AFFILIATE MARKETING

https://binomo.com?a=90810425bb57&t=0

Wednesday, April 2, 2025

ବଦଳିବ ଉତ୍ତରାଖଣ୍ଡର ୪ ଜିଲ୍ଲାର ୧୧ଟି ସ୍ଥାନର ନାମ

ବଦଳିବ ଉତ୍ତରାଖଣ୍ଡର ୪ ଜିଲ୍ଲାର ୧୧ଟି ସ୍ଥାନର ନାମ

ହିନ୍ଦୁ ଦେବାଦେବୀ ଓ ପୁରାଣକୁ ଆଧାର କରି ଦିଆଯିବ ନୂଆ ନାମ

ନୂତନ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ

#COASTAL NEWS ODIA 
#ଉପକୁଳ ସମାଚାର 

ନୂଆଦିଲ୍ଲୀ, ୦୧/୦୪: ବଦଳିବ ଉତ୍ତରାଖଣ୍ଡର ୪ଟି ଜିଲ୍ଲାର ୧୧ଟି ସ୍ଥାନର ନାମ। ହିନ୍ଦୁତ୍ୱ, ହିନ୍ଦୁ ଦେବାଦେବୀ ଓ ପୁରାଣକୁ ଭିତ୍ତି କରି କିଛି ସ୍ଥାନ ଗୁଡ଼ିକର ନାମ ପରିବର୍ତ୍ତନ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଘୋଷଣା କରିଛନ୍ତି। ହରିଦ୍ୱାର, ଡେରାଡୁନ୍, ନୈନିତାଲ ଏବଂ ଉଧମ ସିଂହ ନଗର ଜିଲ୍ଲାର ୧୧ଟି ସ୍ଥାନର ନାମ ପରିବର୍ତ୍ତନ ହେବ ବୋଲି ବିଜେପି ନେତୃତ୍ୱାଧୀନ ଉତ୍ତରାଖଣ୍ଡ ସରକାର ନିଷ୍ପତ୍ତି ନେଇଛନ୍ତି।

ହରିଦ୍ୱାରର ଔରଙ୍ଗଜେବପୁରକୁ ଶିବାଜୀ ନଗର, ଗାଜିୱାଲିକୁ ଆର୍ଯ୍ୟ ନଗର, ଚାନ୍ଦପୁରରୁ ଜ୍ୟୋତିବା ଫୁଲେ ନଗର, ମହମ୍ମଦପୁର ଜାଟକୁ ମୋହନପୁର ଜାଟ, ଖାନପୁରକୁ ଶ୍ରୀକୃଷ୍ଣପୁର, ଖାନପୁର କୁର୍ସାଲିକୁ ଆମ୍ବେଦକର ନଗର, ଇଦ୍ରିଶପୁରକୁ ନନ୍ଦପୁର ଏବଂ ଆକବରପୁର ଫଜଲପୁରକୁ ବିଜୟନଗର ନାମରେ ନାମିତ କରାଯିବ।

ଡେରାଡୁନ ଜିଲ୍ଲାର ମିଆଁୱାଲାଙ୍କୁ ରାମଜୀୱାଲା, ପିରୱାଲାକୁ କେଶରୀ ନଗର, ଚାନ୍ଦପୁର ଖୋର୍ଦକୁ ପୃଥ୍ୱୀରାଜ ନଗର ଏବଂ ଅବଦୁଲ୍ଲାପୁରକୁ ଦକ୍ଷନଗରକୁ ପରିବର୍ତ୍ତନ କରାଯିବ। ସେହିପରି ନୈନିତାଲ ଜିଲ୍ଲାର ନବାବି ରୋଡ୍ କୁ ଅଟଳ ମାର୍ଗ ଓ ପଞ୍ଚକ୍କି-ଆଇଟିଆଇ ମାର୍ଗକୁ ଗୁରୁ ଗୋଲୱାଲକର ମାର୍ଗ ନାମରେ ନାମିତ କରାଯିବ।

ଉଧମ ସିଂହ ନଗର ଜିଲ୍ଲାର ସୁଲତାନପୁର ପଟ୍ଟିକୁ କୌଶଲ୍ୟାପୁରୀରେ ପରିବର୍ତ୍ତନ କରାଯିବ।

No comments:

COASTAL NEWS

ହିନ୍ଦୁ ଏକତା ଶୋଭାଯାତ୍ରା

                          ଜୟ ଶ୍ରୀରାମ  ଧର୍ମରକ୍ଷା ସେନା (ଆଳି) ତରଫରୁ ଆସନ୍ତା ତା-୦୬-୦୪-୨୦୨୫ ରିଖ (ରବିବାର) ଦିନ ପବିତ୍ର ଶ୍ରୀରାମ ନବମୀ ଉପଲକ୍...