AFFILIATE MARKETING

https://binomo.com?a=90810425bb57&t=0

Friday, April 25, 2025

ଓଡ଼ିଶାରେ ଅଛନ୍ତି ୧୨ ପାକିସ୍ତାନୀ

ଓଡ଼ିଶାରେ ଅଛନ୍ତି ୧୨ ପାକିସ୍ତାନୀ

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର, ୨୫/୦୪: ଓଡ଼ିଶାରେ ଏବେ ଅଛନ୍ତି ୧୨ ଜଣ ପାକିସ୍ତାନୀ। ଦୀର୍ଘକାଳୀନ ଭିସାରେ ଓଡ଼ିଶାରେ ଆସି ରହିଛନ୍ତି। ପହଲଗାମ ଆକ୍ରମଣ ପରେ ଦେଶର ବିଭିନ୍ନ ସ୍ଥାନରେ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିବା ବେଳେ ଏବେ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି। ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ଦୀର୍ଘକାଳୀନ ଭିସାରେ ଓଡିଶା ଆସିଛନ୍ତି। ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରି ନୋଟିସ ଜାରି କରି ତୁରନ୍ତ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ମନ୍ତ୍ରୀ। ଏମାନଙ୍କୁ ରାଜ୍ୟରୁ ବାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ରକୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଖୁବଶୀଘ୍ର ସେମାନଙ୍କୁ ଭାରତ ଛାଡ଼ିବା ପାଇଁ ନୋଟିସ୍ ଜାରି କରାଯିବ।

ପାକିସ୍ତାନୀ ନାଗରିକଙ୍କ ପାଇଁ ଥିବା ସମସ୍ତ ଭିସାକୁ ଭାରତ ସରକାର ବାତିଲ କରିବାର ଗୋଟିଏ ଦିନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପାକିସ୍ତାନୀ ନାଗରିକମାନଙ୍କୁ ସବୁ ରାଜ୍ୟରୁ ତୁରନ୍ତ ଚିହ୍ନଟ କରି ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଅମିତ ଶାହ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସେମାନଙ୍କୁ ପାକିସ୍ତାନୀଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପହଲଗାମ ଆକ୍ରମଣ ପରେ ପାକିସ୍ତାନୀ ନାଗରିକଙ୍କ ସବୁ ପ୍ରକାର ଭିସା ରଦ୍ଦ କରିଛି ଭାରତ। ଏହା ସହ ଭିସା ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି‌। ୨୭ ଏପ୍ରିଲ ସୁଦ୍ଧା ଭାରତ ଛାଡ଼ିବାକୁ ପାକିସ୍ତାନୀ ନାଗରିକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ କେବଳ ମାନବିକତା ଦୃଷ୍ଟିରୁ ମେଡିକାଲ ଭିସାକୁ ଅତିରିକ୍ତ ସମୟ ଦିଆଯାଇଛି। ଯାହା କେବଳ ଏପ୍ରିଲ ୨୯ ପର୍ଯ୍ୟନ୍ତ ବୈଧ ରହିବ। ଏହାବ୍ୟତୀତ ଭାରତ ସରକାର ନିଜ ନାଗରିକମାନଙ୍କୁ ପାକିସ୍ତାନରୁ ଯଥାଶୀଘ୍ର ଭାରତ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...