AFFILIATE MARKETING

https://binomo.com?a=90810425bb57&t=0

Thursday, November 16, 2023

ବାଳକର ପେଟ ଚିରି ଅନ୍ତଃବୁଜୁଳା ବାହାର କରି ପକାଇଲେ ପଲେ ମାଙ୍କଡ଼

COASTAL NEWS ODIA 1453

ବାଳକର ପେଟ ଚିରି ଅନ୍ତଃବୁଜୁଳା ବାହାର କରି ପକାଇଲେ ପଲେ ମାଙ୍କଡ଼ 



ଗାନ୍ଧୀନଗର: ଭଞ୍ଜ ବିହାରୀ ମହାନ୍ତି - ମଙ୍ଗଳବାର ଦିନ ଗୁଜରାଟର ଗାନ୍ଧୀନଗର ଅନ୍ତର୍ଗତ ସାଲ୍‌କି ଗାଁ’ରେ ପଲେ ମାଙ୍କଡ଼ ଜଣେ ୧୦ ବର୍ଷିୟ ବାଳକର ପେଟ ଚିରି ଅନ୍ତଃବୁଜୁଳା ବାହାର କରି ପକାଇବାରୁ ତା’ର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।
ବନ ଅଧିକାରୀମାନେ କହିଛନ୍ତି ଯେ, ଦେହଗାମ ତାଲୁକ ଅନ୍ତର୍ଗତ ଗୋଟାଏ ମନ୍ଦିର ନିକଟରେ ଏହି ମାଙ୍କଡ଼ ଆକ୍ରମଣ ଘଟଣା ଘଟିଛି। ମୃତ ବାଳକ ହେଉଛି ଦୀପକ ଠାକ‌ୋର। ଗୁରୁତର ଆହତ ଅବସ୍ଥାରେ ଦୀପକକୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ, ଡାକ୍ତରମାନେ ଆସି ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ତା’ର ମୃତ୍ୟୁ ଘଟିଲା।

ପୁଲିସ ଓ ବନ ବିଭାଗ ଅଧିକାରୀମାନେ କହିଛନ୍ତି ଯେ, ଦୀପକ ତା’ର ସାଥୀମାନଙ୍କ ସହିତ ଛୋଟ ଗାଁ ସାଲ୍‌କିରେ ଖେଳୁଥିଲା ବେଳେ କୁଖ୍ୟାତ ମାଙ୍କଡ଼ପଲ ହାବୁଡ଼ରେ ପଡ଼ିଯାଇଥିଲା। ମାଙ୍କଡ଼ପଲ ଦୀପକ ଉପରକୁ କୁଦିପଡ଼ି  କାମୁଡ଼ା କାମୁଡ଼ି କରି ରାମ୍ପି ପକାଇବା ସହିତ ତା’ର ପେଟକୁ ଚିରି ପକାଇଥିଲେ। ଫଳରେ ତା’ର ଅନ୍ତଃବୁଜୁଳା ବାହାରି ପଡ଼ିଥିଲା। ତୁରନ୍ତ ଦୀପକକୁ ତା’ର ଘରକୁ ଓ ଘରୁ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ, ଡାକ୍ତରଖାନରେ ପହଞ୍ଚୁ ପହଞ୍ଚୁ ତା’ର ମୃତ୍ୟୁ ଘଟିଥିବା କଥା ଡାକ୍ତରମାନେ କହିଛନ୍ତି।

ଅନିଷ୍ଟକାରୀ ମାଙ୍କଡ଼ପଲକୁ ଧରିବା ପାଇଁ ବନ ଉଦ୍ୟମ ଚାଲିଥିବା କଥା ବନ ବିଭାଗ ଅଧିକାରୀ ବିଶାଳ ଚୌଧୁରୀ କହିଛନ୍ତି। ସେ କହିଛନ୍ତି, ଆକ୍ରମଣରେ ଲିପ୍ତ ଥିବା ୪ଟି ପ୍ରାପ୍ତ ବୟସ୍କ ମାଙ୍କଡ଼ ସମେତ ଏ ଗାଁରେ ଥିବା ମାଙ୍କଡ଼ପଲରେ ବହୁସଂଖ୍ୟକ ମାଙ୍କଡ଼ ଅଛନ୍ତି। ସପ୍ତାହେ ତଳେ ଆମେ ୨ଟି ହନୁମାଙ୍କଡ଼ଙ୍କୁ ଧରିଥିଲୁ। ଆଉ ଗୋଟାଏ ହନୁକୁ ଧରିବା ପାଇଁ ଯନ୍ତା ବସାଯାଇଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...