AFFILIATE MARKETING

https://binomo.com?a=90810425bb57&t=0

Saturday, November 11, 2023

୪ଟି ହାତ ଓ ୪ଟି ଗୋଡ଼ ସହ ଏକ ଚମତ୍କାର ଶିଶୁ

COASTAL NEWS ODIA 1431

୪ଟି ହାତ ଓ ୪ଟି ଗୋଡ଼ ସହ ଏକ ଚମତ୍କାର ଶିଶୁ 



ମିରଟ - ଭଞ୍ଜ ବିହାରୀ ମହାନ୍ତି - ବାପା ମା’ଙ୍କର ସନ୍ତାନ ଟିଏ ଜନ୍ମ ହେଲେ ତାଙ୍କ ଖୁସି କହିଲେ ନସରେ । ପ୍ରତ୍ୟେକ ବାପା ମା’ ପିଲାଙ୍କ ସୁସ୍ଥ ଜୀବନ କାମନା କରନ୍ତି । କିନ୍ତୁ ନିକଟରେ ଜଣେ ଦମ୍ପତିଙ୍କର ଏପରି ଏକ ସନ୍ତାନ ଜନ୍ମ ହୋଇଛି ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଶିଶୁ ଟି କୌଣସି ସାଧାରଣ ଶିଶୁ ଭାବେ ଜନ୍ମ ହୋଇନି । ଦମ୍ପତିଙ୍କର ଏହି ଶିଶୁଟି ଏକାଥରେ ୪ଟି ହାତ ଓ ୪ଟି ଗୋଡ଼ ସହ ଜନ୍ମ ହୋଇଛି । 

ଆପଣଙ୍କୁ କଥାଟା ହୁଏତ ବିଶ୍ୱାସ ହେଉନଥିବ । କାରଣ ସାଧାରଣ ଶିଶୁମାନଙ୍କର ଦୁଇଟି ଗୋଡ଼ ଓ ଦୁଇଟି ହାତ ଥାଏ କିନ୍ତୁ ଏହି ଶିଶୁଟି ୪ଟି ହାତ ଓ ୪ଟି ଗୋଡ଼ ସହ ଜନ୍ମ ହୋଇଛି । ମହମ୍ମଦ ଇରଫାନ ଏବଂ ରୁକସାନାଙ୍କର ଏଭଳି ଏକ ଅସାଧାରଣ ଶିଶୁ ଜନ୍ମ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର ଗାଁ ଲୋକେ ନିଜ ଆଖିକୁ ବିଶ୍ୱାସ କରି ପାରୁ ନାହାନ୍ତି ଏବଂ ଶିଶୁଟି କୌଣସି ଚମତ୍କାର ଠାରୁ କମ ନୁହେଁ ବୋଲି ଚର୍ଚ୍ଚା ଚାଲିଛି ।

ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଉତ୍ତରପ୍ରଦେଶର ମିରଟ ଜିଲ୍ଲାରେ ଘଟିଥିବା ଜଣା ପଡ଼ିଛି । ଏଠାକାର ଜଣେ ମହିଳା ଚାରି ହାତ ଏବଂ ଚାରି ଗୋଡ଼ ସହ ଏକ ସନ୍ତାନ ଜନ୍ମ ଦେଇଛନ୍ତି । ଯାହାର ଚିକିତ୍ସା ମିରଟ ମେଡିକାଲ କଲେଜରେ କରାଯାଉଛି । ମେଡିକାଲ କଲେଜର ମିଡିଆ ଦାୟିତ୍ୱରେ ଥିବା ଡକ୍ଟର ଭି.ଡି ପାଣ୍ଡେ କହିଛନ୍ତି ଯେ ନଭେମ୍ବର ୬ ରେ ମୁଜାଫରନଗରରେ ଏହି ଦମ୍ପତିଙ୍କର ଏକ ନବଜାତ ଶିଶୁ ଜନ୍ମ ହୋଇଥିଲା । ପିଲାଟି ଜନ୍ମ ହେବା ପରେ ଜଣା ପଡ଼ିଥିଲା ଯେ ନବଜାତ ଶିଶୁର ଚାରିଟି ହାତ ଏବଂ ୪ଟି ଗୋଡ ରହିଛି ।

