AFFILIATE MARKETING

https://binomo.com?a=90810425bb57&t=0

Wednesday, April 2, 2025

ଛବିରାଣୀ ହତ୍ୟାକାଣ୍ଡ

                 "ଛବିରାଣୀ ହତ୍ୟାକାଣ୍ଡ"

ନାରୀଙ୍କ ପ୍ରତି ତତ୍କାଳୀନ ସମାଜର ମନୋଭାବ ଓ ନକଲି ସମ୍ମାନକୁ ଉଜାଗର କରୁଥିବା ସତ ଘଟଣା।
୧୯୮୦ ମସିହା ଅକ୍ଟୋବର ମାସ ୩ ତାରିଖ। ସନ୍ଧ୍ଯା ପ୍ରାୟ ସାଢେ ସାତ। କାହାକୁ କିଛି ନ ଜଣାଇ ବିରିଡି ଗାଁ ଛାଡି ଚାଲିଯିବାକୁ ବାହାରିଲେ ଛବିରାଣୀ ଏବଂ ସ୍ବାମୀ ନବକିଶୋର। ସାଙ୍ଗରେ ଥାଏ ଗୋଟେ ଛୋଟ ଶିଶୁ ପୁତ୍ର। 

ଗାଁ ଶେଷ ମୁଣ୍ଡରେ ଦୁଇ ଧାର ହୋଇ ବହିଯାଉଥାଏ ବିଲୁଆଖାଇ ନଇ (ଆମ ଦେବୀନଦୀର ଉପର ଭାଗ) । ଗୋଟିଏ ଧାର ପାରି ହେଲାପରେ ସେମାନଙ୍କୁ ଲାଗିଲା ସତେ ଯେମିତି କିଛି ଲୋକ ତାଙ୍କୁ ପଛରୁ ଗୋଡାଉଛନ୍ତି। ଜୋରରେ ଦଉଡିବାକୁ ଚେ଼ଷ୍ଟା କଲେ ସ୍ବାମୀ ସ୍ତ୍ରୀ। ନବକିଶୋର ପୁଅକୁ କାଖେଇଥାନ୍ତି। ନଇ ବାଲିରେ ଦଉଡିବାକୁ ବହୁତ କଷ୍ଟ ହୋଇଥିବାରୁ କ୍ଲାନ୍ତ ହୋଇ ତଳେ ପଡିଗଲେ ଛବିରାଣୀ। ଖାଲି କହୁଥାନ୍ତି “ମୋ ପୁଅକୁ ବଞ୍ଚାଅ", ପୁଅକୁ ନେଇ ତମେ ଏଠାରୁ ଚାଲିଯାଅ"। କିନ୍ତୁ ରକ୍ତପିପାସୁଙ୍କ ହାତରେ ସ୍ତ୍ରୀ କୁ ଏକୁଟିଆ ଛାଡି ଚାଲିଯିବାକୁ ମନ ବଳୁନଥିଲା ନବକିଶୋରଙ୍କର। କିନ୍ତୁ ପୁଅର ଜିବନକୁ ରକ୍ଷା କରିବାକୁ ଯାଇ ପଛକୁ ଦେଖି ଦେଖି ଆଗକୁ ଯିବାକୁ ବାଧ୍ଯ ହେଲେ।ସେ ଏକ ବୁଦାମୁଳେ ଲୁଚିଗଲେ। ସେଠି ସେ ଯାହା ଦେଖିଲେ ତାହା ଅକଳ୍ପନୀୟ। 

ଚୋରା ମଦ ବେପାରୀ ବୀର ମାଣିଆ, ବାବାଜୀ ମାଣିଆ ଏବଂ ବ୍ଲକ କଂଗ୍ରେସ ସଭାପତି ଦିବାକର ନାୟକ ପ୍ରମୁଖ ଘେରି ରହିଥାନ୍ତି ଛବିରାଣୀଙ୍କୁ। ଛବି ତାଙ୍କୁ କାକୁତି ମିନତି ହୋଇ ଛାଡି ଦେବାକୁ ଅନୁରୋଧ କରୁଥାନ୍ତି । କିନ୍ତୁ ବୁଦାମୁଳେ ଲୁଚିଥିବା ସ୍ବାମୀଙ୍କ କାନ ପରଦା ଫଟାଇ ହ୍ରୁଦୟର ପ୍ରତିଟି ଧମନୀକୁ ଟିକ୍ ଟିକ୍ କରି କାଟି ପକାଉ ଥାଏ। ସେ ପୁଣି ଛବିରାଣୀଙ୍କ ପାଖକୁ ଯାଇପାରୁନଥାନ୍ତି, କାରଣ ପାଖରେ ଛୋଟ ପିଲାଟି ଥାଏ। 

ବାପ ମାଆଙ୍କ ପାଖରେ ପୁଅର ଜୀବନ ସେମାନଙ୍କ ଜୀବନ ଠାରୁ ଅଧିକ।  ଆଉ କିଛି ଉପାୟ ନପାଇ ଅନ୍ଯ ବାଟ ଦେଇ ନବକିଶୋର ପୁଅକୁ କାଖେଇ ପାଖ ଗାଁ କୁନ୍ଦୁରାରେ ପହଞ୍ଚିଲେ। ଜଣେ ବନ୍ଧୁଙ୍କ ଘରେ ପୁଅକୁ ଛାଡିଦେଇ ଗାଁ ମୁଖିଆଙ୍କୁ ସବୁ କଥା କହିଲେ। ତତ୍ପର ହୋଇ ଗାଁର କିଛି ଯୁବକଙ୍କୁ ଧରି ବିଲୁଆଖାଇ ନଦୀ ପଠାରେ ପହଞ୍ଚିଲେ ନବକିଶୋର। ସେଠାରେ ପହଞ୍ଚି ସେ ଯାହା ଦେଖିଲେ  ସେଥିରେ ସତେ ଯେମିତି ତାଙ୍କ କଲିଜା ଖସି ପଡିଥିଲା। ସ୍ତବ୍ଧ ହୋଇଯାଇଥିଲେ ପ୍ରତିଟି ଓଡିଆ। 

