AFFILIATE MARKETING

https://binomo.com?a=90810425bb57&t=0

Thursday, November 9, 2023

ବିଶ୍ୱର ସବୁଠାରୁ ଅଧିକ ଜମି ରଖିଥିବା ପରିବାର

COASTAL NEWS ODIA 1407

ବିଶ୍ୱର ସବୁଠାରୁ ଅଧିକ ଜମି ରଖିଥିବା ପରିବାର 


 
ଲଣ୍ଡନ - (CNO) ଭଞ୍ଜ ବିହାରୀ ମହାନ୍ତି - ବାସ୍ତବରେ ବିଶ୍ୱର ସବୁଠାରୁ ଅଧିକ ଜମି ରଖିଥିବା ମାଲିକ କିଏ ? କୁହାଯାଏ କି ଏହି ପରିବାର ପାଖରେ ଅପର୍ଯ୍ୟାପ୍ତ ଜମି ରହିଛି । ତା ମଧ୍ୟରୁ ଗ୍ରାମୀଣ ଅଞ୍ଚଳର ଚାଷଜମି ଓ ଜଙ୍ଗଲ ମଧ୍ୟ ରହିଛି । ଏହାସହ ସହରରେ ଜମି, ଘର ଓ ବିଳାଶପୂର୍ଣ୍ଣ ମାର୍କେଟ କମ୍ପେ୍ଲକ୍ସ, ସମୁଦ୍ର ତଟ ମଧ୍ୟ ଏହି ରାଜ ପରିବାର ପାଖରେ ରହିଛି । ରାଜପରିବାରର ସମ୍ପତ୍ତି ଦେଖା ରଖା କରିବାକୁ ଏକ ସ୍ୱତନ୍ତ୍ର କମ୍ପାନୀ ମଧ୍ୟ ରହିଛି ।

ଏବେ ଆମେ ଆପଣଙ୍କ କହିବାକୁ ଯାଉଛୁ କି, ଏହି ପରିବାର ଏକ ରାଜ୍ ପରିବାର । ଗୋଟିଏ ସମୟରେ ଏହି ରାଜପରିବାରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେଉଥିଲା । ଏବେ ବି ଅନେକ ଦେଶ ଏହି ପରିବାରକୁ ନିଜର ରାଜା ବୋଲି ମାନିଥାନ୍ତି । ଏହି ପରିବାର ବ୍ରିଟେନର ରାଜପରିବାର ଅଟେ । ଏହି ଅପର୍ଯ୍ୟାପ୍ତ ସମ୍ପତ୍ତିର ମାଲିକ ଅନ୍ୟ କେହି ନୁହେଁ ବରଂ ବ୍ରିଟେନର ରାଜା ଚାଲର୍ସ ତୃତୀୟ ଅଟନ୍ତି ।

କିଙ୍ଗ୍ ଚାଲର୍ସ ନିଜ ମା ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ବିଶ୍ୱର ସବୁଠାରୁ ଅଧିକ ସମ୍ପତ୍ତିର ମାଲିକ ଅଟନ୍ତି । ହେଲେ ବାସ୍ତବରେ ଏସବୁ ସମ୍ପତ୍ତିର ଘରୋଇ ମାଲିକ ରାଜ ପରିବାର ନୁହେଁ, ମାତ୍ର ଯେ ପର୍ଯ୍ୟନ୍ତ ରାଜା ରହିବେ ସେ ପର୍ଯ୍ୟନ୍ତ ଏସବୁ ସମ୍ପତ୍ତି ତାଙ୍କ ମାଲିକାନାରେ ରହିବ । ଅନ୍ତର୍ଜାତୀୟ ଟ୍ରେଡ୍ ୱେବସାଇଟର ସୂଚନା ମୁତାବକ ରାଜା ପରିବାର ପାଖରେ ସାରା ବିଶ୍ୱରେ ୬.୬ ଆରବ ଏକର ଜମି ରହିଛି ।

ଏସବୁ ଜମି ଗ୍ରେଟ୍ ବ୍ରିଟେନ, ଅଷ୍ଟ୍ରେଲିଆ, ଆୟରଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ , ବେଲସ୍, କାନାଡା ଭଳି ଅନେକ ଦେଶରେ ରହିଛି । ବିଶ୍ୱର ମୋଟ କ୍ଷେତ୍ରଫଳର ୧୬.୬ ପ୍ରତିଶତ ଜମି ଏହି ରାଜ ପରିବାର ପାଖରେ ରହିଛି । ‘ଦ କ୍ରାଉନ ଇଷ୍ଟେଟ୍’ ନାମରେ ଏକ ସଂସ୍ଥା ରହିଛି ଯେ କି, ଏହି ସମ୍ପତ୍ତିର ଦେଖାରଖା କରୁଛି । ବ୍ରିଟିଶ ରାଜପରିବାର ପାଖରେ ସିଧାସଳଖ ନିଜ ସମ୍ପତ୍ତି ୨୫ ହଜାର ଏକର ରହିଛି ।

ରାଜପରିବାର ପାଖରେ ଥିବା ମୋଟ ଜମିରୁ ୧୧୫,୦୦୦ ଏକର ଚାଷଜମି ରହିଛି । ଏହାସହ ରିଟେଲ ପ୍ରପର୍ଟି, ସମୁଦ୍ର ତଟ, ବଜାର, ଅଫିସ କମ୍ପେ୍ଲକ୍ସ ଭଳି ଜମି ରହିଛି ।


No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...