଫୋର୍ଥ ଟାଉନ୍ ଥାନାକୁ ନିଖୋଜ ଅଭିଯୋଗ ଆସିଥିଲା । ନାବାଳିକାଙ୍କ ବାପା ଏହି ଏତଲା ଦେଇଥିଲେ । ବାପାଙ୍କ କହିବା କଥା ତାଙ୍କ ଝିଅ, ଜଣେ ସରକାରୀ ଚାକିରିଆଙ୍କ ଘରେ ମେଡ୍ ଭାବେ ଘର କାମ କରେ । ମାଲିକ ଘର ଲୋକେ ଛୁଟି କାଟିବା ପାଇଁ କିଛି ଦିନ ପାଇଁ ବାହାରକୁ ଯାଇଛନ୍ତି । 

ହେଲେ ଏବେ ସେ କେଉଁ ଆଡ଼େ ନିଖୋଜ ହୋଇଛି । ପୋଲିସକୁ ପୀଡିତା ଜଣଙ୍କ ବିବୃତ୍ତି ଦେଇ କହିଛନ୍ତି, ଡିସେମ୍ବର ୧୭ରେ ସେ ତାଙ୍କ ପ୍ରେମିକଙ୍କ ସହ ଆର.କେ ବିଚକୁ ଯାଇଥିଲେ । ତାଙ୍କ ପ୍ରେମିକ ତାଙ୍କୁ ଏକ ଲଜକୁ ନେଇଗଲେ, ଯେଉଁଠାରେ ସେ ଏବଂ ତାଙ୍କ ବନ୍ଧୁ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହି ଘଟଣା ପରେ ଝିଅଟି ଜୀବନ ହାରିବାକୁ ଆର.କେ ବେଳାଭୂମିରେ ପହଞ୍ଚିଥିଲା । 

ସେଠାରେ ଜଣେ ସି ବିଚ୍ ଫଟୋଗ୍ରାଫର ତାଙ୍କୁ ସାହାଯ୍ୟ କରିବାକୁ ପ୍ରତିଜ୍ଞା କରି ତାଙ୍କୁ ଏକ ଲଜକୁ ନେଇଗଲେ, ଯେଉଁଠାରେ ସେ ତାଙ୍କ ସହଯୋଗୀମାନଙ୍କ ସହ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ତାଙ୍କୁ ଦୁଇ ଦିନ ଧରି ୧୩ ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିଲେ ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...