AFFILIATE MARKETING

https://binomo.com?a=90810425bb57&t=0

Thursday, April 17, 2025

ଉତ୍କଳ ବିପନ୍ନ ସହାୟତା ସମିତି ବାର୍ଷିକ ଉତ୍ସବ ସମାରୋହ

ଉତ୍କଳ ବିପନ୍ନ ସହାୟତା ସମିତି ବାର୍ଷିକ ଉତ୍ସବ ସମାରୋହ 
ଲୋକଙ୍କ ମୁଖ୍ୟ ସେବକ ଭାବେ କାମ କରିବାର ପ୍ରେରଣା ମୁଁ ସଂଘରୁ ପାଇଛି – ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର - ୧୫.୦୪.୨୦୨୫ ସକାଳ ୧୦:୩୦ ରେ ଉତ୍କଳ ବିପନ୍ନ ସହାୟତା ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି , ଯେଉଁଥିରେ ମୁଖ୍ୟ ଅତିଥି ଭାବରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଏବଂ ସଜେ. ସମର କୁମାର ମହାନ୍ତି ମାନନୀୟ ସଂଘ ଚାଳକ ଓଡ଼ିଶା ପୂର୍ବ  ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ CBBO ଏବଂ ଅଂଶୀଦାରମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା କୃଷକ ଉତ୍ପାଦକ କମ୍ପାନୀ ସମ୍ବନ୍ଧୀୟ ମତାମତ ଏବଂ ସ୍ପଷ୍ଟୀକରଣ ଆଦାନପ୍ରଦାନ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗୀୟ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ପାଇଁ ସରକାରୀ ଅଧିକାରୀଙ୍କ ସହିତ ପାରସ୍ପରିକ ମତ ବିନିମୟ କରାଯାଇଥିଲା।  ଏଥିରେ APICOL, ବ୍ୟାଙ୍କର୍ସ, ମାର୍କେଟିଂ ଏବଂ ଯାଞ୍ଚ ନିର୍ଦ୍ଦେଶାଳୟ (DMI) ଅଧିକାରୀ, ଆଭ୍ୟନ୍ତରୀଣ ଧାନ ଗବେଷଣା ପ୍ରତିଷ୍ଠାନ (IRRI) ଏବଂ OUAT ର ବୈଷୟିକ ବିଶେଷଜ୍ଞମାନେ ସାମିଲ ହୋଇଥିଲେ । କୃଷି ଜନ୍ତ୍ରପାତି କିଣିବା ସମୟରେ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଆପିକଲ ଦ୍ଵାରା ଦିଆ ଯାଉଥିବା ରିହାତି ପରିମାଣ କୃଷି ଉତ୍ପାଦକ କମ୍ପାନୀ ମାନଙ୍କ ପ୍ରତି ଲାଗୁ କରାଯିବାକୁ ଦାବି କରାଯାଇଥିଲା I DMI ଅଧିକାରୀଙ୍କୁ RMC ଜରିଆରେ କୃଷି ଉତ୍ପାଦକ କମ୍ପାନୀ ଙ୍କୁ ନ୍ୟୁନତମ ସହାୟକ ମୂଲ୍ୟ ଆଧାରରେ କୃଷକଙ୍କ ଠାରୁ ଧାନ ସଂଗ୍ରହ ନିମନ୍ତେ ଲାଇସେନ୍ସ ପ୍ରଦାନ କରିବା ନିମନ୍ତେ ଅନୁରୋଧ କରାଯାଇଥିଲା l CBBO ଉତ୍କଳ ବିପନ୍ନ ସହାୟତା ସମିତି କୃଷକ ଉତ୍ପାଦକ କମ୍ପାନୀ ଗୁଡିକର ଉତ୍ପାଦିତ ସାମଗ୍ରୀ ର ବିକ୍ରୟକୁ ସୁଗମ କରିବା ପାଇଁ ଉତ୍କଳ ବ୍ରାଣ୍ଡ ରେ ସଙ୍ଗଠିତ ବିକ୍ରି ପରିଚାଳନା କରିବା ପାଇଁ ଶ୍ରୀଯୁକ୍ତ ଅଭୟ ସାମନ୍ତରାୟ ପ୍ରତିଶ୍ରୁତି ପ୍ରଦାନ କରିଥିଲେ I 
ଅଧିବେଶନ ଶେଷରେ କଟକ ଜିଲ୍ଲାର ମାହାଙ୍ଗା ର ଏକ ସଫଳ FPO କଟକ 4S4R ପାଇଁ ଏକ ଏକ୍ସପୋଜର ପରିଦର୍ଶନ କରାଯାଇଥିଲା l ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ଶ୍ରୀଯୁକ୍ତ ଅକ୍ଷୟ କୁମାର ବିଟ୍ ବିଜଯ କୁମାର ସାହୁ , ଅଚ୍ୟୁତାନନ୍ଦ ପାଣିଗ୍ରାହୀ ଶ୍ରୀଯୁକ୍ତ ନାରାୟଣ ଚୌଧୁରୀ, ଦେବୀ ଜ୍ୟୋତି ସିଂହ, ସନ୍ତୋଷ କୁମାର ପଣ୍ଡା ଓ ସଂଘର କାର୍ଯ୍ୟକର୍ତ୍ତା ମାନେ ସଫଳ ପ୍ରଚେଷ୍ଟା କରିଥିଲେ l


