AFFILIATE MARKETING

https://binomo.com?a=90810425bb57&t=0

Monday, January 22, 2024

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ରାମଲାଲାଙ୍କ ନିକଟରେ କଲେ କ୍ଷମା ପ୍ରାର୍ଥନା

COASTAL NEWS ODIA

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ରାମଲାଲାଙ୍କ ନିକଟରେ କଲେ କ୍ଷମା ପ୍ରାର୍ଥନା



ଅଯୋଧ୍ୟା - (CNO) ବହୁ ପ୍ରତିକ୍ଷୀତ ରାମ ମନ୍ଦିରର ଆଜି ପ୍ରାଣ ପ୍ରତିଷ୍ଠା ହୋଇଛି । ଗର୍ଭଗୃହରେ ବିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରାମଲାଲା । ପ୍ରଭୁ ଶ୍ରୀରାମଙ୍କ ଦୁର୍ଲଭ ଦର୍ଶନ କରି ଆଶିଷ ନେବାକୁ ଅଯୋଧ୍ୟାରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ସାଧୁ ସନ୍ଥଙ୍କ ବେଦ ଉଚ୍ଚାରଣ ମଧ୍ୟରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଏହି ଶୁଭ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ଯଜମାନ ହୋଇ ସମସ୍ତ ରୀତିନୀତି ପାଳନ କରିଥିଲେ । ଏହି ଭବ୍ୟ ସମାରୋହ ପରେ ପ୍ରଧାନମନ୍ତ୍ରୀ ମୋଦୀ ରାମ ମନ୍ଦିରରୁ ବାହାରି ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ସମ୍ବୋଧିତ କରିଥିଲେ । ଲୋକମାନଙ୍କୁ ସମ୍ବୋଧିତ କରିବାବେଳେ ପିଏମ ମୋଦୀ କହିଛନ୍ତି ଯେ ଏହି ମୁହୂର୍ତ୍ତ ଅଲୌକିକ ଅଟେ। ଏହି ମୁହୂର୍ତ୍ତଟି ଆମ ସମସ୍ତଙ୍କ ଉପରେ ଭଗବାନ ଶ୍ରୀ ରାମଙ୍କ ଆଶୀର୍ବାଦ । 

ଶତାବ୍ଦୀ ଅପେକ୍ଷା କରିବା ପରେ ଆମ ରାମ ପହଞ୍ଚିଛନ୍ତି । ବର୍ତ୍ତମାନ ଆମ ରାମ ତମ୍ବୁରେ ରହିବେ ନାହିଁ । ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଉପସ୍ଥିତ ରହି ଆମେ ବହୁତ ଭାଗ୍ୟବାନ । ଏହି ସମୟ ଏକ ସାଧାରଣ ସମୟ ନୁହେଁ । ଏହା ଆମ ମାନସପଟେରେ ଅବିସ୍ମରଣୀୟ ସ୍ମୃତି ରେଖା । ଆସନ୍ତା କାଲିଠୁ ପ୍ରଭୂ ଶ୍ରୀ ରାମଙ୍କୁ ଦର୍ଶନ କରିବେ ସାଧାରଣ ଲୋକେ ଏହି ସମୟରେ ମୋଦୀ ରାମଲାଲାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ମୋଦୀ କହିଛନ୍ତି ଯେ ଏହି ଅବସରରେ ଆମେ ଭଗବାନ ଶ୍ରୀ ରାମଙ୍କୁ ମଧ୍ୟ କ୍ଷମା ମାଗୁଛୁ । ଏତେ ବର୍ଷ ପର୍ଯ୍ୟନ୍ତ ଆମେ ତାଙ୍କ ପ୍ରାଣ ପ୍ରତିଷ୍ଠା କରିପାରି ନଥିଲୁ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆଜି ପ୍ରଭୁ ରାମ ନିଶ୍ଚିତ ଭାବରେ ଆମକୁ କ୍ଷମା କରିବେ ।
 

