AFFILIATE MARKETING

https://binomo.com?a=90810425bb57&t=0

Tuesday, April 22, 2025

ଜଳୁଛି ଓଡ଼ିଶା: ୫ ଜିଲ୍ଲାକୁ ସିଭିୟର ହିଟ୍ ୱେଭ୍ ଆଲର୍ଟ

ଜଳୁଛି ଓଡ଼ିଶା: ୫ ଜିଲ୍ଲାକୁ ସିଭିୟର ହିଟ୍ ୱେଭ୍ ଆଲର୍ଟ

୨୬ ଯାଏଁ ତାତିରୁ ନିସ୍ତାର ନାହିଁ

୪୪° ଉପରେ ପଶ୍ଚିମ ଓଡ଼ିଶାର ୩ ଜିଲ୍ଲା

ଭୁବନେଶ୍ୱର, ୨୨/୦୪: ଜଳୁଛି ଓଡ଼ିଶା। ଆଗକୁ ଆହୁରି ଜାଳିବେ ସୂର୍ଯ୍ୟ ଦେବତା। ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଏ ନେଇ ଆଲର୍ଟ ଜାରି କରାଯାଇଛି। ଆସନ୍ତା ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରିଛି ଆଇଏମଡି। ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲା ଯଥାକ୍ରମେ ବୌଦ୍ଧ, ଝାରସୁଗୁଡ଼ା, ବଲାଙ୍ଗୀର, ସୁନ୍ଦରଗଡ଼ ଓ ସମ୍ବଲପୁରକୁ ସିଭିୟର ହିଟ୍ ୱେଭ୍ ନେଇ ଅରେଞ୍ଜ ଆଲର୍ଟ କରାଯାଇଛି। ସେହିପରି ନୂଆପଡ଼ା, ବରଗଡ଼, କଳାହାଣ୍ଡି ଓ ସୋନପୁରରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଗରମ ଓ ଆର୍ଦ୍ରତା ରହିବ।

ଏପ୍ରିଲ ୨୪ ତାରିଖରେ ଝାରସୁଗୁଡ଼ା ବ୍ୟତୀତ ଅନୁଗୁଳ, ନୂଆପଡ଼ା ଓ ଦେବଗଡ଼ରେ ଗ୍ରୀଷ୍ମ ପ୍ରବାହ ଜାରି କରାଯାଇଛି।

ଏପ୍ରିଲ ୨୫ ରେ ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ, ବରଗଡ଼ ଓ ସୋନପୁର ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

୨୬ ତାରିଖରେ ବଲାଙ୍ଗୀର ଓ ବରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବୌଦ୍ଧ, ସୋନପୁର, କଳାହାଣ୍ଡି ଓ ସମ୍ବଲପୁର ପାଇଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଜିର ସଦ୍ୟତମ ପାଣିପାଗ ବିଭାଗର ସୂଚନା ଅନୁସାରେ, ଦିନ ୨ଟା ୩୦ ସୁଦ୍ଧା   ଝାରସୁଗୁଡା ୪୪.୮°C,   ସମ୍ବଲପୁର ୪୪.୨°C,   ହୀରାକୁଦ ୪୪.୦°C,   ରାଉରକେଲା ୪୨.୨°C,   କେନ୍ଦୁଝର ୩୮.୪°C,   ଚାନ୍ଦବାଲି ୩୮.୦°C,   ଭୁବନେଶ୍ୱର ୩୫.୮°C ତାପମାତ୍ରା ରେକର୍ଡ ହୋଇଛି।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...