୧୬ ତାରିଖ ଦିନ ସନ୍ଧ୍ୟା ରେ ଉତ୍କଳ ମଣ୍ଡପ ରେ ଏକ ବର୍ଣ୍ଣାଢ୍ଯ ପରିବେଶରେ ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଯେଉଁଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ମାନନୀୟ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟବକ୍ତାଭାବେ ମାନନୀୟ ମହାମନ୍ତ୍ରୀ ରାଷ୍ଟ୍ରୀୟ ସେବା ଭାରତୀ ବିଜୟ ମନୋହର ପୁରାଣିକ ନୂଆଦିଲ୍ଲୀ ଯୋଗଦାନ କରିଥିଲେ  । ବହୁ ନାମି ଗାୟକ ଓ ଗାୟିକାଙ୍କ ସହିତ ଓଡ଼ିଶାର ଲିଜେଣ୍ଡ ଶିଙ୍ଗର ତାନସେନ ସିଂ ଙ୍କ ଯୁବ ସୁଲଭ ଗାୟନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା l
ପ୍ରାକୃତିକ ଦୁର୍ବିପାକ ହଉ କିମ୍ବା ଅପାତକାଳୀନ ପରିସ୍ଥିତି, ସବୁ ସମୟରେ ବିପନ୍ନ ଓଡିଶାବାସୀଙ୍କ ପାଖରେ ଉତ୍କଳ ବିପନ୍ନ ସହାୟତା ସମିତି ଆଗ ପହଂଚିଛି ଓ ୪୩ ବର୍ଷର ଏହି ଯାତ୍ରାରେ ସାଧାରଣ, ଗରିବ ଓ ଅସହାୟ ଜନତାଙ୍କୁ ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଇ ଦେବାପାଇଁ ଏ ମହାନ ଅନୁଷ୍ଠାନ ସବୁଠୁ ଅଗ୍ରଣୀ ଅନୁଷ୍ଠାନ ଭାବେ ନିଜକୁ ପ୍ରତିପାଦନ କରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଉତ୍କଳ ମଣ୍ଡପ ଠାରେ ଆୟୋଜିତ ଉତ୍କଳ ବିପନ୍ନ ସହାୟତା ସମିତିର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ।
ଉତ୍କଳ ବିପନ୍ନ ସହାୟତା ସମିତିର ସେବା କ୍ଷେତ୍ରରେ ସଫଳ କାର୍ଯ୍ୟ ବିଷୟରେ ଆଲୋଚନା କରି, ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ଚିକିତ୍ସା କ୍ଷେତ୍ରର ବଡବଡ ସ୍ଥାନ ଯଥା, କଟକ, ଭୁବନେଶ୍ୱର, ବ୍ରହ୍ମପୁର ଠାରେ ସାରା ଓଡିଶାରୁ ରୋଗୀମାନେ ଜଟିଳ ରୋଗର ଚିକିତ୍ସା ପାଇଁ ଆସନ୍ତି । ଏହି ସମୟରେ ଏମାନଙ୍କର ରହିବା, ଖାଇବା, ଡାକ୍ତର ଓ ଡାକ୍ତରଖାନା ସହ ସମନ୍ୱୟ ରଖି ରୋଗୀମାନେ ଯେପରି ସଠିକ୍ ସେବା ପାଇପାରିବେ ସେଥିପାଇଁ ଏହି ଅନୁଷ୍ଠାନର ଶ୍ରୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। 

