AFFILIATE MARKETING

https://binomo.com?a=90810425bb57&t=0

Wednesday, November 29, 2023

ହିତାଧିକାରୀଙ୍କୁ ଆଉ ୫ ବର୍ଷ ମାଗଣା ଚାଉଳ ଦେବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

COASTAL NEWS ODIA 1524

ହିତାଧିକାରୀଙ୍କୁ ଆଉ ୫ ବର୍ଷ ମାଗଣା ଚାଉଳ ଦେବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ



ନୂଆଦିଲ୍ଲୀ - (CNO) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣି ନିଷ୍ପତ୍ତି ନିଆଯାଇଛି । ଆଉ ୫ ବର୍ଷ ମାଗଣା ଚାଉଳ ଦେବାକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ୨୦୨୮ ଡିସେମ୍ବର ଯାଏଁ କେନ୍ଦ୍ର ସରକାଙ୍କ ପକ୍ଷରୁ ମାଗଣା ଚାଉଳ ଯୋଗାଇଦିଆଯିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ବର୍ତ୍ତମାନ ଉପକୃତ ହେବେ ପ୍ରାୟ ୮୧ କୋଟି ହିତାଧିକାରୀ । ଏହି ଯୋଜନା ୨୦୨୪ ଜାନୁଆରୀ ପହିଲାରୁ ଲାଗୁ କରାଯିବ ନେଇ ସୂଚନା ଦିଆଯାଇଛି ।

ଘଟଣାରୁ ପ୍ରକାଶ ଯେ, ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ ପରିବାରକୁ ଅନ୍ତ୍ୟୋଦୟ ଯୋଜନାର ଲାଭ ମିଳୁଛି, ସେମାନଙ୍କୁ ୩୫ କିଲୋଗ୍ରାମ ଖାଦ୍ୟଶସ୍ୟ ମିଳିବା ଜାରି ରହିବ । ତେବେ ଏହି ଯୋଜନାରେ ସରକାର ଙ୍କ ରାଜକୋଷରୁ ୧୧.୮୦ ଲକ୍ଷ କୋଟି ଟଙ୍କା ଆଗାମୀ ୫ ବର୍ଷ ଅର୍ଥାତ୍ ୨୦୨୮ ଯାଏଁ ଖର୍ଚ୍ଚ କରାଯିବ ।

ମହିଳାମାନଙ୍କୁ ଡ୍ରୋନ ଉଡାଇବାର ଟ୍ରେନିଂ ଦିଆଯିବ ଯାହା ଫଳରେ ମହିଳା ଚାଷୀମାନଙ୍କ ଡ୍ରୋନ୍ ସହାୟତାରେ ଜମିରେ ସହଜରେ ସାର ଓ କୀଟନାଶକ ସିଞ୍ଚନ କରି ପାରିବେ । ସେହିପରି ଡ୍ରୋନ ଟ୍ରେନିଂ ସରିବା ପରେ ମହିଳାମାନଙ୍କୁ ୧୫ ହଜାର ଓ ସହଯୋଗୀଙ୍କୁ ମାସିକ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ । ଏହି ଯୋଜନା ପାଇଁ କେନ୍ଦ୍ର ମୋଟ୍ ୧୨୬୧ କୋଟି ଟଙ୍କା ଖର୍ଚ୍ଚ କରିବା ନେଇ ସୂଚନା ରହିଛି । 

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...