AFFILIATE MARKETING

https://binomo.com?a=90810425bb57&t=0

Friday, November 17, 2023

ନିମ୍ନମାନର ରାସ୍ତା କାମ ୪୮ ଘଣ୍ଟା ନ ପୂରୁଣୁ ଉଠିଲା ପିଚୁ

COASTAL NEWS ODIA 1465

ନିମ୍ନମାନର ରାସ୍ତା କାମ ୪୮ ଘଣ୍ଟା ନ ପୂରୁଣୁ ଉଠିଲା ପିଚୁ



ରାଜନଗର - (CNO ) -କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ଗୁଳଦିଆ(ଚଣ୍ଡିଆପଲା)ଛକରୁ କୁନ୍ଦୁପୁର ଛକ ପର୍ଯ୍ୟନ୍ତ ପୂର୍ତ୍ତବିଭାଗ ତରଫରୁ ନିର୍ମାଣ ହେଉଥିବା ରାସ୍ତାରେ ନିମ୍ନମାନର କାମ ଯୋଗୁଁ ଅଧକୋଟି ଟଙ୍କା ପାଣିରେ ପଡ଼ିଥିବା ଅଭିଯୋଗ ହୋଇଛି । 

ଏହି ବ୍ଲକ ମହିଷାସୁର ପଞ୍ଚାୟତ ଗୁଳଦିଆ ଛକରୁ କୁନ୍ଦୁପୁର ଯାଏ ବିଭାଗ ପକ୍ଷରୁ କରାଯାଇଥିବା ପିଚୁ କାମ ସରିବାର ମାତ୍ର ୪୮ଘଣ୍ଟା ନପୁରୁଣୁ ଅନେକ ସ୍ଥାନରେ ପିଚୁ ଉଠିଗଲାଣି। ଏହି ରାସ୍ତା ବ୍ଲକର ମୁଖ୍ୟ ପ୍ରବେଶପଥ । 

ଏହି ରାସ୍ତା ଉପରେ ବ୍ଲକର ଅର୍ଦ୍ଧାଧିକ ପଞ୍ଚାୟତ ଲୋକେ ସଦର ମହକୁମା ସହ ବ୍ଲକ ବାହାରକୁ ଯିବା ପାଇଁ ନିର୍ଭର କରିଥାନ୍ତି ।ପିଚୁ ହୋଇଥିବା ସମସ୍ତ ରାସ୍ତା ମେସିନ ଦ୍ବାରା କରାଯାଇଥିଲେ ମଧ୍ୟ ଏବେବି ଖାଲ ଜଳଜଳ ହୋଇ ଦେଖାଯାଉଛି । ଠିକାସଂସ୍ଥା ନିମ୍ନମାନର କାମ କରିବାର ଦୁଇଦିନ ବା ୪୮ ଘଣ୍ଟା ନପୁରୁଣୁ ପିଚୁ ଫାଟି ଉଠିଯାଇଥିବା ପରିଲକ୍ଷିତ ହୋଇଛି। 

ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିଲେ କେତେ ଟଙ୍କାର କାମ ଓ କେତେ ଲମ୍ବା ପ୍ରକାଶ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଏହି ରାସ୍ତା କାମ ସମ୍ପର୍କରେ ସୂଚନା ଫଳକଟିଏ ବି ଲାଗିନାହିଁ ।ରାସ୍ତାରେ ଦିନକୁ ଦିନ ପିଚୁ ଉଠି ଯାଉଥିବାରୁ କାମର ମାନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...