AFFILIATE MARKETING

https://binomo.com?a=90810425bb57&t=0

Tuesday, November 28, 2023

ଭିଜିଲାନ୍ସ ଜାଲରେ ବୈପାରିଗୁଡା ଥାନା ଅଧିକାରୀ

COASTAL NEWS ODIA 1518

ଭିଜିଲାନ୍ସ ଜାଲରେ ବୈପାରିଗୁଡା ଥାନା ଅଧିକାରୀ 




ଜୟପୁର, ୨୭/୧୧(CNO ): ଜୟପୁର ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ବୈପାରିଗୁଡା ଥାନା ଅଧିକାରୀ ସୁଶାନ୍ତ ଶତପଥୀ । ସୂଚନା ଅନୁଯାୟୀ ଲକ୍ଷାଧୂକ ଟଙ୍କା ଧରି ଥାନା ଅଧିକାରୀ ବସ୍‌ରେ ଯାଉଥିବାବେଳେ ତାଙ୍କୁ ଭିଜିଲାନ୍ସ ଦଳ କାବୁ କରିଛି । ପରେ ତାଙ୍କ ବୈପାରିଗୁଡା ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଚଢଉ କରି ଭିଜିଲାନ୍ସ ଦଳ ବିପୁଳ ପରିମାଣର ଟଙ୍କା ଜବତ କରିଛି ସୂଚନା ଅନୁସାରେ, ଅଭିଯୁକ୍ତ ଥାନାଧିକାରୀ ସୁଶାନ୍ତଙ୍କଠାରୁ ୨.୭୦ଲକ୍ଷ ଟଙ୍କା ଏବଂ ତାଙ୍କ ବୈପାରୀଗୁଡା କାର୍ଯ୍ୟାଳୟରୁ ୧.୮୦ଲକ୍ଷ ଟଙ୍କା ମିଳିଛି। ଲକ୍ଷାଧୂକ ଟଙ୍କା କେଉଁଠୁ ଆସିଲା ଏବଂ ଏତେ ପରିମାଣର ଟଙ୍କା ଧରି

ପୁଲିସ ବାବୁ ବସ୍‌ରେ ସେ କେଉଁଠିକୁ ଯାଉଥିଲେ ତାର ସନ୍ତୋଷଜନକ ଉତ୍ତର ଅଭିଯୁକ୍ତଙ୍କଠାରୁ ମିଳି ନଥିବା ଭିଜିଲାନ୍ନ ସୂତ୍ରରୁ ପ୍ରକାଶ। ଥାନା ଅଧିକାରୀ ସୁଶାନ୍ତ ଶତପଥୀ ରିଲାଏନ୍ସ ବସରେ ବୈପାରିଗୁଡା ପାର୍ଶ୍ବରୁ ଟଙ୍କା ଧରି ଆସୁଥିବା ଖବର ପାଇ ଭିଜିଲାନ୍ସ ଦଳ ତାଙ୍କୁ ବସରେ କାବୁ କରିବାରେ ସଫଳ ହୋଇଥିଲେ l

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...