AFFILIATE MARKETING

https://binomo.com?a=90810425bb57&t=0

Thursday, January 4, 2024

ହତ୍ୟା ଆଉ ପ୍ରତିଶୋଧ KILLING A BLACKMAILER GIRLFRIEND ବ୍ଲାକ୍‌ମେଲ କରୁଥିଲା ମଡେଲ ଗର୍ଲଫ୍ରେଣ୍ଡ ! ଗୁଳିକରି ଉଡ଼ାଇଦେଲା ଗ୍ୟାଙ୍ଗଷ୍ଟର ବୟଫ୍ରେଣ୍ଡ

COASTAL NEWS ODIA 1639

ହତ୍ୟା ଆଉ ପ୍ରତିଶୋଧ
KILLING A BLACKMAILER GIRLFRIEND 
ବ୍ଲାକ୍‌ମେଲ କରୁଥିଲା ମଡେଲ ଗର୍ଲଫ୍ରେଣ୍ଡ ! ଗୁଳିକରି ଉଡ଼ାଇଦେଲା ଗ୍ୟାଙ୍ଗଷ୍ଟର ବୟଫ୍ରେଣ୍ଡ


ଗୁରୁଗାଓଁ - (CNO) ଅଶ୍ଳୀଳ ଭିଡିଓ ଓ ଫଟୋକୁ ନେଇ ବ୍ଲାକ୍‌ମେଲ କରୁଥିଲା ମଡେଲ ଗର୍ଲଫ୍ରେଣ୍ଡ ! ଗୁଳିକରି ଉଡ଼ାଇଦେଲା ଗ୍ୟାଙ୍ଗଷ୍ଟର ବୟଫ୍ରେଣ୍ଡ, ମିଳିନାହିଁ ମୃତ ଦେହ l ହୋଟେଲ ମାଲିକ ଓ ହୋଟେଲର କର୍ମଚାରୀ ଓମ୍‌ ପ୍ରକାଶ ଏବଂ ହେମରାଜକୁ ଗିରଫ କରିଛି ପୋଲିସ । ମଡେଲ ଦିବ୍ୟା ପାହୁଜାଙ୍କ ମୃତଦେହକୁ ଏହି ଦୁଇ ହୋଟେଲ କର୍ମଚାରୀ ଲୁଚାଇଥିବା ଜଣାପଡ଼ିଛି ।

ଏକ ଚାଞ୍ଚଲ୍ୟକର ଘଟଣା ଜଣେ ଗ୍ୟାଙ୍ଗଷ୍ଟର କୁ ବ୍ଲାକ୍‌ମେଲିଂ  କରୁଥିବା ଗର୍ଲଫ୍ରେଣ୍ଡ କୁ ହତ୍ୟା କରି ପ୍ରତିଶୋଧ ନେଇଛି ଗ୍ୟାଙ୍ଗଷ୍ଟର । ୨୭ ବର୍ଷିୟ ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣା କୌଣସି ଫିଲ୍ମର କାହାଣୀଠୁ ବି କିଛି କମ୍‌ ନୁହେଁ । ଯାହାକି ଧୀରେ ଧୀରେ ସାମ୍‌ନାକୁ ଆସିବାରେ ଲାଗିଛି । ଗତ ମଙ୍ଗଳବାର ରାତିରେ ମଡେଲ ଦିବ୍ୟା ପାହୁଜାଙ୍କୁ ହୋଟେଲରେ ହତ୍ୟା ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଧୀରେ ଧୀରେ ତଥ୍ୟ ପଦାକୁ ଆସୁଛି । ହରିୟାଣାର ଗୁରୁଗ୍ରାମରେ ଏହି ଘଟଣା ଘଟିଥିଲା । ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରିବା ସମୟରେ ବଡ଼ ରହସ୍ୟ ଉନ୍ମୋଚିତ ହୋଇଛି ।


ଏହି ଘଟଣାରେ ହୋଟେଲ ମାଲିକ ସନ୍ଦୀପ ଗାଡେଲି ଓ ହୋଟେଲର କର୍ମଚାରୀ ଓମ୍‌ ପ୍ରକାଶ ଏବଂ ହେମରାଜକୁ ଗିରଫ କରିଛି ପୋଲିସ । ମଡେଲ ଦିବ୍ୟା ପାହୁଜାଙ୍କ ମୃତଦେହକୁ ଏହି ଦୁଇ ହୋଟେଲ କର୍ମଚାରୀ ଲୁଚାଇଥିବା ଜଣାପଡ଼ିଛି । ଯାହାର ପୂରା ଘଟଣା ହୋଟେଲରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇଛି ।

