AFFILIATE MARKETING

https://binomo.com?a=90810425bb57&t=0

Thursday, November 9, 2023

ଭୁବନ ରେ ଅବକାରୀ ବିଭାଗର ଚଢଉ

COASTAL NEWS ODIA 1412

ଭୁବନ ରେ ଅବକାରୀ ବିଭାଗର ଚଢଉ 



ଢେଙ୍କାନାଳ - (CNO) ଜିଲ୍ଳାକୁ  ନିଶାମୁକ୍ତ କରିବାକୁ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧିକ୍ଷକ  ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ାଉ କରି ୫ ଜଣ ବ୍ୟକ୍ତି ଙ୍କୁ ଗିରଫ କରାଯାଇ ସେମାନଙ୍କ ନିକଟରୁ ୨୦୦ ଲିଟର ଦେଶୀ ମଦ ସମେତ ବିପୁଳ ପରିମାଣ ର ବିଦେଶୀ ମଦ ଜବତ କରାଯାଇଛି ।


ଜିଲ୍ଲା ଅବକାରୀ ଇନିସ୍ପେକ୍ଟର ଏବଂ ସମ୍ବଲପୁର ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ କରାଯାଇ ଭୁବନ ସୁଣ୍ଡି ସାହି ର ରାମ ଚନ୍ଦ୍ର ଜେନା ଙ୍କ ନିକଟରୁ ୧୪ ଲିଟର, ରଞ୍ଜିତ ପତ୍ର ଙ୍କ ନିକଟରୁ ୧୫ ଲିଟର,ନନ୍ଦ ବେହେରା ଙ୍କ ନିକଟରୁ ୧୫ ଲିଟର ଦେଶୀ ମଦ ଜବତ କରାଯାଇଛି । ଢେ଼ଙ୍କାନାଳ ଜିଲ୍ଲା ଇନ୍ଦିପୁର ଆନନ୍ଦ ନାଥ ଙ୍କ ନିକଟରୁ ୨୦.୩୮୫ ଲିଟର ବିଦେଶୀ ମଦ ଓ ୪୧.୧୪୫ ଲିଟର ବିଅର ଜବତ କରାଯାଇଛି । ସେହିପରି ତଳଗଡ ର ନିର୍ମଳ ବିଶ୍ବାଳ ଙ୍କ ନିକଟରୁ ୧୨.୧୪୦ ଲିଟର ବିଦେଶୀ ମଦ ଜବତ କରାଯିବା ସହ ସେମାନଙ୍କୁ ଓଡ଼ିଶା ଅବକାରୀ ଆଇନ ଅନୁଯାୟୀ ଗିରଫ କରାଯାଇ ଜେଲ କୁ ପଠା ଯାଇଛି । 

ଅବକାରୀ ଏସ ଆଇ ସୌରଭ ମିଶ୍ର, ଏ ଏସ ଆଇ ବିଶ୍ଵ ରଞ୍ଜନ ନାଥ ଙ୍କ ନେତୃତ୍ୱ ରେ କନଷ୍ଟେବଳ ଗୋଲାପ ସାହୁ ,ପ୍ରେମାନନ୍ଦ ବେହେରା, ପ୍ରଫୁଲ୍ଲ କୁମାର ସାମଲ ପ୍ରମୁଖ ଏହି ଚଢାଉ ରେ ସାମିଲ ଥିଲେ । ଏହି ଚଢାଉ ରେ ନିଶା ମାଫିଆ ଙ୍କ ନିଦ ହଜିଯାଇଛି l

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...