AFFILIATE MARKETING

https://binomo.com?a=90810425bb57&t=0

Thursday, January 4, 2024

ହୋଟେଲ ରୁମ୍‌ରେ IIT ଛାତ୍ରୀଙ୍କ ମୃତଦେହ, ତଦନ୍ତ କରୁଛି ପୁଲିସ IIT-Guwahati student from Telangana found dead in hotel room after New Year party

COASTAL NEWS ODIA 1638


ହୋଟେଲ ରୁମ୍‌ରେ IIT ଛାତ୍ରୀଙ୍କ ମୃତଦେହ, ତଦନ୍ତ କରୁଛି ପୁଲିସ 

 IIT-Guwahati student from Telangana found dead in hotel room after New Year party





ଗୌହାଟୀ - (CNO) ନୂଆ ବର୍ଷରେ ତେଲେଙ୍ଗାନାରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଗୌହାଟିରେ ଏକ ହୋଟେଲ ରୁମ୍‌ରୁ ମିଳିଛି ବିଟେକ୍‌ ଛାତ୍ରୀଙ୍କ ମୃତଦେହ । ମୃତକ ଗୌହାଟି IITର ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ବିଭାଗର ଚତୁର୍ଥ ବର୍ଷର ବି-ଟେକ୍‌ ଛାତ୍ରୀ ବୋଲି ଜଣାପଡ଼ିଛି । ତାଙ୍କ ନାଁ ଐଶ୍ୱର୍ଯ୍ୟା ପୁଲ୍ଲୁରୀ । ଐଶ୍ୱର୍ଯ୍ୟା ନିଜର ୩ ଜଣ ସାଙ୍ଗଙ୍କ ସହ ୩୧ ଡିସେମ୍ବର ୨୦୨୩ ସନ୍ଧ୍ୟାରେ ନୂତନ ବର୍ଷ ପାଳନ କରିବାକୁ କଲେଜଠାରୁ 25 କିଲୋମିଟର ଦୂର ଗୌହାଟିକୁ ଆସିଥିଲେ । 

ପାର୍ଟି ସରିବା ପରେ, ପରଦିନ ସକାଳୁ ଦୁଇ ସାଙ୍ଗ (ଜଣେ ରୁମ୍‌ ମେଟ୍‌ ଆଉ ଜଣେ ସାଙ୍ଗ) ଐଶ୍ୱର୍ଯ୍ୟାଙ୍କୁ ହୋଟେଲ ରୁମର ବାଥ୍‌ରୁମ୍‌ରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥଲେ । ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।


ମିଳିଥିବା ସୂଚନା ଅନୁଯାୟୀ, ଐଶ୍ୱର୍ଯ୍ୟା ପୁଲୁରୀ ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ବିଭାଗର ଚତୁର୍ଥ ବର୍ଷର ବି.ଟେକ୍ ଛାତ୍ରୀ ଥିଲେ । ଯାଞ୍ଚରୁ ଜଣାପଡିଛି ଯେ ଝିଅମାନଙ୍କ ସହ ଦୁଇଜଣ ପୁଅ ମଧ୍ୟ ହୋଟେଲରେ ଚେକ୍ ଇନ୍ କରିଥିଲେ ।

ଆଇଆଇଟି ଗୌହାଟି ସୂତ୍ରରୁ ପ୍ରକାଶ ଯେ ଆମେ ଦୁଃଖିତ ଯେ ଆଇଆଇଟି ଗୌହାଟିର ଛାତ୍ରୀ କ୍ୟାମ୍ପସ ବାହାରେ ୩୧ ଡିସେମ୍ବର ୨୦୨୩ ରେ ମୃତ୍ୟୁ ବରଣ କରିଛନ୍ତି । ଏହା ଏକ ଦୁର୍ଭାଗ୍ୟଜନକ ଖବର । ଏହି ପୂରା ଘଟଣାର ତଦନ୍ତ କରୁଛି ପୋଲିସ । ଖୁବ୍‌ ଶୀଘ୍ର ଏହାକୁ ସ୍ପଷ୍ଟତା ଆସିବ ବୋଲି ଆଶା କରାଯାଉଛି ।


ଆଇଆଇଟି-ଗୌହାଟି ଛାତ୍ରୀଙ୍କ ପରିବାର ପ୍ରତି ସମବେଦନା ଜଣାଇ ଏକ ବିବୃତ୍ତି ଜାରି କରିଛନ୍ତି କଲେଜ କର୍ତ୍ତୃପକ୍ଷ । 

ପୋଲିସ ଅଧିକାରୀ କହିଛନ୍ତି ଯେ "ଆଇଆଇଟି ଗୌହାଟିର ଏହି ଛାତ୍ର ଓ ଛାତ୍ରୀ ଅନଲାଇନ୍ ମାଧ୍ୟମରେ ଏକ ହୋଟେଲରେ ଦୁଇଟି ରୁମ୍ ବୁକ୍ କରିଥିଲେ । ଅଧ ରାତି ପରେ ସେମାନେ ଚେକ୍ ଇନ୍ ପାଇଁ ହୋଟେଲରେ ପହଞ୍ଚିଥିଲେ । ହୋଟେଲ କର୍ମଚାରୀଙ୍କ ଅନୁଯାୟୀ ଝିଅମାନେ ମଦ୍ୟପାନ କରିଥିଲେ ।" ଏବେ ପୁରା ଘଟଣାକୁ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି । ତାଙ୍କର ସବୁ ସାଙ୍ଗ ସାଥିଙ୍କୁ ପଚରାଉଚରା କରାଯାଉଛି । ଖୁବ୍‌ ଶୀଘ୍ର ପରଦା ହଟିବ ବୋଲି ତଦନ୍ତକାରୀ ପୁଲିସ ଅଧିକାରୀ ପ୍ରକାଶ କରିଛନ୍ତି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...