ରିପୋର୍ଟ ଅନୁଯାୟୀ, ମହିଳା ଜଣକ ନିଜ ଘରେ ହିଁ ଏଭଳି ଅସାଧାରଣ ସନ୍ତାନକୁ ଜନ୍ମ ଦେଇଥିଲେ । ପିଲାଟିର ୪ ହାତ ଏବଂ ୪ ଗୋଡ ଥିବା ଦେଖି ପରିବାର ସଦସ୍ୟ ଚିନ୍ତାରେ ପଡ଼ି ଯାଇଥିଲେ ଏବଂ ପିଲାକୁ ନେଇ ମୁଜାଫରନଗର ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ କିନ୍ତୁ ସେଠାରୁ ତାକୁ ମିରଟ ମେଡିକାଲ କଲେଜକୁ ପଠାଯାଇଥିଲା । ଯେଉଁଠାରେ ତାର ଚିକିତ୍ସା କରାଯାଉଛି । ମିରଟ ମେଡିକାଲ କଲେଜର ଡାକ୍ତର ନବରତ୍ନ ଗୁପ୍ତା କହିଛନ୍ତି ଯେ ଏଭଳି ଅନେକ ଘଟଣା ପୂର୍ବରୁ ମଧ୍ୟ ଆସିଛି ।

ଡାକ୍ତର ନବରତ୍ନ ଗୁପ୍ତାଙ୍କ କହିବା ଅନୁସାରେ ହସ୍ପିଟାଲରେ ଆଡମିଟ ହେବା ପରେ ଶିଶୁର ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହୋଇଥିଲା । ତାକୁ ଏକ ଟ୍ୟୁବ୍‌ ସାହାଯ୍ୟରେ ଖାଇବାକୁ ଦିଆଯାଇଥିଲା । ତାର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଠିକ ଅଛି । ଡାକ୍ତର ଗୁପ୍ତାଙ୍କ କହିବା ଅନୁସାରେ ଏହି ସମସ୍ୟାଟି ହେଉଛି କୋଜଏନ୍ଡ ଟ୍ଵିନ୍ସ, ଯେଉଁଥିରେ ଦୁଇଟି ଶିଶୁ ପରସ୍ପର ସହ ଯୋଡ଼ି ହୋଇ ଯାଇଥାନ୍ତି ଏବଂ ମା’ର ଗର୍ଭାଶୟରେ ବଢ଼ିଥାନ୍ତି । ଏହି କାରଣରୁ ନବଜାତ ଶିଶୁଟି ଚାରି ଗୋଡ ଏବଂ ଚାରି ହାତ ସହିତ ଜନ୍ମ ହୋଇଛି । ତେବେ ପିଲାଟି ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି ।

ଯଦି ଶିଶୁ ଠିକ୍‌ ରୁହେ ତେବେ ସର୍ଜରୀ ଦ୍ୱାରା ଶିଶୁର ଅନ୍ୟ ଦୁଇଟି ହାତ ଏବଂ ଗୋଡ଼କୁ ଅଲଗା କରାଯିବ । ଅନ୍ୟପଟେ ଶିଶୁର ଅଲଟ୍ରାସାଉଣ୍ଟ ହୋଇନଥିବାରୁ ଶିଶୁର ଏଭଳି ଅବସ୍ଥା ବିଷୟରେ ଜଣା ପଡ଼ିନଥିଲା । ଯେଉଁଥିପାଇଁ ଶିଶୁଟି ଏଭଳି ଭାବେ ଜନ୍ମ ହୋଇଛି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...