AFFILIATE MARKETING

https://binomo.com?a=90810425bb57&t=0

Sunday, November 19, 2023

ଅଷ୍ଟ୍ରେଲିଆ ବିଶ୍ବ ଚାମ୍ପିଅନ

COASTAL NEWS ODIA 1481

ଅଷ୍ଟ୍ରେଲିଆ ବିଶ୍ବ ଚାମ୍ପିଅନ 
୬ ଓ୍ବିକେଟରେ ହାରିଲା ଭାରତ



 
ଅହମଦାବାଦ : ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ଆଇସିସି ବିଶ୍ବକପ ଫାଇନାଲରେ ଭାରତକୁ ୬ ଓ୍ବିକେଟରେ ପରାସ୍ତ କରି ବିଶ୍ବ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । ବ୍ୟାଟିଂ, ବୋଲିଂ ଓ ଫିଲଡିଂ ସବୁ ବିଭାଗରେ ଭାରତଠାରୁ ଉନ୍ନତ ଖେଳି ୬ଷ୍ଠ ଥର ପାଇଁ ବିଶ୍ବକପ ହାତେଇଛି ଅଷ୍ଟ୍ରେଲିଆ ।

ଭାରତ ଦ୍ବାରା ଅଷ୍ଟ୍ରେଲିଆ ଆଗରେ ୨୪୧ ରନର ଲକ୍ଷ୍ୟ ରଖାଯାଇଥିଲା । ଆରମ୍ଭରୁ ଭାରତୀୟ ବୋଲରମାନେ ୩ଟି ଓ୍ବିକେଟ ନେଇ ଆଶା ସଂଚାର କରିଥିଲେ । କିନ୍ତୁ ଟ୍ରାଭିସ୍ ହେଡ୍ ଓ ମାର୍ନସ ଲାବୁସଚେନ ଲଢୁଆ ବ୍ୟାଟିଂ କରି ବିଜୟ ଭାରତ ହାତରୁ ଛଡେଇ ନେଇଥିଲେ । ଫାଇନାଲ ପରି ବଡ଼ ମ୍ୟାଚରେ ହେଡ୍ ଶତକ ( ୧୩୭ ରନ)  ହାସଲ କରି ବିଜୟରେ ବଡ଼ ଭୂମିକା ଗ୍ରହଣ କରିଥଲେ । ଲାବୁସଚେନ ୫୭ ରନ କରିଥିଲେ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ଓପନିଙ୍ଗ ବ୍ୟାଟସମ୍ୟାନ ଭାବରେ ଖେଳ ଆରମ୍ଭ କରିଥିଲେ । ଗିଲ ମାତ୍ର ୪ ରନ କରି ଆଉଟ ହୋଇଥିବାବେଳେ ରୋହିତ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ । କିନ୍ତୁ ରୋହିତ ୪୭ ରନ କରି ଆଉଟ ହେବା ପରେ ରନ ଗତି ଧୀମେଇ ଯାଇଥିଲା । ତେବେ ବିରାଟ କୋହଲି ଓ କେଏଲ ରାହୁଲ ସତର୍କତା ସହ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ ।  

ବିରାଟ ଆଉଟ ହେବା ପରେ ଦଳ ର ମନୋବଳ ଭାଙ୍ଗି ଯାଇଥିଲା ଭାରତୀୟ ଦଳ ସଂକଟରେ ପଡ଼ିଯାଇଥିଲା । ରାହୁଲ ୬୬ ରନ କରି ଆଉଟ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ୨୮ଟି ବଲରୁ ୧୮ ରନ କରିଥିଲେ । ତେବେ ଶେଷ ଓ୍ବିକେଟରେ କୂଳଦୀପ ଯାଦବ ଓ ମହମ୍ମଦ ସିରାଜ ସତର୍କତାର ସହ ଖେଳି ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୩ଟି ଓ୍ବିକେଟ ନେଇଥିବାବେଳେ ଜୋସ ହେଜଲଉଡ୍ ୨ଟି ଓ୍ବିକେଟ ନେଇଥିଲେ । ଅଷ୍ଟ୍ରେଲିଆର ଉନ୍ନତ ଫିଲଡ଼ିଂ ଓ ବୋଲିଂ ପାଖରେ ଭାରତୀୟ ବ୍ୟାଟସମ୍ୟାନ ଅସହାୟ ହୋଇ ପଡିଥିଲେ l

ଲଗାତାର ଭାବେ ସମସ୍ତ ମ୍ଯାଚ ରେ ଭଲ ପ୍ରଦର୍ଶନ କରୁଥିବା ଭାରତ ଟିମ୍ ର ଫାଇନାଲ ଜିତିବାର ଆଶା ଧୂଳିସାତ୍ ହୋଇ ଯାଇଥିଲା l

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...