AFFILIATE MARKETING

https://binomo.com?a=90810425bb57&t=0

Tuesday, November 21, 2023

କେନ୍ଦ୍ରାପଡା ଜିଲ୍ଲା ମୋ ସେବା କେନ୍ଦ୍ର ଉଦ୍ୟୋଗୀ ସଂଘ ଗଠିତ

COASTAL NEWS ODIA 1486

କେନ୍ଦ୍ରାପଡା ଜିଲ୍ଲା ମୋ ସେବା କେନ୍ଦ୍ର ଉଦ୍ୟୋଗୀ ସଂଘ ଗଠିତ 



କେନ୍ଦ୍ରାପଡ଼ା - (CNO) ମୋ ସେବା କେନ୍ଦ୍ର ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ ମାନଙ୍କର ଏକ ଜିଲ୍ଲା ସ୍ତରୀୟ ବୈଠକ ଗୋଗୁଆ ସ୍ଥିତ ସାହୁ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ଅସ୍ଥାୟୀ ସଭାପତି ଶ୍ରୀ ଦୀପକ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି DeGM ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ସେଠି ଓ ମୁଖ୍ୟ ବକ୍ତା ମୋ ସେବା କେନ୍ଦ୍ର, କେନ୍ଦ୍ରାପଡ଼ା ର ଜିଲ୍ଲା ପରିଚାଳକ ଶ୍ରୀଯୁକ୍ତ ହମଦ କୁମାର ପାତ୍ର ସଭାର  ମୁଖ୍ୟ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟ ରେ ସମସ୍ତଙ୍କୁ ଅବଗତ କରାଇଥିଲେ l

ଜି ପି ସିଫଟିଂ କାର୍ଯ୍ୟ ର ଅନୁଧ୍ୟାନ କରି ଏହି କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା l ଲେବର କାର୍ଡ ନୂଆ ଓ ରିନୁଆଲ କାର୍ଯ୍ୟ ରେ ଲେବର ଅଫିସ ରେ ହେଉଥିବା ଅବହେଳା କୁ ଅନୁଧ୍ୟାନ କରି ଏହାର ସମାଧାନ କରିବା l ଓଡିଶା ୱାନ ପୋର୍ଟାଲ ରୁ ଅବ୍ୟାହତ ହୋଇ ଯାଇଥିବା ଜମି ମ୍ୟୁଟେସନ ସେବା କୁ ପୁଣି ଥରେ ଯୋଡିବା l

ବ୍ଲକ ଓ ତହସିଲ ସ୍ତର ରେ vle ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଯଥା ଆୟ, ଜାତିଗତ ପ୍ରମାଣ ପତ୍ର ଆପ୍ରୁଭlଲ ରେ ହେଉଥିବା ଅନିୟମିତତା ଉପରେ ଅନୁଧ୍ୟାନ କରିବା ସହିତ ଏହାର ସମାଧାନ କରିବା ଦିଗରେ ସରକାର ଧ୍ୟାନ ଦେବା ପୂର୍ବକ ସମାଧାନ ଦିଗରେ ପ୍ରୟାସ କରିବେ ବୋଲି ଶ୍ରୀ ସେଠୀ ପ୍ରକାଶ କରିଥିଲେ l


ଏହି ପରିପ୍ରେକ୍ଷୀରେ ଏକ ପୁରାତନ ହେଲେ ବି ମୋ ସେବା କେନ୍ଦ୍ର ପାଇଁ ଏକ ୟୁନିକ ସେବା *E-DISTRICT*  ବହୁତ ଜଲ୍ଦି ଆସୁ ଅଛି ବୋଲି ମତ ବ୍ୟକ୍ତ କରିବା ସହ ପ୍ରତ୍ୟକ ACTIVE VLE ମାନଙ୍କୁ ଗୋଟେ ଗୋଟେ *LED TV*  ଯୋଗାଇ ଦେବେ ବୋଲି ସର୍ବ ସମ୍ମୁଖରେ ରେ ଘୋଷଣା କରିଥିଲେ 

ଜିଲ୍ଲା ପରିଚାଳକ ଶ୍ରୀ ପାତ୍ର ବକ୍ତବ୍ୟ ରଖିବା ସମୟରେ ସଂଗଠନ ଭିଏଲଇ ମାନଙ୍କ ପ୍ରତି ଥିବା ତାଙ୍କ ର ଆବେଗ ଓ ଭଲପାଇବା କୁ ମନେ ପକାଇ ଭାବବିହ୍ଵଳ ହୋଇ ପଡ଼ି ଥିଲେ I

ଜିଲ୍ଲା ସ୍ତରରେ ଜନସେବା କେନ୍ଦ୍ର ଉଦ୍ୟୋଗୀ ମାନଙ୍କର ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇ ମନୋନୀତ କାର୍ଯ୍ୟକର୍ତ୍ତା ମାନଙ୍କ ତାଲିକା କୁ ଜିଲ୍ଲା ପରିଚାଳକ ସର୍ବସମ୍ମତି କ୍ରମେ ଗୃହିତ କରାଇଥିଲେ l

ଜିଲ୍ଲା ସଭାପତି -ଶ୍ରୀ ଦୀପକ କୁମାର ନାୟକ
ଜିଲ୍ଲା ସମ୍ପାଦକ -ଶ୍ରୀ ମଳୟ କେତନ ସାହୁ
ଜିଲ୍ଲା କୋଷାଦକ୍ଷ - ଶ୍ରୀ ରଶ୍ମିରଂଜନ ସ୍ବାଇଁ
ଜିଲ୍ଲା ଉପ ସଭାପତି - ଶ୍ରୀ ପତିତପାବନ ବେହେରା, ଶ୍ରୀ ପ୍ରଦୀପ କୁମାର ଦାଶ, ଓ ଶ୍ରୀ ଦୈତାରୀ ସାହୁ
ସହ ସମ୍ପାଦକ - ଶ୍ରୀ ହରମୋହନ ପଟ୍ଟନାୟକ, ଶ୍ରୀ ପ୍ରେମାନନ୍ଦ ନାୟକ ଓ ଶ୍ରୀ ସଞ୍ଜୟ ଗାଏନ

ଉପଦେଷ୍ଟା ମଣ୍ଡଳୀ -ଶ୍ରୀଯୁକ୍ତ ଜ୍ଞାନ ବଲ୍ଲଭ ମହାନ୍ତି, ଶ୍ରୀଯୁକ୍ତ ଜଗନ୍ନାଥ ମହାନ୍ତି, ଶ୍ରୀଯୁକ୍ତ ଶରତ ପାତ୍ର, ଶ୍ରୀଯୁକ୍ତ ଶ୍ରୀଚରଣ ଦାସ, ଶ୍ରୀଯୁକ୍ତ ବାଇଧର ରାଉତ ଓ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଧଳ 


No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...