AFFILIATE MARKETING

https://binomo.com?a=90810425bb57&t=0

Thursday, January 18, 2024

COASTAL NEWS ODIA 1673 ଆଳି ତହସିଲ କର୍ମଚାରୀ ଓ ଓକିଲଙ୍କ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ

COASTAL NEWS ODIA 1673


ଆଳି ତହସିଲ କର୍ମଚାରୀ ଓ ଓକିଲଙ୍କ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ
ଆଡ୍‌ଭୋକେଟ ରୟାଲସକୁ ହରାଇଲା ରେଭିନ୍ୟୁ ୱାରିୟର

ଆଳି, ୧୭୧(CNO) କେନ୍ଦ୍ରାପଡ଼ା ଜିଲ୍ଲା ଆଳି ତହସିଲରେ
କାର୍ଯ୍ୟରତ କର୍ମଚାରୀ ଓ ଓକିଲ ମାନଙ୍କୁ ନେଇ ଆଳି ବ୍ଲକ ନିଆଳ ପଞ୍ଚାୟତ ତେଲିପାଟଣା ଖେଳ ପଡିଆ ଠାରେ ଏକ ବନ୍ଧୁତ୍ବ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ।

ଏହି କ୍ରିକେଟ ମ୍ୟାଚରେ ଆଡ଼ଭୋକେଟ ରୟାଲସ ପ୍ରଥମେ ବ୍ୟାଟିଂ କରି ନିଦ୍ଧାରିତ ୧୫ ଓଭରରେ ୭ ଉଇକେଟ ହରାଇ ୧୭୨ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ରେଭିନ୍ୟୁ ୱାରିୟର୍ସ ୧୧ ଓଭରରେ ୩ ଉଇକେଟ ହରାଇ ୧୭୩ ରନ କରି ମ୍ୟାଚ ଜିତିଥିଲା । 

ରେଭିନ୍ୟୁ ବିଭାଗର ଦିଲୀପ ପାତ୍ର ସର୍ବାଧିକ ୧୨୦ ରନ ସଂଗ୍ରହ କରି ଟିମକୁ ବିଜୟୀ କରିବା ସହିତ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ଖେଳ ଶେଷରେ ମା’ମଙ୍ଗଳା ଜୁଏଲର୍ସର ପରିଚାଳକ ଭବାନୀ ଶଙ୍କର ସାହୁ ଆଡ଼ଭୋକେଟ ରୟାଲସ ଟିମକୁ ରନର୍ସଅପ୍ ଟ୍ରଫି ଓ ରେଭିନ୍ୟୁ ୱାରିୟର୍ସ ଟିମକୁ ଚାମ୍ପିୟନ ଟ୍ରଫି ପ୍ରଦାନ କରିଥିଲେ । ଏହି ଖେଳକୁ ଉଭୟ ଟିମର ସଦସ୍ୟ ମାନେ ପରିଚାଳନା କରିଥିଲେ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...