AFFILIATE MARKETING

https://binomo.com?a=90810425bb57&t=0

Saturday, November 25, 2023

ଆସନ୍ତା କାଲି ରାଜସ୍ଥାନ ବିଧାନସଭା ପାଇଁ ନିର୍ବାଚନ

COASTAL NEWS ODIA 1502

ଆସନ୍ତା କାଲି ରାଜସ୍ଥାନ ବିଧାନସଭା ପାଇଁ ନିର୍ବାଚନ


 

ଜୟପୁର - (CNO) ଆସନ୍ତାକାଲି ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ହେବ ଭୋଟ୍ ଗ୍ରହଣ   । ଏହା ପୂର୍ବରୁ ନିର୍ବାଚନ ନିମନ୍ତେ ପ୍ରଚାର କାର୍ଯ୍ୟ ଗୁରୁବାର ଶେଷ ହୋଇଛି । ରାଜ୍ୟର 200 ଟି ଆସନ ମଧ୍ୟରୁ 199 ଟି ଆସନରେ ଶନିବାର ଭୋଟ୍‌‌ ଗ୍ରହଣ ହେବ । ଶ୍ରୀ ଗଙ୍ଗାନଗର ଆସନରେ କଂଗ୍ରେସ ପ୍ରାର୍ଥୀ ଗୁରୁମିତ ସିଂ କନୌରଙ୍କ ପରଲୋକ ଯୋଗୁଁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଛି । ଶନିବାର ରାଜ୍ୟରେ 5 କୋଟି 25 ଲକ୍ଷ ଭୋଟର ମତଦାନ କରିବେ ।  ସକାଳ 7ଟାରୁ ସନ୍ଧ୍ୟା 6ଟା ଯାଏ ହେବ ଭୋଟ ଗ୍ରହଣ । 1 ହଜାର 862 ଜଣ ପ୍ରାର୍ଥୀଙ୍କ ନିର୍ବାଚନୀ ଭାଗ୍ୟ ପରୀକ୍ଷା ହେବ । 

ଭୋଟ ଗ୍ରହଣ ପାଇଁ 51 ହଜାର 756 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ରାଜସ୍ଥାନରେ କଂଗ୍ରେସ ଓ ବିଜେପି ମଧ୍ୟରେ ଦ୍ୱିମୁଖୀ ଲଢେଇ ହେବ । ରାଜ୍ୟରେ ବର୍ତ୍ତମାନ କଂଗ୍ରେସ କ୍ଷମତାସୀନ ଅଛି ।  ପ୍ରଚାରର ଶେଷଦିନରେ ବିଜେପି ଓ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରଚାର କରାଯାଇଥିଲା । ଇତିମଧ୍ୟରେ ନିର୍ବାଚନ କମିଶନ ପକ୍ଷରୁ ରାଜସ୍ଥାନ ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କୁ ନୋଟିସ ଜାରି କରାଯାଇଛି । ଆସନ୍ତାକାଲି ସୁଦ୍ଧା ଏହି ନୋଟିସ୍‌‌ର ଜବାବ ଦେବାକୁ କମିଶନ ପକ୍ଷରୁ କୁହାଯାଇଛି । ବିଜେପି ଓ କଂଗ୍ରେସ ମଧ୍ଯରେ ଲଢେଇ ଜୋରଦାର୍ ହେବ ବୋଲି ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି l

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...