AFFILIATE MARKETING

https://binomo.com?a=90810425bb57&t=0

Thursday, November 9, 2023

୨ ବର୍ଷ ଧରି ନିଷ୍କ୍ରିୟ ଥିବା ଜିମେଲ୍‌ ଆକାଉଣ୍ଟଗୁଡିକ ଗୁଗୁଲ ଦ୍ୱାରା ବନ୍ଦ ହୋଇଯିବ

COASTAL NEWS ODIA 1405

୨ ବର୍ଷ ଧରି ନିଷ୍କ୍ରିୟ ଥିବା ଜିମେଲ୍‌ ଆକାଉଣ୍ଟଗୁଡିକ ଗୁଗୁଲ ଦ୍ୱାରା ବନ୍ଦ ହୋଇଯିବ



ମୁମ୍ବ‌ାଇ: (CNO) ଭଞ୍ଜ ବିହାରୀ ମହାନ୍ତି - ଯଦି ଆପଣ ଜଣେ ଜିମେଲ୍‌ ବ୍ୟବହାରକାରୀ, ତେବେ ଆପଣଙ୍କ ପାଇଁ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କାରଣ ଗୁଗୁଲର ଜିମେଲ୍‌ କିିଛି ଆକାଉଣ୍ଟ୍‌କୁ ଡିଲିଟ୍‌ କରିବାକୁ ନିଷ୍ପତ୍ତି ନେଇଛି। ଚଳିତବର୍ଷ ଡିସେମ୍ବର ପହିଲାରୁ ଏହି ସବୁ ଆକାଉଣ୍ଟ୍‌ ଡିଲିଟ୍‌ ହେବ ବୋଲି ଶୁଣିବାକୁ ମିଳୁଛି।

ଗୁଗୁଲର ନୀତି ଅନୁଯାୟୀ, ଏହି ଆକାଉଣ୍ଟଗୁଡିକୁ ଡିଲିଟ୍ କରାଯିବ। ଆକାଉଣ୍ଟ୍‌ ଡିଲିଟ୍‌ ହେବା ପରେ ଆପଣ ଗୁଗୁଲ୍ ଡକସ୍, କ୍ୟାଲେଣ୍ଡର ଏବଂ ଫଟୋ ଆଦିକୁ ଆଉ ଚଳାଇ ପାରିବେ ନାହିଁ।

୨ ବର୍ଷ ଧରି ନିଷ୍କ୍ରିୟ ଥିବା ଆକାଉଣ୍ଟଗୁଡିକ ଗୁଗୁଲ ଦ୍ୱାରା ବନ୍ଦ ହୋଇଯିବ ବୋଲି ସୂଚନାରୁ ଜାଣିବାକୁ ମିଳିଛି। ଅର୍ଥାତ୍ ସେହି ଆକାଉଣ୍ଟ୍‌ଗୁଡ଼ିକ, ଯାହା ଗତ ୨ ବର୍ଷ ହେବ ବ୍ୟବହୃତ ହେଉନାହିଁ ସେଗୁଡ଼ିକୁ କମ୍ପାନି ବନ୍ଦ କରିବାର ନିଷ୍ପତ୍ତି ନେଇଛି।

ଯଦି ଆପଣ ଦୀର୍ଘ ସମୟ ଧରି ଆପଣଙ୍କର ଗୁଗୁଲ୍ ଆକାଉଣ୍ଟରେ ଲଗ୍ ଇନ୍ କରିନାହାଁନ୍ତି, ତେବେ ଆପଣଙ୍କର ଆକାଉଣ୍ଟ୍‌ ବନ୍ଦ ହୋଇପାରେ। ଯଦି ଆପଣ କ୍ରମାଗତ ଭାବରେ ଜିମେଲ୍‌ ବ୍ୟବହାର କରୁଛନ୍ତି ବା ଜିମେଲ୍‌ର ଜଣେ ସକ୍ରିୟ ଉପଭୋକ୍ତା, ତେବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଏହିପରି ବ୍ୟକ୍ତିଙ୍କ ଆକାଉଣ୍ଟ୍‌ ଡିଲିଟ୍‌ ହେବ ନାହିଁ।

ଗୁଗୁଲ ନୀତି ଅନୁଯାୟୀ, ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସକ୍ରିୟ ଆକାଉଣ୍ଟ୍‌ଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ବାସ୍ତବରେ ଗୁଗୁଲ୍ କହିଛି ଯେ ନିଷ୍କ୍ରିୟ ଏବଂ ପୁରୁଣା ଜିମେଲ୍‌ ବ୍ୟବହାରକାରୀମାନେ ହ୍ୟାକରଙ୍କ ପାଇଁ ଟାର୍ଗେଟ୍ ହେବା ଖୁବ୍ ସହଜ। ସେଥିପାଇଁ ଆକାଉଣ୍ଟ୍‌ ବନ୍ଦ କରି ଦିଆଯିବ।

ଯଦି ଆପଣ ଗତ ୨ ବର୍ଷ ହେବ ଆପଣଙ୍କର ଜିମେଲ୍‌ ବ୍ୟବହାର କରିନାହାଁନ୍ତି ଓ ଆପଣଙ୍କର ତଥ୍ୟ ଆକାଉଣ୍ଟ୍‌ରେ ଉପସ୍ଥିତ ଅଛି, ତେବେ ଆପଣ ଆଜି ହିଁ ଜିମେଲ୍‌ରୁ ନିଜ ତଥ୍ୟର ବ୍ୟାକ୍‌-ଅପ୍‌ ନେଇନିଅନ୍ତୁ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...