AFFILIATE MARKETING

https://binomo.com?a=90810425bb57&t=0

Wednesday, November 22, 2023

ଭିଜିଲାନ୍ସ ଜାଲରେ ପୋଲିସ ଏସଆଇ


COASTAL NEWS ODIA 1492

ଭିଜିଲାନ୍ସ ଜାଲରେ ପୋଲିସ ଏସଆଇ 



ବାଉଁଶୁଣି - (CNO) ଗାଡି ରିଲିଜ୍ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବା  ମହଙ୍ଗା ପଡିଲା ପୋଲିସ ଏସ୍ ଆଇ ଙ୍କୁ I । ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ଅଧିକାରୀ । ଗଞ୍ଜେଇ ଗାଡ଼ି ରିଲିଜ୍ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିବାରୁ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା SIଙ୍କୁ ଧରିଛି ଭିଜିଲାନ୍ସ । ମିଳିଥିବା ସୂଚନା ଅନୁସାରେ, ବାଉଁଶୁଣି ଥାନା ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ଗାଡ଼ିକୁ ଜବତ କରିଥିଲା । ଗାଡ଼ିଟିକୁ ରିଲିଜ୍ କରିବା ପାଇଁ କୋର୍ଟ ଅର୍ଡର ଆଣିବା ପରେ ମଧ୍ୟ ଥାନା ଏସଆଇ ବିକ୍ରମ ଦେହୁରୀ ଗାଡି ରିଲିଜ୍ କରିନଥିଲେ ପରନ୍ତୁ ତାଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । 

ତେଣୁ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ସଂପୃକ୍ତ ଗାଡ଼ି ମାଲିକ । ତେବେ ଗାଡି ମାଲିକ ପୁଲିସ ବାବୁ ଙ୍କ ନିର୍ଦ୍ଦେଶକ୍ରମେ ଅନକାଇନରେ ଟଙ୍କା ଟ୍ରାନ୍ସଫର କରିବା ପରେ ଭିଜିଲାନ୍ସ ଜାଲରେ ଫସି ଯାଇଥିଲେ ଏସଆଇ । ମଙ୍ଗଳବାର ସନ୍ଧ୍ୟାରେ ଟଙ୍କା ପଠାଇବା ପରେ ଭିଜିଲାନ୍ସ ମାଡ଼ି ବସିଥିଲା ସମ୍ପୃକ୍ତ ଅଫିସର ଙ୍କୁ ।  ଏହାପରେ ତାଙ୍କ ସରକାରୀ ବାସଭବନ ସହ ପୁରୁଣା କଟକ ସ୍ଥିତ ତାଙ୍କ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି । ସମ୍ପୃକ୍ତ ଏସଆଇଙ୍କୁ କୋର୍ଟ ଚାଲାଣ କରାଯିବାର ସମ୍ଭାବନା ରହିଥିବାର ସୂତ୍ରରୁ ପ୍ରକାଶ । 

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...