AFFILIATE MARKETING

https://binomo.com?a=90810425bb57&t=0

Wednesday, January 24, 2024

ରାମ ଭକ୍ତ ହନୁମାନ ଙ୍କ ପ୍ରଭୁ ଦର୍ଶନ !

COASTAL NEWS ODIA 1681

ରାମ ଭକ୍ତ ହନୁମାନ ଙ୍କ ପ୍ରଭୁ ଦର୍ଶନ ! 



ଅଯୋଧ୍ୟା - (CNO) 2024 ମସିହା ଜାନୁଆରୀ 22 ତାରିଖ ଦିନ ଅଯୋଧ୍ୟାରେ ଶ୍ରୀ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି l ଏହିଦିନ ଇତିହାସର ପୃଷ୍ଠାରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିଯାଇଛି ଯାହା ସାକ୍ଷୀ ପୁରା ବିଶ୍ୱ । ଦେଶବାସୀଙ୍କ ପାଇଁ ଏହି ମୁହୂର୍ତ୍ତ ଅତ୍ୟନ୍ତ ଐତିହାସିକ ଥିଲା, ଯାହା ବର୍ଷ ବର୍ଷ ଧରି ନିଶ୍ଚୟ ସ୍ମରଣୀୟ ହୋଇ ରହିବ । 

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ୨ ଦିନ ହେଲାଣି ହେଲେ ଆଜି ପର୍ଯ୍ୟନ୍ତ ଅଯୋଧ୍ୟାରେ ଭକ୍ତଙ୍କ ନାହିଁ ନଥିବା ଭିଡ଼ ଦେଖିବା ପାଇଁ ମିଳୁଛି । ପ୍ରାଣ ପ୍ରତିଷ୍ଠା ସରିବା ପରେ ଆଜି ଏପରି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୋସିଆଲ ମିଡିଆରେ ଆଜି ଏକ ଖବରକୁ ନେଇ ଚର୍ଚ୍ଚା । କୁହାଯାଉଛି ରାମ ଲାଲାଙ୍କୁ ଦର୍ଶନ କରିବା ପାଇଁ ଅଯୋଧ୍ୟା ରାମ ମନ୍ଦିରରେ ଆଜି ସକାଳୁ ସକାଳୁ ହନୁମାନ ଆସିଥିଲେ । 


ଆଜି ଭୋର୍ ୫ଟା ୫୦ ସମୟରେ ଏହି ଘଟଣା । ମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ଏକ ମାଙ୍କଡ଼ ମନ୍ଦିର ଗର୍ଭଗୃହରେ ପ୍ରବେଶ କରିଥିଲା । ବାସ୍ତବରେ, ରାମ ମନ୍ଦିରର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ସୁରକ୍ଷା କର୍ମୀମାନଙ୍କ ସୂଚନା ଅନୁସାରେ, ଏକ ମାଙ୍କଡ଼ ବାହାରୁ ଆସି ସିଧା ଗର୍ଭଗୃହ ଭିତରକୁ ପ୍ରବେଶ କରିଥିଲା ।  ଭୟ ଥିଲା ଯେ, ମାଙ୍କଡ଼ଟି କାଳେ ଶ୍ରୀବିଗହକୁ ତଳେ ନ ପକାଦେଉ । ମାଙ୍କଡ଼କୁ ଘଉଡ଼ାଇବାକୁ ଗଲା ବେଳେ ସେ ସେଠାରୁ ଦୌଡ଼ି ଉତ୍ତରକ ଦ୍ୱାର ପଟରୁ ଚାଲିଯାଇଥିଲା । ଶହ ଶହ ଭକ୍ତ ଧାଡ଼ିରେ ଛିଡ଼ା ହୋଇଥିଲେ ହେଲେ ମାଙ୍କଡ଼ଟି କାହାରି କିଛି କ୍ଷୟତି କରି ନଥିଲା । 

ରାମ ମନ୍ଦିର ଟ୍ରଷ୍ଟ ଏକ ବିବୃତ୍ତି ଜାରି କରି ସୂଚନା ଦେଇଛି ଯେ, ଆଜି ସକାଳ ୫.୫୦ ମିନିଟରେ ଏକ ମାଙ୍କଡ଼ ରାମ ମନ୍ଦିର ଦକ୍ଷିଣ ଦ୍ୱାର ଦେଇ ଗର୍ଭଗୃହର ପ୍ରବେଶ କରିଥିଲା ଏବଂ ସେଠାରୁ ଫେରି ଆସିଥିଲା । ସୁରକ୍ଷାକର୍ମୀଙ୍କ ସୂଚନା ଅନୁସାରେ, ଏପରି ଘଟଣା ବାରମ୍ବାର ଘଟିଥାଏ ହେଲେ ଆଜିର ଘଟଣା ଟିକେ ଭିନ୍ନ । କୁହାଯାଉଛି ଯେ, ସ୍ୱଂୟ ହନୁମାନ ଆସି ଶ୍ରୀରାମଙ୍କ ଦର୍ଶନ କରିଛନ୍ତି । ଏହି ଘଟଣାକୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଛି ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...