AFFILIATE MARKETING

https://binomo.com?a=90810425bb57&t=0

Saturday, January 20, 2024

COASTAL NEWS ODIA 1676 ନାବାଳକକୁ ଦୁଷ୍କର୍ମ କରିଥିବା ଯୁବକକୁ ୨୦ ବର୍ଷ କାରା ଦଣ୍ଡ

COASTAL NEWS ODIA 1676

ନାବାଳକକୁ ଦୁଷ୍କର୍ମ କରିଥିବା ଯୁବକକୁ ୨୦ ବର୍ଷ କାରାଦଣ୍ଡ 

କଟକ - (CNO) ନାବାଳକକୁ ଦୁଷ୍କର୍ମ କରିଥିବା ଯୁବକକୁ ୨୦ ବର୍ଷ ଜେଲ ଦଣ୍ଡା ଦେଶ ଶୁଣାଇଲେ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ । ୬ ବର୍ଷ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ନିର୍ଯାତନା ମାମଲାର ବିଚାର କରି କଟକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଗୁରୁବାର ରାୟ ପ୍ରକାଶ କରି ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । 

ଅଭିଯୁକ୍ତ ଜଣକ ହେଲେ ଖାନନଗର ଅଞ୍ଚଳର ଚିନ୍ତାମଣି ନାୟକ । ଏପରିକି ଅଦାଲତ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ଅଦାଲତ ରାୟରେ ସ୍ପଷ୍ଟ କରିଛନ୍ତି ।ଏଥିସହ ପୀଡ଼ିତ ନାବାଳକଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ନିମନ୍ତେ ଅଦାଲତ ଜିଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ।  

ଖବର ଅନୁଯାୟୀ ୨୦୧୯ ମସିହାରେ କଟକ ମଧୁପାଟଣା ଥାନା ଅଞ୍ଚଳରେ ଘଟିଥିଲା ଏହି ଘଟଣା । ଜଣେ ୬ ବର୍ଷର ନାବାଳକ ସହ ଅପ୍ରାକୃତିକ ଯୌନ ଅପରାଧ ଘଟାଇଥିଲା ଚିନ୍ତାମଣି । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଗୁରୁବାର ଅଦାଲତ ଦୋଷୀ ଚିନ୍ତାମଣିକୁ ଦଣ୍ଡାଦେଶ ଶୁଣାଇବା ସହ ପୀଡ଼ିତଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...