AFFILIATE MARKETING

https://binomo.com?a=90810425bb57&t=0

Thursday, November 30, 2023

ଘରୁ ବାହାର କରିଦେଲେ ପୁଅ,ଜିଲାପାଳଙ୍କୁ ବାପା ମା'ଙ୍କ ଗୁହାରି

COASTAL NEWS ODIA 1525

ଘରୁ ବାହାର କରିଦେଲେ ପୁଅ,ଜିଲାପାଳଙ୍କୁ ବାପା ମା'ଙ୍କ ଗୁହାରି



ରାଜକନିକା - (CNO)  ପୁଅର ଭବିଷ୍ୟତ ସୁରକ୍ଷିତ କରିବାକୁ ନିଜର ଶୁଖ ସ୍ବାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇଥିବା ବାପା-ମା' ଆଜି ବୃଦ୍ଧ ଅବସ୍ଥାରେ ବାରଓଳି ଘୁରି ବୁଲୁଛନ୍ତି ପୁଅର ନିର୍ଯାତନା ଅସହ୍ଯ ହେଉଛି । ଚାକିରିକାଳ ପୂରିବାର ୫ବର୍ଷ ପୂର୍ବରୁ ସ୍ବେଚ୍ଛାକୃତ ଅବସର ନେଇ ପୁଅକୁ ଚାକିରି ଦେଇଥିବା ବୃଦ୍ଧ ବାପାକୁ ପୁଅ ଗଣ୍ଡାଏ ଖାଇବାକୁ ଓ ପାଖରେ ରଖିବାକୁ ନାରାଜ । ମାଡ଼ମାରି ବାପା ମା ଙ୍କୁ ଘରୁ ତଡ଼ିଦେବା ପରେ ୯୦ ବର୍ଷ ବୟସ୍କ ବାପା ଦୈତ୍ୟାରି ନାୟକ ଓ ୭୫ ବର୍ଷସା ମା’ କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ଭେଟି ନିଜର ସୁରକ୍ଷା ପାଇଁ ଗୁହାରି କରିଛନ୍ତି । 

ଅଭିଯୋଗ ଅନୁଯାୟୀ, ରାଜକନିକା ଥାନା ପନ୍ତଙ୍କ ଗାଁର ଶିକ୍ଷକ ଦୈତ୍ୟାରି ନାୟକ ସ୍ୱେଚ୍ଛାକୃତ ଅବସର ନେଇ ସେତେବେଳର ଶିକ୍ଷାବିଭାଗର ନିୟମ ଅନୁଯାୟୀ ତାଙ୍କ ବଡ ପୁଅଙ୍କୁ ଚାକିରି ଦେଇଥିଲେ । ତାଙ୍କର ୪ ବର୍ଷ ଚାକିରି ଥିବାବେଳେ ବଡ଼ ଫୁଅକୁ ଚାକିରି ଦେବା କଥାକୁ ଅନ୍ୟ ପୁଅମାନେ ମଧ୍ୟ ଗ୍ରହଣ କରିପାରି ନାହାନ୍ତି l ତେଣୁ ବାପା ମା'ଙ୍କୁ ସେମାନେ ବି ଦେଖାଶୁଣା କରୁନାହାନ୍ତି । ଦୈତ୍ୟାରିଙ୍କ ବଡ଼ପୁଅ ମଧ୍ୟ ବାପା ମା'ଙ୍କୁ ଅବହେଳା କରିବା ସହିତ ହଇରାଣ ହରକତ କରିବାରୁ ଦୁଇ ବର୍ଷ ପୂର୍ବରୁ ଦୈତ୍ୟାରି ରାଜକନିକା ଥାନାରେ ଅଭିଯୋଗ କରିଥିଲେ ତେଣୁ କିଛିଦିନ ପାଇଁ ସମସ୍ୟା ସୁଧୁରିଥିଲା । 

ପରେ ବଡ଼ପୁଅ  ବାପା ମା'ଙ୍କୁ ଘରୁ ବାହାର କରିଦେବାରୁ ଉଭୟ ବାପା ମା ଲୋକ ଅଦାଲତର ଆଶ୍ରୟ ନେଇଥିଲେ । ଅଦାଲତ ପୁଅକୁ  ଡକାଇ ବାପା ମା'ଙ୍କୁ ୭ଦିନ ମଧ୍ୟରେ ଘରେ ସ୍ଥାନ ଦେବାକୁ ନିର୍ଦେଶ ଦେଇଥିଲେ ବି ତାହାକୁ ପୁଅ ମାନି ନଥିଲା ଘରୁ ବାହାରି ନଗଲେ ମାରିଦେବାକୁ ଧମକ ଦେଇଥିବାରୁ ଜୀବନ ବିକଳରେ ବୁଢ଼ା ବାପା ମା ଜିଲାପାଳଙ୍କୁ ଗୁହାରି କରି ନ୍ୟାୟ ଭିକ୍ଷା କରିଛନ୍ତି ।  

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...