AFFILIATE MARKETING

https://binomo.com?a=90810425bb57&t=0

Friday, January 5, 2024

ଠାକୁର ଅଭିରାମ ପରମହଂସ ଦେବଙ୍କ ଭକ୍ତ ସମ୍ମିଳନୀ

COASTAL NEWS ODIA 1644

ଠାକୁର ଅଭିରାମ ପରମହଂସ ଦେବଙ୍କ ଭକ୍ତ ସମ୍ମିଳନୀ



ଆଳି - (CNO) ଆଳି ବ୍ଲକ ଧାନମଣ୍ଡଳ ଗାଁରେ ଠାକୁର ଅଭିରାମ ପରମହଂସ ଦେବଙ୍କ ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇ ୩ ଦିନ ଧରି ଚାଲିଥିଲା। ୩୧ ତାରିଖ ଦିନ ଠାକୁରଙ୍କ ଜନ୍ମପୀଠ କରମଳାରୁ ପ୍ରଜ୍ଜ୍ଵଳିତ ଅଖଣ୍ଡକୁ ନାମ ସଂକୀର୍ତ୍ତନ କରି ଧାନମଣ୍ଡଳକୁ ଅଣାଯାଇଥିଲା। 

ଏହି ଭକ୍ତ ସମ୍ମିଳନୀରେ କରମଳାର ଶାନ୍ତି ଆନନ୍ଦାଶ୍ରମର ନୀଳମଣି ଦାସମହାରାଜ, ପରମେଶ୍ବର ଦାସମହାରାଜ, ସତ୍ୟ ପ୍ରଜ୍ଞାନନ୍ଦ ମହାରାଜ, ଧର୍ମେନ୍ଦ୍ର ଦାସମହାରାଜ ଯୋଗଦେଇ ଭକ୍ତମାନଙ୍କୁ ପ୍ରବଚନ ମାଧ୍ୟମରେ ସମାଜକୁ ସତମାର୍ଗରେ ଯିବାର ଓ ଈଶ୍ବର ପ୍ରାପ୍ତିର ଦିଗଦର୍ଶନ ଦେଇଥିଲେ। 


ଏହି ସମ୍ମିଳନୀରେ ସିଙ୍ଗିରି ସରପଞ୍ଚ ଅକ୍ଷୟ ଦାସ, ସମିତିସଭ୍ୟ ପ୍ରତାପ ବାରିକ, ନୀଳମଣି ସେଠୀ, ରଞ୍ଜନ ସେଠୀ, ଟୁଟୁ ପଣ୍ଡା, ଚଣ୍ଡିଆଗଡ଼ି ସରପଞ୍ଚ ସନାତନ ସାହୁ, ସମିତିସଭ୍ୟ ରାମଚନ୍ଦ୍ର ଦାସ, ବ୍ଲକ ବିଜେଡି ସଭାପତି ସନାତନ ମିଶ୍ର, ଭାଜପା ଜିଲା ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ। ଏହି ଭକ୍ତ ସମ୍ମିଳନୀକୁ ଗ୍ରାମବାସୀ ପରିଚାଳନା କରିଥିଲେ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...