୧୯୮୨ ମସିହାର ପ୍ରଳୟଙ୍କରୀ ବନ୍ୟା, ବାରିପଦା ମଧୁବନର ଭୟାବହ ଅଗ୍ନିକାଣ୍ଡ, ୧୯୯୯ ମହାବାତ୍ୟା ସମୟରେ, ବିପନ୍ନ ଓଡିଶାବାସୀଙ୍କୁ ଦେବଦୂତ ଭଳି ସହାୟତା ପ୍ରଦାନ କରିଥିଲା ଉତ୍କଳ ବିପନ୍ନ ସହାୟତା ସମିତି। ୧୯୯୯ ମସିହାର ମହାବାତ୍ୟା ସମୟରେ ସମିତିର  ସ୍ୱୟଂ ସେବକମାନଙ୍କ କଠିନ ପରିଶ୍ରମ, ତ୍ୟାଗ, ସହନଶୀଳତା ଓ ସେବା ମନୋଭାବ  ଇଣ୍ଡିଆଟୁଡ଼େ ଏବଂ ଆଉଟଲୁକ୍ ଭଳି ପ୍ରମୁଖ ପତ୍ରିକାର ରିପୋର୍ଟରେ ସ୍ଥାନିତ ହେବା ସହ ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଥିଲା, ବୋଲି ସେ କହିଥିଲେ। ଏଥିସହିତ, ଭୁବନେଶ୍ୱରର ଏମସ୍ ପରିସରରେ ଥିବା ପାଞ୍ଚଶହ ଶଯ୍ୟା ବିଶିଷ୍ଠ ଧର୍ମଶାଳାର ପରିଚାଳନା ଭାର ଓ ଓଲଟପୁର ଠାରେ ଥିବା ହାଡଭଙ୍ଗା ଚିକିତ୍ସା କେନ୍ଦ୍ର , ନିରତାର ଠାରେ ୩୦ ବଖରା ବିଶିଷ୍ଠ ଆରୋଗ୍ୟ ଭବନର ପରିଚାଳନା ମଧ୍ୟ ପ୍ରଶଂସନୀୟ ଅଟେ।  

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୯୯୯ ମହାବାତ୍ୟା ସମୟରେ ସଂଘର ଜଣେ ସକ୍ରିୟ ସେବକ ଭାବେ ସେ ମଧ୍ୟ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଠାରେ ସେବା ଓ ସହାୟତା କାର୍ଯ୍ୟରେ ସାମିଲ ହୋଇଥିଲେ । ସେ କହିଥିଲେ, ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ, ଜଣେ ସାଧାରଣ ଲୋକ ଭାବେ ଲୋକଙ୍କ ମୁଖ୍ୟ ସେବକ ଭାବେ କାମ କରିବାର ପ୍ରେରଣା ମୁଁ ସଂଘରୁ ପାଇଛି । ସମାଜ ପ୍ରତି ସମର୍ପଣଭାବ ଓ ସମ୍ବେଦନଶୀଳତା, ସଂଘର ବିଚାରଧାରାରୁ ପାଇଛି ।