ଖାଲି ଏତିକି ଯେ ତାହାନୁହେଁ ବୟଫ୍ରେଣ୍ଡ ସନ୍ଦୀପ ଗାଡେଲି ତାଙ୍କର ଦୁଇ ସହଯୋଗୀଙ୍କୁ ଏହି କାମ ପାଇଁ ୧୦ ଲକ୍ଷ ଟଙ୍କା ଦେଇଥିଲେ । ପରେ ପରେ ଦୁଇ ସହଯୋଗୀ ସନ୍ଦୀପଙ୍କ ନୀଳ ରଙ୍ଗର ଏକ BMW କାର ନମ୍ବର DD03K240ରେ ସେଠାରୁ ଚାଲିଯାଇଥିଲେ । ଯାହାର ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି ।ପୋଲିସ ଅଭିଯୁକ୍ତ ହୋଟେଲ ମାଲିକକୁ ଜେରା କରିଛି । ପଚରା ଉଚରା ସମୟରେ ସେ ସବୁ ସତ ପ୍ରକାଶ କରିଛି । ସନ୍ଦୀପ କହିଛି ସେ ନିଜେ ହୋଟେଲ ସିଟି ପଏଣ୍ଟର ମାଲିକ । ସେହି ହୋଟେଲକୁ ଲିଜ୍ ରେ ଦିଆଯାଇଛି । 

ହୋଟେଲରେ ମଡେଲ ଦିବ୍ୟା ପାହୁଜାକୁ ଗୁଳିକରି ହତ୍ୟା କରାଯାଇଛି । ପୋଲିସକୁ ଦେଇଥିବା ବୟାନରେ ସନ୍ଦୀପ ଗାଡେଲି ଆହୁରି କହିଛି ଯେ, ଦିବ୍ୟା ଓ ତାଙ୍କର କିଛି ଅଶ୍ଳୀଳ ଫଟୋ ଭିଡିଓ ରହିଥିଲା । ଯାହାକୁ ନେଇ ମଡେଲ୍‌ ଦିବ୍ୟା ତାଙ୍କୁ ବାରମ୍ବାର ବ୍ଲାକ୍‌ମେଲିଂ କରିଆସୁଥିଲେ । ଅନେକ ଥର ବାରମ୍ବାର ଟଙ୍କା ମଧ୍ୟ ନେଇଛି ।

କ୍ରମାଗତଭାବେ ଗତ କିଛି ଦିନ ହେବ ପୁଣି ଦିବ୍ୟା ତାକୁ ଟଙ୍କା ମାଗିଥିଲେ । ବହୁତ ଅଧିକ ଟଙ୍କା ସେ ଦାବି କରିଥିବାରୁ ଦେଇପାରିନଥିଲା ସନ୍ଦୀପ ଗାଡେଲି । ତେଣୁ ଜାନୁଆରୀ ୨ ତାରିଖରେ ସେ ଦିବ୍ୟାକୁ ହୋଟେଲକୁ ଡାକିଥିଲେ । ଆଉ ସେଠାରେ ଅଶ୍ଳୀଳ ଫଟୋ ଓ ଭିଡିଓ ଗୁଡ଼ିକୁ ଡିଲିଟ୍‌ କରିବାକୁ କହିଥିଲେ । ପରେ ପରେ ସନ୍ଦୀପ ତାଙ୍କ ମୋବାଇଲ୍‌ ଆଣି ପାସ୍‌ୱାର୍ଡ ମାଗିଥିଲା । ହେଲେ ଦିବ୍ୟା ଦେଇନଥିଲେ । ଫଳରେ ରାଗିଯାଇ ଦିବ୍ୟାଙ୍କୁ ସେଠାରେ ଗୁଳି କରି ହିତ୍ୟା କରିଥିବା ସ୍ୱୀକାର କରିଛି ସନ୍ଦୀପ ।ତେବେ ଘଟଣାକୁ ନେଇ ପୋଲିସ ଆହୁରି ତଦନ୍ତ ଜାରି ରଖିଛି । ମୃତଦେହକୁ ଗାଏବ କରିବାରେ ବ୍ୟବହୃତ ହୋଇଥିବା ବିଏମଡବ୍ଲୁ କାର୍‌କୁ ଖୋଜୁଛି ପୋଲିସ ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...