AFFILIATE MARKETING

https://binomo.com?a=90810425bb57&t=0

Saturday, April 26, 2025

୫୫୦ ବେଆଇନ ବାଂଲାଦେଶୀ ଅଟକ

୫୫୦ ବେଆଇନ ବାଂଲାଦେଶୀ ଅଟକ

ଖୁବଶୀଘ୍ର ଦେଶରୁ ବାହାର କରିବା ପ୍ରକ୍ରିୟା ଆରମ୍ଭ

ରାତି ତମାମ ମିଳିତ ଅପରେସନ ପରେ ଠାବ

ନୂଆଦିଲ୍ଲୀ, ୨୬/୦୪: ଭାରତରେ ବେଆଇନ ଭାବେ ରହୁଥିବା ୫୫୦ରୁ ଅଧିକ ବାଂଲାଦେଶୀ ନାଗରିକଙ୍କୁ ଗୁଜରାଟର ଅହମ୍ମଦାବାଦ ଓ ସୁରଟରେ ଅଟକ ରଖାଯାଇଛି। ଜାଲ କାଗଜପତ୍ରରେ ଭାରତ ଆସିଥିବା ଅଭିଯୋଗରେ ସେମାନଙ୍କୁ ଅଟକ ରଖାଯାଇଛି। ଯାଞ୍ଚ ପ୍ରକ୍ରିୟା ଓ ପଚରାଉଚରା ସରିବା ପରେ ଦେଶରୁ ବାହାର କରିବା ପାଇଁ ପ୍ରକ୍ରିୟା ହେବ ବୋଲି ଜଣା ପଡିଛି।

ସ୍ପେଶାଲ ଅପରେସନ୍ ଗ୍ରୁପ୍, କ୍ରାଇମ୍ ବ୍ରାଞ୍ଚ, ଆଣ୍ଟି ହ୍ୟୁମାନ ଟ୍ରାଫିକିଂ ୟୁନିଟ୍, ପ୍ରିଭେନ୍ସନ୍ ଅଫ୍ କ୍ରାଇମ୍ ବ୍ରାଞ୍ଚ ଏବଂ ସ୍ଥାନୀୟ ପୁଲିସ ଟିମର ମିଳିତ ଅପରେସନରେ ଏହି ବେଆଇନ ବାଂଲାଦେଶୀଙ୍କୁ ଠାବ କରାଯାଇଛି। ରାତିସାରା ଏହି ଅପରେସନ ଜାରି ରହିଥିଲା।

କେବଳ ସୁରଟରୁ ୧୦୦ରୁ ଉର୍ଦ୍ଧ୍ୱ ବାଂଲାଦେଶୀଙ୍କୁ ଠାବ କରାଯାଇଛି। ସେମାନେ ବେଆଇନ ଭାବେ ଭାରତରେ ପ୍ରବେଶ କରି ଜାଲ୍ କାଗଜପତ୍ର ବନାଇ ସୁରଟରେ ରହୁଥିଲେ। ଶନିବାର ଭୋର ପ୍ରାୟ ୩ଟା ବେଳେ ଅହମ୍ମଦାବାଦରେ ଅପରେସନ୍ କରାଯାଇଥିଲା। ଅହମ୍ମଦାବାଦରେ ୪୫୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...