ଓଡିଶାର ଦୁଇ ଆଦିବାସୀ ଅଧୁଷିତ ଅଞ୍ଚଳ  ଗଜପତି ଜିଲ୍ଲାର ପାରାଳାଖେମୁଣ୍ଡି ଓ ମୟୁରଭଞ୍ଜ ଜିଲ୍ଲାର ଉଦଳା ଠାରେ ଅନାଥ ଓ ନିସହାୟ ପିଲାଙ୍କ ଶିକ୍ଷା ବ୍ୟବସ୍ଥା ପାଇଁ ଆବାସିକ ଛାତ୍ରାବାସ ଜରିଆରେ ସମିତି ପକ୍ଷରୁ ଜନଜାତି ବର୍ଗଙ୍କୁ ସହାୟତା ପ୍ରଦାନ ପ୍ରଶଂସନୀୟ । ଏଥିସହିତ ରାଜଧାନୀ ଭୁବନେଶ୍ୱର ଠାରେ ବାଲ ସଂସ୍କାରଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାୟ ୫୦ ଟି କେନ୍ଦ୍ରରେ ୧୦୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆମ ସଂସ୍କୃତି, ପରମ୍ପରା ଓ ନୈତିକତା ଆଧାରରେ ଶିକ୍ଷା ପ୍ରଦାନର ବ୍ୟବସ୍ଥା ଅନୁଷ୍ଠାନ ପକ୍ଷରୁ କରାଯାଉଛି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା , ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା , ଢେଙ୍କାନାଳ ଯୋରନ୍ଦା ମାଘମେଳାରେ ସମିତିର ସେବା କାର୍ଯ୍ୟର ପରାକାଷ୍ଠା, ସାରା ଓଡିଶା ଦେଖିଛି। 

ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆମର ମନ୍ତ୍ର ହେଲା ସର୍ବେ ଭବନ୍ତୁ ସୁଖିନଃ । ଏହି ଆଧାରରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିଭାଷା ସବକା ସାଥ୍ , ସବକା ବିକାଶ , ସବକା ବିଶ୍ୱାସ, ସବକା ପ୍ରୟାସର ବାର୍ତ୍ତା ଓ କାର୍ଯ୍ୟକଳାପକୁ କାୟ ମନୋବାକ୍ୟରେ ଆମ ସରକାର  ଅନୁପାଳନ କରିଆସୁଛି।

ମୁଖ୍ୟ ବକ୍ତା ଭାବେ ସଂଘର ସଂଯୁକ୍ତ ମହାମନ୍ତ୍ରୀ ବିଜୟ ମନୋହର ପୁରାନିକ କହିଲେଯେ, ରାଜନୀତି ପରିବର୍ତ୍ତନ ପାଇଁ ବହୁମତ ଆବଶ୍ୟକ କିନ୍ତୁ ସମାଜ ପରିବର୍ତ୍ତନ ପାଇଁ ସୃଜନଶୀଳତାର ଆବଶ୍ୟକତା ଅଛି। ଉତ୍କଳ ବିପନ୍ନ ସହାୟତା ସମିତି ଭଳି ଅନୁଷ୍ଠାନ ଗୁଡିକର ସେବା ମନୋବୃତ୍ତି ଯୋଗୁଁ ଆଜି ସମାଜରେ ପରିବର୍ତ୍ତନ ଆସିଛି। ସେବାର ସଭ୍ୟତା ଆମ ଭାରତୀୟ ସଂସ୍କୃତିରେ କେଉଁ ପୁରା କାଳରୁ ରହି ଆସିଛି। ଲକଡାଉନ ସମୟରେ ଦେଶବ୍ୟାପୀ ଜନସାଧାରଣ ବାଟରେ ଯାଉଥିବା ଲୋକଙ୍କୁ ସେବା ଯୋଗାଇଦେଇ ଏହି ପରମ୍ପରାକୁ ଦର୍ଶାଇଛନ୍ତି ।

ଏହି ଅବସରରେ,  ସମାଜସେବା ଓ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ସମାଜସେବୀ ତଥା କୃଷକ ମାନଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ସମିତିର ଦୁଇଟି ସ୍ମରଣିକା ଉନ୍ମୋଚନ ହୋଇଥିଲା ।

କାର୍ଯ୍ୟକ୍ରମରେ ସମିତିର ସଭାପତି ଅକ୍ଷୟ କୁମାର ବିଟ ସ୍ୱାଗତଭାଷଣ ଦେଇଥିବା ବେଳେ, ଅଚ୍ୟୁତାନନ୍ଦ ପାଣିଗ୍ରାହୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ହିମାଂଶୁ ଶେଖର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘ ର ବହୁ ସଂଖ୍ୟାରେ କାର୍ୟ କର୍ତ୍ତା ଓ ସାଧାରଣ ଲୋକେ ଏହି ସଭାରେ ଉପସ୍ଥିତ ଥିଲେ l

No comments:

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...