AFFILIATE MARKETING

https://binomo.com?a=90810425bb57&t=0

Monday, November 27, 2023

ଆନ୍ତର୍ଜାତିକ ବାଣିଜ୍ୟ ମେଳା ରେ ଓଡିଶା କୁ ମିଳିଲା ସ୍ବର୍ଣ୍ଣ ପଦକ

COASTAL NEWS ODIA 1513

ଆନ୍ତର୍ଜାତିକ ବାଣିଜ୍ୟ ମେଳା ରେ ଓଡିଶା କୁ ମିଳିଲା ସ୍ବର୍ଣ୍ଣ ପଦକ



ନୂଆଦିଲ୍ଲୀ - (CNO) ରାଜଧାନୀ ନୂଆଦିଲ୍ଲୀର ପ୍ରଗତି ମୈଦାନରେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶାକୁ ମିଳିଛି ସ୍ବର୍ଣ୍ଣ ପଦକ । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ତଥା ବିଭିନ୍ନ ମନ୍ତ୍ରାଳୟ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ଓଡିଶା ପାଭିଲିୟନକୁ ମର୍ଯ୍ୟାଦାଜନକ ସ୍ବର୍ଣ୍ଣ ପୁରସ୍କାର ମିଳିଛି । ଓଡିଶା ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଏହି ପଦକ ପ୍ରଗତି ମୈଦାନରେ ଗ୍ରହଣ କରିଛନ୍ତି ।

ନୂଆଦିଲ୍ଲୀର ପ୍ରଗତି ମୈଦାନରେ ନଭେମ୍ବର ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ମେଳାରେ ଓଡିଶାର ୭ଟି ବିଭାଗ ପକ୍ଷରୁ ୨୪ ଗୋଟି ଷ୍ଟଲ୍ ଖୋଲାଯାଇଥିଲା। ମୁଖ୍ଯତଃ ହସ୍ତତନ୍ତ, ହସ୍ତଶିଳ୍ପ, ପଟ୍ଟଚିତ୍ର, ମିଲେଟ୍ ପ୍ରସ୍ତୁତ ଖାଦ୍ୟ ତଥା ମିଶନ ଶକ୍ତି ସଦସ୍ୟଙ୍କ ପ୍ରସ୍ତୁତ ସାମଗ୍ରୀ ଓଡିଶା ପାଭିଲିୟନରେ ସ୍ଥାନିତ ହୋଇଥିଲା।

ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଏହି ପାଭିଲିୟନ ପରିଦର୍ଶନ କରିଥିଲେ। ସେହିପରି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ  ସମେତ ବହୁ ବରିଷ୍ଠ ଅଧିକାରୀ ପାଭିଲିୟନ ପରିଦର୍ଶନ କରି ନିୟମିତ ସ୍ଥିତି ସମୀକ୍ଷା କରିଥିଲେ ।

ଏଥର ମେଳାର ସ୍ଲୋଗାନ ଥିଲା ବସୁଧୈବ କୁଟୁମ୍ବକମ୍। ଏହି ସ୍ଲୋଗାନ ଆଧାରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ପ୍ରଦର୍ଶନ କରାଯାଇଥିଲା । ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଏହାର ଦୈନନ୍ଦିନ ସମୀକ୍ଷା କରିବା ସହ ଓଡିଶାର ବିଭିନ୍ନ ପ୍ରଦର୍ଶିତ ସାମଗ୍ରୀର ପ୍ରଚାର ପ୍ରସାର ନିମନ୍ତେ ଗୁରୁତ୍ଵାରୋପ କରିଥିଲେ ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...