AFFILIATE MARKETING

https://binomo.com?a=90810425bb57&t=0

Tuesday, November 28, 2023

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ୧୬ ଲକ୍ଷ ଟଙ୍କାର ଗଞ୍ଜଜେଇ ଜବତ

COASTAL NEWS ODIA 1517

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ୧୬ ଲକ୍ଷ ଟଙ୍କାର ଗଞ୍ଜଜେଇ ଜବତ



ନବରଙ୍ଗପୁର - (CNO) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ୧୬ ଲକ୍ଷ ଟଙ୍କାର ଗଞ୍ଜଜେଇ ଜବତ ହୋଇଛି । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଛତିଶଗଡ଼ ବୋରେଇ ପୁଲିସ ଗିରଫ କରିଛି। ଦୁଇ ଜଣ ହେଲେ ମଧ୍ୟପ୍ରଦେଶ ଶିବପୁରୀ ଅଞ୍ଚଳର ଚନ୍ଦ୍ରବାନ୍‌ ସିଂ ଓଡାଟିଆ ଅଞ୍ଚଳର ଯଶବନ୍ତ ସାହୁ। ସେମାନଙ୍କଠାର ଏକ ଟ୍ରକ୍ ମଧ୍ୟ ଜବତ ହୋଇଛି। 

ଓଡ଼ିଶା ଦେଇ ଏକ ଟ୍ରକ୍‌ରେ ଛତିଶଗଡ଼ ଅଭିମୁଖେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇ ଛତିଶଗଡ଼ ରାଜ୍ୟ ପୋଲିସ୍  ଏହି ଗାଡିକୁ ଅଟକାଇଥିଲେ, ଉକ୍ତ ଗାଡିରେ ଗଞ୍ଜେଇ ଚୋରାଚାଲାଣ ହେଉଥିଲା । ଛତିଶଗଡ଼ ଧମତରୀ ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରଶାନ୍ତ ଠାକୁରଙ୍କ ନିର୍ଦେଶକ୍ରମେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମଧୁଲିକା ସିଂଙ୍କ ନେତୃତ୍ବରେ ଡେପୁଟି ଆରକ୍ଷୀ ଅଧୀକ୍ଷକ ଆରକେ ମିଶ୍ର, ବୋରାଇ ଥାନା ଅଧିକାରୀ ରାଜେଶଙ୍କ ସହଯୋଗରେ ଉକ୍ତ ସ୍ଥାନରେ ଗାଡି ଯାଞ୍ଚ କରାଯାଇଥିଲା। ସେହି ସମୟରେ ୟୁପି ନମ୍ବର ଲେଖାଥିବା ଏକ ଟ୍ରକ୍‌କୁ ଯାଞ୍ଚ କରାଯାଇଥିଲା । 

ଏହି ଟ୍ରକ୍‌ରୁ ୮୦ କିଲୋ ଗଞ୍ଜେଇ ଜବତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି ବୋରେଇ ପୁଲିସ ପକ୍ଷରୁ କୁହାଯାଇଛି । ଦୁଇ ଯୁବକଙ୍କୁ ଗିରଫ ପରେ ଅଦାଲତ ଚାଲାଣ କରାଯାଇଛି। ଘଟଣାର ତଦନ୍ତ ପାଇଁ ବୋରେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। 

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...