AFFILIATE MARKETING

https://binomo.com?a=90810425bb57&t=0

Tuesday, April 22, 2025

ବିବାହ ଉତ୍ସବରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ

ବିବାହ ଉତ୍ସବରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ

ଅଭିଯୁକ୍ତ ଫେରାର; ତଦନ୍ତ ଜାରି

ସୁନ୍ଦରଗଡ଼, ୨୨/୦୪: ସୁନ୍ଦରଗଡ଼ ଜିଲ୍ଲା ତାଳସରା ଅଞ୍ଚଳରେ ଘଟିଛି‌ ଏକ ଲଜ୍ଜ୍ୟାଜନକ ଘଟଣା। ବିବାହ ଭୋଜି ଖାଇ ଫେରୁଥିବା ବେଳେ ନାବାଳିକାଙ୍କୁ ଅପହରଣ କରି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି‌। ଏ ନେଇ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆଗକୁ ବଢ଼ିଛି।

ମିଳିଥିବା ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ପୀଡ଼ିତା ନାବାଳିକା ଜଣକ ତାଙ୍କ ସମ୍ପର୍କୀୟଙ୍କ ସହ ଏକ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିଲେ। ଏହି ସମୟରେ ଏକ ବୋଲେରୋରେ ୩ ଜଣ ଯୁବକ ଆସି ନାବାଳିକାଙ୍କୁ ଜୋରଜବରଦସ୍ତ ଅପହରଣ କରି ନେଇ ସ୍ଥାନୀୟ ଜଙ୍ଗଲକୁ ନେଇ ଯାଇ ସେଠାରେ ତାଙ୍କ ସହ ଅମାନବୀୟ କାଣ୍ଡ ଭିଆଇଥିଲେ। 

ଏଭଳି ଅବସ୍ଥାରେ ନାବାଳିକାଙ୍କ ସମ୍ପର୍କୀୟ ତାଙ୍କୁ ଛାଡି ଚାଲିଯିବା ସହ ଏହି କାଣ୍ଡ ଘଟାଇବା ପରେ ଦୁର୍ବୃତ୍ତ ମାନେ ମଧ୍ୟ ଫେରାର ହୋଇଯାଇଥିଲେ। ତେବେ ପୀଡ଼ିତା ନାବାଳିକା ସେଠାରୁ ଆସି ତାଙ୍କ ପରିବାର ଲୋକଙ୍କ ସହ ତାଳସରା ଥାନାରେ ଏତଲା ଦେଇଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିବା ସହ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁନ୍ଦରଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ (ଏସଡିପିଓ) କହିଛନ୍ତି

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...