AFFILIATE MARKETING

https://binomo.com?a=90810425bb57&t=0

Saturday, November 11, 2023

ଦର୍ପଣଗଡ଼ ଗ୍ରାମକୁ ଫେରିଛି ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି

COASTAL NEWS ODIA 1424

ଦର୍ପଣଗଡ଼ ଗ୍ରାମକୁ ଫେରିଛି ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି



ଚଣ୍ଡିଖୋଲ,୧୧ା୧୧: ଭଞ୍ଜ ବିହାରୀ ମହାନ୍ତି - ଦୀର୍ଘ ୨ ବର୍ଷ ୧୦ ମାସର ପ୍ରତୀକ୍ଷା ପରେ ଶୁକ୍ରବାର ମା’କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣଗଡ଼ ଗ୍ରାମକୁ ଫେରିଛି। ଏହାପରେ ଗ୍ରାମରେ ଆନନ୍ଦର ଲହରି ଖେଳିଯାଇଛି। 

ଗୁରୁବାର ଦିଲ୍ଲୀରେ ମା’ଙ୍କ ମୂର୍ତ୍ତିକୁ ହସ୍ତାନ୍ତର ପରେ ଯାଜପୁର ପୋଲିସ ଓ ଦର୍ପଣ ସରପଞ୍ଚଙ୍କ ନେତୃତ୍ୱରେ ଯାଇଥିବା ଟିମ୍‌ ମୂର୍ତ୍ତି ଧରି ଫେରିଛନ୍ତି। ସେମାନେ ଶୁକ୍ରବାର ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇ ବଡ଼ଚଣା ଥାନାକୁ ଆସିଥିଲେ। ଥାନାରେ ପୋଲିସ ଗ୍ରାମବାସୀଙ୍କୁ ମୂର୍ତ୍ତି ହସ୍ତାନ୍ତର କରିଥିଲା। ପରେ ସେଠାରୁ ଏକ ଶୋଭାଯାତ୍ରାରେ ମା’ଙ୍କୁ ଦର୍ପଣ ଗ୍ରାମକୁ ନିଆଯାଇଥିଲା। 

ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଜିଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳ, ଜିଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ଯଚୀନ୍ଦ୍ର କୁମାର ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି ପ୍ରମୁଖ ବଡ଼ଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କଠାରୁ ମୂର୍ତ୍ତିକୁ ଗ୍ରହଣ କରିଥିଲେ। ପରେ ସେଠାରୁ ବାଜା, ବାଣ ଓ ରୋଶଣି କରାଯାଇ ମୂର୍ତ୍ତି ଅଣାଯାଇଥିଲା। ଏଥିରେ ବହୁ କୀର୍ତ୍ତନମଣ୍ଡଳୀ ମଧ୍ୟ ସାମିଲ ହୋଇଥିଲେ। ହଜାରହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବିରାଟ ଶୋଭାଯାତ୍ରାରେ ମା’ଙ୍କ ମୂର୍ତ୍ତିକୁ ନେଇ ଗ୍ରାମ ପରିକ୍ରମା କରାଇ ମନ୍ଦିରକୁ ନେଇଥିଲେ।

ଜାନୁୟାରୀ ୧୦ରେ ଦର୍ପଣ ଗଡ଼ ଗ୍ରାମର ଗ୍ରାମଦେବତୀ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଚୋରି ହୋଇଯାଇଥିଲା। ବହୁ ପ୍ରଚେଷ୍ଟା ସତ୍ତ୍ୱେ ବଡ଼ଚଣା ପୋଲିସ ମୂର୍ତ୍ତିଠାବ କରିବାରେ ବିଫଳ ହୋଇଥିଲା। ୨୦୨୨ ନଭେମ୍ବରରେ ମୂର୍ତ୍ତିଟି ଦିଲ୍ଲୀ ବିମାନ ବନ୍ଦରରେ ଧରା ପଡ଼ିଥିଲା। କଷ୍ଟମ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଯାଜପୁର ପୋଲିସକୁ ସୂଚନା ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମକ୍ରମେ ମୂର୍ତ୍ତି ଫେରିଥିବା ସୂଚନା ମିଳିଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...