AFFILIATE MARKETING

https://binomo.com?a=90810425bb57&t=0

Thursday, November 16, 2023

ଡୋଡା ବସ ଦୁର୍ଘଟଣାରେ ମୁତ୍ୟ ସଂଖ୍ୟା ୩୬ ଛୁଇଁଲା, ୨୨ ଆହତ, ବସ କାଟି ବାହାର କରାଗଲା ୨୫ ମୃତଦେହ, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା

COASTAL NEWS ODIA 1454

ଡୋଡା ବସ ଦୁର୍ଘଟଣାରେ ମୁତ୍ୟ ସଂଖ୍ୟା ୩୬ ଛୁଇଁଲା, ୨୨ ଆହତ, ବସ କାଟି ବାହାର କରାଗଲା ୨୫ ମୃତଦେହ, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା



 
ଶ୍ରୀନଗର,୧୫।୧୧ : ଭଞ୍ଜ ବିହାରୀ ମହାନ୍ତି - ଜମ୍ମୁ-କଶ୍ମୀରର ଡୋଡା ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। କିସ୍ତୱାଡରୁ ଜମ୍ମୁକୁ ଯାଉଥିବା ଏକ ବସ ଡୋଡାର ଆସାର ଅଞ୍ଚଳର ଟ୍ରୁଙ୍ଗାଲ ନିକଟରେ ୩୦୦ ଫୁଟ ଖାଲରେ ଖସି ପଡିଥିଲା। ସୂଚନା ଅନୁଯାୟୀ, ବସରେ ୫୫ଜଣ ଯାତ୍ରୀ ଥିଲେ। ବସରେ୫୨ ସିଟ ଥିବା ପୋଲିସ କହିଛି। ଏହି ଦୁର୍ଘଟଣାରେ ୩୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୨ ଜଣ ଆହତ ହୋଇଛନ୍ତି। ପୋଲିସ ଏବଂ ଉଦ୍ଧାରକାରୀ ଦଳର ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।

ଚେନାବ ନଦୀର ଖାଇରେ ବସ ଖସି ପଡ଼ିଛି। କିଛି ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଆହତମାନଙ୍କୁ ଆସାରର ପ୍ରାଥମିକ ସ୍ବାସ୍ଥ୍ୟ ସେବା କେନ୍ଦ୍ରରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ଡାକ୍ତରମାନେ ଚିକିତ୍ସା କରୁଛନ୍ତି। ବରିଷ୍ଠ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଅନୁସନ୍ଧାନ କରୁଛନ୍ତି।

ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଲୋକମାନେ କହିଛନ୍ତି ବସ କାଟିବା ପରେ ଭିତରେ ଫସି ରହିଥିବା ଲୋକ ଏବଂ ମୃତଦେହକୁ ବାହାରକୁ ଅଣାଯାଇଥିଲା। ଆହତମାନଙ୍କୁ କିସ୍ତୱାଡର ଜିଲା ଡାକ୍ତରଖାନା ଏବଂ ଡୋଡା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତଙ୍କୁ ଜମ୍ମୁ ନିଆଯାଇଛି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଇତିମଧ୍ୟରେ ୨୫ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ମୃତକଙ୍କ ଉଦ୍ଧାର ପାଇଁ କାର୍ଯ୍ୟ ଜାରି ରହିଛି।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଏଲଜି ମନୋଜ ସିହ୍ନା ଦୁଃଖ ପ୍ରକାଶ କରିଛନ୍ତି।

ଜମ୍ମୁ କଶ୍ମୀରର ଏଲଜି ମନୋଜ ସିହ୍ନା ଟୁଇଟ କରି କହିଛନ୍ତି ଦୁର୍ଘଟଣା ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ହୃଦୟରୁ ସମବେଦନା ଏବଂ ଦୁର୍ଘଟଣାରେ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ପ୍ରଭାବିତ ଲୋକଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିବାକୁ ବିଭାଗୀୟ କମିଶନର ଏବଂ ଜିଲା ପ୍ରଶାସନ ନିର୍ଦ୍ଦେଶ ଦିଆଯାଇଛି।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...