ମୋଦୀ ଆହୁରି କହିଛନ୍ତି ଯେ ଆମର ସମ୍ବିଧାନରେ ମଧ୍ୟ ପ୍ରଭୁ ରାମ ଉପସ୍ଥିତ ଅଛନ୍ତି । ଏହା ସତ୍ତ୍ୱେ ରାମଙ୍କ ଅସ୍ତିତ୍ୱକୁ ନେଇ ଏକ ଆଇନଗତ ଯୁଦ୍ଧ ଜାରି ରହିଲା । ନ୍ୟାୟପାଳିକା ନ୍ୟାୟର ସମ୍ମାନ ବଜାୟ ରଖିଛି । 500 ବର୍ଷ ଧରି କେତେ ପୁଣ୍ୟାତ୍ମା ଏହି ପୁଣ୍ୟ ଦିନଟି ପାଇଁ ବଳିଦାନ ଦେଇଛନ୍ତି । କେତେ ନ୍ୟାୟିକ ସଂଘର୍ଷ ଚାଲିଛି । ଶେଷରେ ନ୍ୟାୟିକ ନିଷ୍ଠାର ବିଜୟ ହୋଇଛି । ନ୍ୟାୟିକ ପଦ୍ଧତିରେ ମଧ୍ୟ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ହୋଇଛି । ପୂର୍ବଜ ପୁଣ୍ୟାତ୍ମା ମାନଙ୍କର ଆଶିଷ ଓ ତପସ୍ୟା ମଧ୍ୟ ଫଳପ୍ରସୂ ହୋଇଛି । ତଥାପି ଏ ଦିନଟି ପାଇଁ ଏତେ ବିଳମ୍ବ ହୋଇଥିବାରୁ ମୁଁ ଶ୍ରୀରାମଙ୍କୁ କ୍ଷମା ମାଗୁଛି । କିନ୍ତୁ ଦୃଢ ବିଶ୍ୱାସ ଆଜି ପ୍ରଭୁ ଶ୍ରୀରାମ ଆମକୁ ନିଶ୍ଚୟ କ୍ଷମା କରିବେ । ଆଜି ଦେଶର ସବୁ ଅଭାବ ପୂରଣ ହୋଇଛି । ସବୁ ଅପେକ୍ଷାର ଅନ୍ତ ହୋଇଛି । ସନାତନର ଧ୍ୱଜା ଉଡାଇ ରାଷ୍ଟ୍ର ପ୍ରଗତି ଓ ଏକତା ରାସ୍ତାରେ ଆହୁରି ଆଗେଇଛି' । ଆଜି ପ୍ରତ୍ୟେକ ଗ୍ରାମରେ ସଂକୀର୍ତ୍ତନ ଅନୁଷ୍ଠିତ ହେଉଛି । ପ୍ରତ୍ୟେକ ଘରେ ରାମ ଜ୍ୟୋତିଙ୍କୁ ଆଲୋକିତ କରିବାକୁ ପ୍ରସ୍ତୁତି ଚାଲିଛି । ଅଯୋଧ୍ୟାରେ ହେଲା ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଶ୍ରୀଲଙ୍କାର ଏହି ସ୍ଥାନରେ ହେଲା ପୂଜାର୍ଚ୍ଚନା ଭାଷଣ ଦେବାବେଳେ ଶ୍ରୀରାମଙ୍କୁ କ୍ଷମା ଭିକ୍ଷା କରି ମୋଦୀ ଆହୁରି କହିଥିଲେ, ବୋଧହୁଏ ଆମର ପୁରୁଷାର୍ଥ, ତପସ୍ୟାରେ କିଛି ଅଭାବବୋଧ ରହିଯାଇଥିଲା ତେଣୁ ଏଠାରେ ଶ୍ରୀରାମଙ୍କୁ ପୁଣି ତାଙ୍କ ସ୍ଥାନରେ ଅଧିଷ୍ଠିତ କରାଇବାକୁ ଏତେ ବିଳମ୍ବ ହୋଇଗଲା ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...