AFFILIATE MARKETING

https://binomo.com?a=90810425bb57&t=0

Sunday, November 19, 2023

କାହ୍ନୁ ଙ୍କ ବିଶ୍ଵ ରେକର୍ଡ

COASTAL NEWS ODIA 1476

କାହ୍ନୁ ଙ୍କ ବିଶ୍ଵ ରେକର୍ଡ 



ଟିଟିଲାଗଡ଼ - (CNO) ଭାରତ ଅଷ୍ଟ୍ରେଲିଆ ସହ ବିଶ୍ଵକପ କ୍ରିକେଟ ମ୍ୟାଚର ଆଜି ଫାଇନାଲ ଖେଳରେ ଭାରତ ସଫଳତା ନିଶ୍ଚିତ ନେଇ ଦେଶବାସୀ ପ୍ରାର୍ଥନା କରୁଛନ୍ତି। ଏହି ଅବସରରେ ଟିଟିଲାଗଡ଼ ଠାରେ କ୍ରିକେଟ ବ୍ୟାଟକୁ ନେଇ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି । 

ଟିଟିଲାଗଡ଼ ପୌର କଲ୍ୟାଣ ମଣ୍ଡପ ଠାରେ  ଯୁଵ ପ୍ରତିଭା ଗୋଟିଏ ଆଙ୍ଗୁଠିରେ କ୍ରିକେଟ ବ୍ୟାଟକୁ ସନ୍ତୁଳନର ରେକର୍ଡ ଭାଙ୍ଗି ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବରୁ ରାଜସ୍ଥାନ ରାଜ୍ୟ ସିକାରର ଆର୍ଯ୍ୟନଶର୍ମା ୧ ଘଣ୍ଟା ୧୬ ମିନିଟ ୧୯ ସେକେଣ୍ଡ ସମୟ ଧରି କ୍ରିକେଟ ବ୍ୟାଟକୁ ଗୋଟିଏ ଆଙ୍ଗୁଠିରେ ସନ୍ତୁଳନ କରି ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲେ। ଯୁବକ କାହ୍ନୁ ଗିନିଜ ବୁକ ଅଫ ରେକର୍ଡ ପକ୍ଷରୁ ଅଧିକୃତ ନିୟମ ଅନୁଯାୟୀ ରେଫରି ଧୂଵଲେଶ୍ୱର ଦଲବେହେରା, ରାଜେଶ ସ୍ୱାଇଁ, ଦିଲୀପ ତ୍ରିପାଠୀ, ଜିତେନ୍ଦ୍ର ପୃଷ୍ଟିଙ୍କ ଉପସ୍ଥିତିରେ ଏହି ବିରଳ ରେକର୍ଡ ରଚିଛନ୍ତି। 

କାହ୍ନୁଙ୍କ ଏହି ରେକର୍ଡର ଭିଡିଓ ଚିତ୍ର ଉତ୍ତୋଳନ କରାଯାଇଥିବା ବେଳେ ଏହାକୁ ସ୍ୱୀକୃତି ପାଇଁ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡକୁ ପଠାଯିବ ବୋଲି ରେଫରି ପ୍ୟାନେଲ ପକ୍ଷରୁ କୁହାଯାଇଛି। ଟିଟିଲାଗଡ଼ କରାଟେ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ହୋଇଛି l

ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ ଥାନା ଅଧିକାରୀ ମନୋଜ ପ୍ରଧାନ, ଆଇନଜୀଵୀ ବୀରେନ୍ଦ୍ର ବାଗ, ସମ୍ପାଦକ କେଦାର କବାଟ, ବଲାଙ୍ଗିର ଜିଲ୍ଲା ଜୋଡୋ ଏସୋସିଏସନର ସଭାପତି ଦେବେନ୍ଦ୍ର ଜୈନ, ଆଦିବାସୀ ସଂଘ ନଗର ସଭାପତି ନିତ୍ୟାନନ୍ଦ ମାଝୀ, ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ସଞ୍ଜୟ ବେହେରା, ପ୍ରଫୁଲ୍ଲ ପ୍ରଧାନୀ, ଦେବସିଂ ମାଝୀ, ପ୍ରେମ ବଗର୍ତି, ରୋସନ ଶୁଭ୍ରା ପ୍ରମୁଖ ଉପସ୍ଥିତ ଅଛନ୍ତି। ରେକର୍ଡ ପ୍ରତିଷ୍ଠା ପରେ ମଧ୍ଯ କାହ୍ନୁ ସନ୍ତୁଳନ ଜାରି ରଖିଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...