AFFILIATE MARKETING

https://binomo.com?a=90810425bb57&t=0

Wednesday, November 29, 2023

ସଫଳ ହେଲା ଉଦ୍ଧାର କାର୍ଯ୍ୟ ଟନେଲରୁ ବାହାରିଲେ ୪୧ ଜଣ ଶ୍ରମିକ

COASTAL NEWS ODIA 1520

ସଫଳ ହେଲା ଉଦ୍ଧାର କାର୍ଯ୍ୟ ଟନେଲରୁ ବାହାରିଲେ ୪୧ ଜଣ ଶ୍ରମିକ 



ଉତ୍ତରାଖଣ୍ଡ - (CNO) ୧୭ ଦିନ ପରେ, ଉତ୍ତରାଖଣ୍ଡର ସିଲ୍କିରା ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି, ଟନେଲରୁ ବାହାରିଲେ ସମସ୍ତ ୪୧ ଜଣ ଶ୍ରମିକ ସକୁଶଳେ ସେମାନେ ଅନ୍ଧାର ଗୁମ୍ଫା ଭିତରୁ ଆସି ଆଲୋକର ପ୍ରକାଶ ସହିତ ନିଜ ଆତ୍ମୀୟସ୍ବଜନଙ୍କୁ ଦେଖି ପାରିଛନ୍ତି । ଓଡ଼ିଶାର ୫ ଶ୍ରମିକଙ୍କ ସହିତ ମୋଟ ୪୧ ଜଣ ଶ୍ରମିକ ଟନେଲରୁ ବାହାରିଛନ୍ତି । ୫ ଓଡ଼ିଆ ଶ୍ରମିକ ହେଲେ ମୟୂରଭଞ୍ଜ ବାଙ୍ଗିରିପୋଷି ବେଢାକୁଦର ବିଶ୍ୱେଶ୍ୱର ନାୟକ, ଭଦ୍ରକ ବାସୁଦେବପୁର ବ୍ଲକ ସାନକୃଷ୍ଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, କୁଳଡ଼ିହାର ରାଜୁ ନାୟକ ଓ ବଡ଼କୁଦାର ଧିରେନ। 

ପ୍ରଥମେ ୫ ଶ୍ରମିକଙ୍କୁ ବାହାରକୁ ଅରାଯାଇଥିଲା । ତାପରେ ପୁଣି ୪ ଜଣ ଉଦ୍ଧାର କରାଯାଇଥିଲା । ଏହିଭଳି ଭାବେ ଜଣକ ପରେ ଜଣେ, ସମସ୍ତ ୪୧ ଜଣଙ୍କୁ କରାଯାଇଛି ଉଦ୍ଧାର କରାଯାଇଛି । ଶ୍ରମିକ ମାନଙ୍କ ପାଇଁ ଷ୍ଟେଚର୍ ର ବ୍ୟବସ୍ଥା କରାଯାଇଥିଲାବେଳେ ସେମାନେ ସୁସ୍ଥ ଭାବେ ଗୁରୁଣ୍ଡି ଗୁରୁଣ୍ଡି ବାହାରକୁ ଆସିବାରେ ସକ୍ଷମ ହୋଇଥିଲେସମସ୍ତ ଶ୍ରମିକଙ୍କୁ ମେଡିକାଲ ଯାଞ୍ଚ ପାଇଁ ୧୭ ଗୋଟି ଆମ୍ବୁଲାନ୍ସ ଯୋଗେ ମେଡିକାଲ କୁ ନିଆଯାଇଛି ପ୍ରାଥମିକ ଚିକିତ୍ସା ପରେ ଚିନାଲିସାଉରର ଡାକ୍ତରଖାନାକୁ ନିଆଯାଇଛି । 

ଉତ୍ତରପ୍ରଦେଶର ନିର୍ମାଣାଧୀନ ସିଲ୍କିରା ଟନେଲରେ ୪୧ ଜଣ ଶ୍ରମିକ ଅଟକି ରହିଥିଲେ। ସେମାନଙ୍କୁ ବାହାରକୁ ଆଣିବା ପାଇଁ ଦିନରାତି ଯୁଦ୍ଧ କାଳୀନ ଭିତ୍ତିରେ ଉଦ୍ୟମ ଚାଲିଥିଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତଥା ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ଓ ଅନ୍ୟ ନେତୃବୃନ୍ଦଙ୍କ ତଦାରଖରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ଯେଉଁଥିରେ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ସମଗ୍ର ଅଭିଯାନ କରିଥିଲେ । ତେବେ ଏହି ୧୭ ଦିନରେ ଅନେକ ଉତ୍ଥାନ-ପତନ ମଧ୍ୟ ଦେଖାଯାଇଥିଲା । କିନ୍ତୁ ଶ୍ରମିକମାନେ ଯେପରି ଭିତରେ ଫସି ରହିଥିଲେ ଏବଂ ଉଦ୍ଧାର କାର୍ଯ୍ୟରେ ଜଡିତ ଲୋକମାନେ ଧୈର୍ଯ୍ୟ ବଜାୟ ରଖିଥିଲେ। 

ଉଦ୍ଧାର କାର୍ଯ୍ୟ ଶେଷ ହେବା ସମୟରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଟନେଲ ଭିତରେ ଉପସ୍ଥିତ ଥିଲେ । ଶ୍ରମିକ ମାନଙ୍କୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରତ୍ୟେକ ଙ୍କୁ ଏକ ଲକ୍ଷ ଟଙ୍କାର ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି  ଏହା ବ୍ୟତିତ ଏହି କର୍ମଚାରୀଙ୍କୁ ଏକ ମାସ ଲେଖାଏଁ ଛୁଟୀ ପ୍ରଦାନ କରିବା ପାଇଁ ନିର୍ମାଣ ସଂସ୍ଥାକୁ ପରାମର୍ଶ ଦେଇଛନ୍ତି  ଏହି ଉଦ୍ଧାର କାର୍ଯ୍ୟରେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଭି.କେ ସିଂ ମଧ୍ୟ ସମଗ୍ର ଅଭିଯାନରେ ଦୃଢ଼ ଭାବରେ ଠିଆ ହୋଇଥିଲେ।  

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...