ଜଳୁଛି ଓଡ଼ିଶା: ୫ ଜିଲ୍ଲାକୁ ସିଭିୟର ହିଟ୍ ୱେଭ୍ ଆଲର୍ଟ
୨୬ ଯାଏଁ ତାତିରୁ ନିସ୍ତାର ନାହିଁ
୪୪° ଉପରେ ପଶ୍ଚିମ ଓଡ଼ିଶାର ୩ ଜିଲ୍ଲା
ଭୁବନେଶ୍ୱର, ୨୨/୦୪: ଜଳୁଛି ଓଡ଼ିଶା। ଆଗକୁ ଆହୁରି ଜାଳିବେ ସୂର୍ଯ୍ୟ ଦେବତା। ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଏ ନେଇ ଆଲର୍ଟ ଜାରି କରାଯାଇଛି। ଆସନ୍ତା ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରିଛି ଆଇଏମଡି। ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲା ଯଥାକ୍ରମେ ବୌଦ୍ଧ, ଝାରସୁଗୁଡ଼ା, ବଲାଙ୍ଗୀର, ସୁନ୍ଦରଗଡ଼ ଓ ସମ୍ବଲପୁରକୁ ସିଭିୟର ହିଟ୍ ୱେଭ୍ ନେଇ ଅରେଞ୍ଜ ଆଲର୍ଟ କରାଯାଇଛି। ସେହିପରି ନୂଆପଡ଼ା, ବରଗଡ଼, କଳାହାଣ୍ଡି ଓ ସୋନପୁରରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଗରମ ଓ ଆର୍ଦ୍ରତା ରହିବ।
ଏପ୍ରିଲ ୨୪ ତାରିଖରେ ଝାରସୁଗୁଡ଼ା ବ୍ୟତୀତ ଅନୁଗୁଳ, ନୂଆପଡ଼ା ଓ ଦେବଗଡ଼ରେ ଗ୍ରୀଷ୍ମ ପ୍ରବାହ ଜାରି କରାଯାଇଛି।
ଏପ୍ରିଲ ୨୫ ରେ ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ, ବରଗଡ଼ ଓ ସୋନପୁର ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
୨୬ ତାରିଖରେ ବଲାଙ୍ଗୀର ଓ ବରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବୌଦ୍ଧ, ସୋନପୁର, କଳାହାଣ୍ଡି ଓ ସମ୍ବଲପୁର ପାଇଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆଜିର ସଦ୍ୟତମ ପାଣିପାଗ ବିଭାଗର ସୂଚନା ଅନୁସାରେ, ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡା ୪୪.୮°C, ସମ୍ବଲପୁର ୪୪.୨°C, ହୀରାକୁଦ ୪୪.୦°C, ରାଉରକେଲା ୪୨.୨°C, କେନ୍ଦୁଝର ୩୮.୪°C, ଚାନ୍ଦବାଲି ୩୮.୦°C, ଭୁବନେଶ୍ୱର ୩୫.୮°C ତାପମାତ୍ରା ରେକର୍ଡ ହୋଇଛି।
No comments:
Post a Comment