ନଦୀପଠା ବାଲିରେ ପଡିରହି ଥିଲା ଛବିରାଣୀଙ୍କ ଅର୍ଦ୍ଧଲଗ୍ନ ମ୍ରୁତ ଶରୀର। ମୁଣ୍ଡରୁ ପାଦ ଯାଏଁ ସବୁ ଅଙ୍ଗରେ କ୍ଷତଚିହ୍ନ। ଭାଙ୍ଗିଯାଇଥିଲା ବିବାହ ବେଦୀରେ ପିନ୍ଧିଥିବା ନାଲି ଚୁଡ଼ି ଏବଂ ମଙ୍ଗଳ ସୂତ୍ର। ରକ୍ତ ଜୁଡୁବୁଡୁ ବାଲୁକା ରାଶି ସଭ୍ଯ ସମାଜକୁ ଜଣାଇ ଦେଉଥିଲା ଛବିରାଣୀଙ୍କ ସହ ହୋଇଥିବା ପାଶବିକ ଅତ୍ଯାଚାରର କାହାଣୀ। ମ୍ରୁତ୍ୟୁ ଦୁତଙ୍କ ପାଖରୁ ରକ୍ଷା ପାଇବା ପାଇଁ ଛବି କେତେ ଯେ ସଂଘର୍ଷ କରିଥିବେ ତାହା ଜଣାପଡୁ ଥିଲା ସେହି ନଇ ବାଲିରେ ପଡିଥିବା ଛବିରାଣୀଙ୍କ ନଖ ଆମ୍ପୁଡାର ଚିହ୍ନରୁ। ବାଲି ହିଁ  ଥିଲା ତାର ଏକମାତ୍ର ସାହାରା।

ରକ୍ତ ପିପାସୁଙ୍କ ନିକଟରୁ ରକ୍ଷା ପାଇବା ପାଇଁ ଅସହାୟ ମହିଳା ଛବି ସେହି ବାଲିର ସାହାଯ୍ୟ ନେଇଥିଲେ। ଦୁଇ ମୁଠା ବାଲି ସେମାନଙ୍କ ମୁହଁକୁ ଫିଙ୍ଗିଥିଲେ । ଦୁଇ ଧାର ହୋଇ ବହି ଯାଉଥିଲା ବିଲୁଆଖାଇ। ସେ ନଇ ନଥିଲା, ଥିଲା ଛବିରାଣୀଙ୍କ ଆଖିରୁ ବହିଯାଉଥିବା ଦୁଇ ଧାର ଲୁହ। ତାର ମୃତ ଦେହ ଦେଖି ସ୍ପଷ୍ଟ ବାରି ହେଉଥିଲା ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ଯାର ଶିକାର ହୋଇଛି। ସ୍ବାମୀ ନବକିଶୋରଙ୍କ ନିକଟରେ ଜୋରରେ ରଡି ଛାଡି କାନ୍ଦିବା ବ୍ଯତୀତ ଆଉ କିଛି ଉପାୟ ନଥିଲା। 
ପଶ୍ଚିମବଙ୍ଗ ମେଦିନାପୁରର ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଛବିରାଣୀ। ତାଙ୍କ ଭାଇ ପୁରୀରେ ଏକ ମଠର ତତ୍ତ୍ବାବଧାରକ ଭାବେ କାମ କରନ୍ତି। ପରିବାର ସହ ଛବିରାଣୀ ପୁରୀରେ ରହୁଥିଲେ।ସେଠାରେ ତାଙ୍କର ନବକିଶୋରଙ୍କ ସହିତ ପ୍ରେମ ବିବାହ ହୋଇଥିଲା। 

ବାହାଘର ପରେ ନବଦମ୍ପତି ରୋଜଗାର ଆଶାରେ ବିରିଡି ଆସିଥିଲେ। ସେଠାରେ ସେମାନେ ସାମ୍ବାଦିକତା କରି ପେଟ ପୋଷୁଥିଲେ। ସତ୍ଯ ଘଟଣାର ପର୍ଦ୍ଦାଫାସ କରୁଥିବା ନବକିଶୋର ଓ ଛବିରାଣୀ ଏକ ଲୋମହର୍ଷଣକାରୀ ଘଟଣାର ଚରିତ୍ର ରହିଯିବେ ଏକଥା ସେମାନଙ୍କୁ ଜଣା ନଥିଲା। ମଦମାଫିଆ, ସାର ଦୁର୍ନିତୀକାରୀ ଓ କଂଗ୍ରେସୀ କୁଜିନେତାଙ୍କ ଷଢଯନ୍ତ୍ରର ଶିକାର ହେବାକୁ ପଡିଲା ଛବିରାଣୀଙ୍କୁ। 

ସତ୍ଯର ଉନ୍ମୋଚନ କରୁକରୁ ନିଜେ ଏକ ଅପ୍ରୀତିକର ସତ୍ଯ ହୋଇ ରହିଗଲେ ଛବିରାଣୀ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...