AFFILIATE MARKETING

https://binomo.com?a=90810425bb57&t=0

Tuesday, April 1, 2025

ଅବସର ନେବେ ମୋଦି ?*

ଶିବସେନା ନେତା ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବରରେ ଅବସର ନେବାକୁ ଯୋଜନା କରୁଛନ୍ତି। ତେଣୁ ନିକଟରେ ନାଗପୁରରେ ଥିବା ଆରଏସଏସ ମୁଖ୍ୟାଳୟକୁ ଗସ୍ତ କରିଥିଲେ। ଗତ ୧୦-୧୧ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆରଏସଏସ ମୁଖ୍ୟାଳୟକୁ ଯାଇ ନାହାନ୍ତି, କିନ୍ତୁ ଏବେ ସଂଘର ମୁଖ୍ୟ ମୋହନ ଭାଗବତଙ୍କୁ ସଂଘରୁ ବିଦାୟ ନେବେ ବୋଲି କହିବା ପାଇଁ ଯାଇଛନ୍ତି।

ଶ୍ରୀ ରାଉତ ଆହୁରି ମଧ୍ୟ କହିଛନ୍ତି ଯେ, ସଂଘ ପରିବାର ଦେଶର ନେତୃତ୍ୱ ନେବା ପାଇଁ ପରିବର୍ତ୍ତନ ଚାହୁଁଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୟ ମଧ୍ୟ ଶେଷ ହୋଇଛି। ତେଣୁ ସେମାନେ ନୂଆ ମୁଖ୍ୟ ଚାହୁଁଛନ୍ତି।

ନାଗପୁରସ୍ଥିତ ଆରଏସଏସ ମୁଖ୍ୟାଳୟକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତର ଗୋଟିଏ ଦିନ ପରେ ରାଉତ ଏହି ମନ୍ତବ୍ୟ ଦେଇଛନ୍ତି। ତେବେ ସାଂସଦ ରାଉତଙ୍କ ମନ୍ତବ୍ୟ ଉପରେ ବୟାନ ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ।

ଫଡନାଭିସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଖଣ୍ଡନ କରି କହିଛନ୍ତି ଯେ ମୋଦୀ ଆହୁରି ଅନେକ ବର୍ଷ ପର୍ଯ୍ୟନ୍ତ ଦେଶର ନେତୃତ୍ୱ ନେବେ। ୨୦୨୯ରେ ଆମେ ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବୁ। ତାଙ୍କ ଉତ୍ତରାଧିକାରୀ ଖୋଜିବାର କୌଣସି ଆବଶ୍ୟକତା ନାହିଁ। ସେ ଆମର ନେତା ଏବଂ ଆଗକୁ ରହିବେ। ଆମ ସଂସ୍କୃତିରେ ବାପା ଜୀବିତ ଥିବା ବେଳେ ଉତ୍ତରାଧିକାରୀ କଥା କହିବା ଅନୁଚିତ। ତାହା ହେଉଛି ମୋଗଲ ସଂସ୍କୃତି।

ସୂଚନାଯୋଗ୍ୟ, ନାଗପୁରରେ ଥିବା ଆରଏସଏସ ମୁଖ୍ୟାଳୟପରିଦର୍ଶନ କରିବାରେ ମୋଦି ହେଉଛନ୍ତି ଦ୍ୱିତୀୟ ପ୍ରଧାନମନ୍ତ୍ରୀ। ଅଟଳ ବିହାରୀ ବାଜପେୟୀ ୨୦୦୦ ମସିହାରେ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ତୃତୀୟ କାର୍ଯ୍ୟକାଳ ସମୟରେ ଆରଏସଏସ ମୁଖ୍ୟାଳୟ ଗସ୍ତ କରିଥିଲେ


ଉପକୁଳ ସମାଚାର 

ବନ୍ଦେ ଉତ୍କଳ ଜନନୀ 

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...