AFFILIATE MARKETING

https://binomo.com?a=90810425bb57&t=0

Thursday, November 16, 2023

ପରିତ୍ୟକ୍ତ ରାସ୍ତାରୁ ଆବର୍ଜନା ସଫା କଲେ ଗୌଡ ପାଟଣା ଗ୍ରାମ ଯୁବଗୋଷ୍ଠୀ

COASTAL NEWS ODIA 1455

ପରିତ୍ୟକ୍ତ ରାସ୍ତାରୁ ଆବର୍ଜନା ସଫା କଲେ ଗୌଡ ପାଟଣା ଗ୍ରାମ ଯୁବଗୋଷ୍ଠୀ


ଆଳି, ୧୫/୧୧(CNO ): ଆଳି ବ୍ଲକ ଅନ୍ତର୍ଗତ ନିଆଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୌଡ଼ପାଟଣା ଗ୍ରାମ ର ପଶ୍ଚିମ ପାର୍ଶ୍ୱରେ ଆଳି ବସଷ୍ଟାଣ୍ଡ ବ୍ଯାଙ୍କ ବଡ ବଡ ମଲ୍ଲ୍ରା ଓ ବ୍ୟବସାୟ ପ୍ରତିଷ୍ଠାନ ପୂର୍ବପଟେ ଷ୍ଟେଟ୍ ବ୍ଯାଙ୍କ ବଡ଼ ବଡ଼ ମଲ୍ଲ୍ସ୍ତା ବହୁ ସଂଖ୍ୟାରେ ବ୍ୟବସାୟ ପ୍ରତିଷ୍ଠାନ ସହିତ ଆଳିର ସର୍ବ ପୁରାତନ ଆଳି ହାଇ ସ୍କୁଲ କିନ୍ତୁ କୌଣସି ପଟରେ ଆଳି ବଜାରକୁ ସଂଯୋଗ କରିବା ପାଇଁ ଗୋଟେ ରାସ୍ତା ନାହିଁ l ବଜାରକୁ ଯିବା ପାଇଁ ଦଶ ମିଟର ରାସ୍ତା ବି ସେମାନଙ୍କ ପାଇଁ ଉପଲବ୍ଧ ନାହିଁ l 



ଗ୍ରାମର ପ୍ରବେଶ ପଥରେ ଆଳି ପୋଷ୍ଟ ଅଫିସ, ମାର୍କେଟ କମ୍ପ୍ଲେକ୍ସ୍ ଶହ ମାଛ ମାର୍କେଟ ସହିତ ଶହ ଦୋକାନ ଥିଲେ ମଧ୍ଯ ମାତ୍ର କୋଡ଼ିଏ ମିଟର ରାସ୍ତା ନିର୍ମାଣ ହୋଇ ନଥିବାରୁ ଲୋକେ ବଜାରକୁ ଯିବା ପାଇଁ ଗଉଡ ପାଟଣା ଗ୍ରାମ ଭିତରର ଅଙ୍କାବଙ୍କା ଭଙ୍ଗା ତୁଟା ରାସ୍ତା ଦେଇ ସହଦେବ ବାଳିକା ବିଦ୍ୟାଳୟ ବାଟେ ଅଧକିଲୋମିଟର ରାସ୍ତା ଅତିକ୍ରମ କରି ନିଜ କାମ ପାଇଁ ବଜାରକୁ ଯାଆନ୍ତି l 

ସରପଞ୍ଚ ଙ୍କୁ ତଥା ଉଚ୍ଛ ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ମଧ୍ଯ ବର୍ଷ ବର୍ଷ ଧରି ଏହି ଗ୍ରାମର ମୁଖ୍ୟ ପ୍ରବେଶ ପଥ ଅଗମ୍ଯ ହୋଇ ପଡ଼ି ରହିଛି l ଆଳି ବସ ଷ୍ଟାଣ୍ଡ ହେବାପରେ ଆଳି ବଜାରର ବର୍ଜ୍ୟ ଅପରିଷ୍କାର ଜଳ ବର୍ଷାଜଳ ସହିତ ମିଶି ଏହି ରାସ୍ତା ଉପରେ ଜମି ରହୁଛି l ଆଣ୍ଠୁଏ ପଚା ପାଣିରେ ଯିବା ଆସିବା ବର୍ଷାଦିନେ ବନ୍ଦ ହୋଇ ଯାଏ l ବର୍ଷକ ବାରମାସ ଆଳି ବଜାରରେ ଥିବା ହୋଟେଲ ଚା ଦୋକାନ ଅଣ୍ଡା କୁକୁଡା ପରିବା ଦୋକାନ ଗୁଡିକର ବର୍ଜ୍ୟବସ୍ତୁ ଦୋକାନୀ ମାନେ ଏହି ରାସ୍ତାରେ ପକେଇ ଦିଅନ୍ତି l 

ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ନିଆଳ ଓ ଦେମାଳ ଗ୍ରାମ ପଞ୍ଚାୟତର ବଫର ଜୋନ୍ ରେ ଥିବା ଏହି ଗ୍ରାମର ପ୍ରବେଶ ପଥ ଉପରେ କାହାରି ନଜର ନାହିଁ l ଏହି ପ୍ରବେଶ ପଥରେ ଆବର୍ଜନାରେ ଭର୍ତ୍ତି ହୋଇ ରହିଥିଲା। 
ନୂଆବଜାରର ଡେଲିମାର୍କେଟ, ମାଛବଜାର ଦେଇ ଯାଇଥିବା ଏହି ଗୁରୁତ୍ବପୂର୍ଣ୍ଣରାସ୍ତା ଦେଇ ଯାତାୟତ କରିବା ବେଳେ ଦୁର୍ଗନ୍ଧରେ ନାକ ଫାଟି ଯାଉଥିଲା ।

ଏଭଳି ଦୁରବସ୍ଥା ଦେଖି ରାସ୍ତା ସଫେଇ କରିବାକୁ ଏକାଠି ହୋଇଥିଲେ ଏହି ରାସ୍ତା ଉପରେ ନିର୍ଭରଶୀଳ ଗାଁର ସଚେତନ ଯୁବକ ସୌଭାଗ୍ୟ ରଞ୍ଜନ ଦାସ, ଜିତେଶ ପାଣ୍ଡବ, ସତ୍ୟ ରଞ୍ଜନ ମଲିକ, ସୂର୍ଯ୍ୟଜିତ ମହାଳିକ, ଧୀରେନ୍ଦ୍ର ମହାରଣା, ସୁବ୍ରତ ମହାରଣା, ଚନ୍ଦନ ଦାସ, ଫକୀର ଓଝା, କୈଳାସ ପାଣ୍ଡବ, ସୌରଭ ପାତ୍ର, ସତ୍ୟରଞ୍ଜନ ମହାରଣା, ତାପସ ପାଣ୍ଡବ, ସୌମ୍ୟ ରଂଜନ ମହାରଣା ପ୍ରମୁଖ ସଂପୃକ୍ତ ଯୁବକମାନେ ରାସ୍ତାରୁ କୁଢକୁଢ ଆବର୍ଜନା ସଫେଇ କରିଥିଲେ। ସରକାରୀ ଅବହେଳାର ଶିକାର ଏହି ରାସ୍ତାର ଉନ୍ନତିକରଣ ଓ ଜଳନିଷ୍କାସନ ପାଇଁ ଡ୍ରେନ୍ ନିର୍ମାଣ ପାଇଁ ଏହି ଯୁବକମାନେ ସରକାରଙ୍କ ପାଖରେ ଦାବି ଜଣାଇଛନ୍ତି l

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...