AFFILIATE MARKETING

https://binomo.com?a=90810425bb57&t=0

Thursday, November 30, 2023

ଭିଜାଲାନ୍ସ ଜାଲରେ ମହିଳା ରାଜସ୍ୱ ନିରୀକ୍ଷକ

COASTAL NEWS ODIA 1527

ଭିଜାଲାନ୍ସ ଜାଲରେ ମହିଳା ରାଜସ୍ୱ ନିରୀକ୍ଷକ 



ସୁନ୍ଦରଗଡ - (CNO) ଭିଜାଲାନ୍ସ ଜାଲରେ ମହିଳା ରାଜସ୍ୱ ନିରୀକ୍ଷକ । ସୁନ୍ଦରଗଡ ଜିଲ୍ଲା ତସଲାଡିହିର ରାଜସ୍ୱ ନିରୀକ୍ଷକ ଲିଲି ଚୌଧୁରୀ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏହା ପରେ ଲିଲି ଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । 

ଚାଷ ଜମିକୁ ବାସୋପଯୋଗୀ ଜମିରେ ରୂପାନ୍ତରିତ କରିବା ଲାଗି ଜଣେ ବ୍ୟକ୍ତିଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଲିଲି ଚୌଧୁରୀ । ଏନେଇ ଭିଜିଲନ୍ସକୁ ଜଣାଇଥିଲେ ଅଭିଯୋଗକାରୀ । ଏହାପରେ ଟିମ୍ ର ପୂର୍ବ ଯୋଜନା ଅନୁସାରେ, ଆଜି ଅଭିଯୋଗକାରୀ ଜଣଙ୍କ ରାଜସ୍ୱ ନିରୀକ୍ଷକ ଲିଲି ଚୌଧୁରୀଙ୍କୁ ଟଙ୍କା ଦେଉଥିଲା ବେଳେ ଧରିଥିଲା ଭିଡିଲାନ୍ସ ଟିମ୍ ।  

ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଟିମ୍ ପକ୍ଷରୁ ଥାନାରେ ଦୁର୍ନୀତି ନିବାରଣ ଅଧିନିୟମ, 2018 ର ଧାରା 7 ଅନୁଯାୟୀ ମାମଲା ରୁଜୁ କରାହୋଇଛି । ଏହା ସହିତ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଲିଲି ଙ୍କ ର ସୁନ୍ଦରଗଡ ଜିଲ୍ଲାର ଦୁଇଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ତଲାସି  ଜାରି ରହିଛି । 

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...