AFFILIATE MARKETING

https://binomo.com?a=90810425bb57&t=0

Sunday, November 19, 2023

ଅଷ୍ଟ୍ରେଲିଆ ବିଶ୍ବ ଚାମ୍ପିଅନ

COASTAL NEWS ODIA 1481

ଅଷ୍ଟ୍ରେଲିଆ ବିଶ୍ବ ଚାମ୍ପିଅନ 
୬ ଓ୍ବିକେଟରେ ହାରିଲା ଭାରତ



 
ଅହମଦାବାଦ : ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ଆଇସିସି ବିଶ୍ବକପ ଫାଇନାଲରେ ଭାରତକୁ ୬ ଓ୍ବିକେଟରେ ପରାସ୍ତ କରି ବିଶ୍ବ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । ବ୍ୟାଟିଂ, ବୋଲିଂ ଓ ଫିଲଡିଂ ସବୁ ବିଭାଗରେ ଭାରତଠାରୁ ଉନ୍ନତ ଖେଳି ୬ଷ୍ଠ ଥର ପାଇଁ ବିଶ୍ବକପ ହାତେଇଛି ଅଷ୍ଟ୍ରେଲିଆ ।

ଭାରତ ଦ୍ବାରା ଅଷ୍ଟ୍ରେଲିଆ ଆଗରେ ୨୪୧ ରନର ଲକ୍ଷ୍ୟ ରଖାଯାଇଥିଲା । ଆରମ୍ଭରୁ ଭାରତୀୟ ବୋଲରମାନେ ୩ଟି ଓ୍ବିକେଟ ନେଇ ଆଶା ସଂଚାର କରିଥିଲେ । କିନ୍ତୁ ଟ୍ରାଭିସ୍ ହେଡ୍ ଓ ମାର୍ନସ ଲାବୁସଚେନ ଲଢୁଆ ବ୍ୟାଟିଂ କରି ବିଜୟ ଭାରତ ହାତରୁ ଛଡେଇ ନେଇଥିଲେ । ଫାଇନାଲ ପରି ବଡ଼ ମ୍ୟାଚରେ ହେଡ୍ ଶତକ ( ୧୩୭ ରନ)  ହାସଲ କରି ବିଜୟରେ ବଡ଼ ଭୂମିକା ଗ୍ରହଣ କରିଥଲେ । ଲାବୁସଚେନ ୫୭ ରନ କରିଥିଲେ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ଓପନିଙ୍ଗ ବ୍ୟାଟସମ୍ୟାନ ଭାବରେ ଖେଳ ଆରମ୍ଭ କରିଥିଲେ । ଗିଲ ମାତ୍ର ୪ ରନ କରି ଆଉଟ ହୋଇଥିବାବେଳେ ରୋହିତ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ । କିନ୍ତୁ ରୋହିତ ୪୭ ରନ କରି ଆଉଟ ହେବା ପରେ ରନ ଗତି ଧୀମେଇ ଯାଇଥିଲା । ତେବେ ବିରାଟ କୋହଲି ଓ କେଏଲ ରାହୁଲ ସତର୍କତା ସହ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ ।  

ବିରାଟ ଆଉଟ ହେବା ପରେ ଦଳ ର ମନୋବଳ ଭାଙ୍ଗି ଯାଇଥିଲା ଭାରତୀୟ ଦଳ ସଂକଟରେ ପଡ଼ିଯାଇଥିଲା । ରାହୁଲ ୬୬ ରନ କରି ଆଉଟ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ୨୮ଟି ବଲରୁ ୧୮ ରନ କରିଥିଲେ । ତେବେ ଶେଷ ଓ୍ବିକେଟରେ କୂଳଦୀପ ଯାଦବ ଓ ମହମ୍ମଦ ସିରାଜ ସତର୍କତାର ସହ ଖେଳି ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୩ଟି ଓ୍ବିକେଟ ନେଇଥିବାବେଳେ ଜୋସ ହେଜଲଉଡ୍ ୨ଟି ଓ୍ବିକେଟ ନେଇଥିଲେ । ଅଷ୍ଟ୍ରେଲିଆର ଉନ୍ନତ ଫିଲଡ଼ିଂ ଓ ବୋଲିଂ ପାଖରେ ଭାରତୀୟ ବ୍ୟାଟସମ୍ୟାନ ଅସହାୟ ହୋଇ ପଡିଥିଲେ l

ଲଗାତାର ଭାବେ ସମସ୍ତ ମ୍ଯାଚ ରେ ଭଲ ପ୍ରଦର୍ଶନ କରୁଥିବା ଭାରତ ଟିମ୍ ର ଫାଇନାଲ ଜିତିବାର ଆଶା ଧୂଳିସାତ୍ ହୋଇ ଯାଇଥିଲା l

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...