AFFILIATE MARKETING

https://binomo.com?a=90810425bb57&t=0

Thursday, November 9, 2023

କଳା ଓ ଅସୁନ୍ଦର ବୋଲି ସ୍ତ୍ରୀର ସ୍ୱାମୀଙ୍କୁ ହତ୍ୟା

COASTAL NEWS ODIA 1411

କଳା ଓ ଅସୁନ୍ଦର ବୋଲି ସ୍ତ୍ରୀର ସ୍ୱାମୀଙ୍କୁ ହତ୍ୟା



ଉତ୍ତରପ୍ରଦେଶ - (CNO)  ସ୍ୱାମୀଙ୍କ ଚେହେରାକୁ ନେଇ ଅସନ୍ତୁଷ୍ଟ ପତ୍ନୀ ତାଙ୍କୁ ନିଆଁ ଲଗାଇ ହତ୍ୟା କରିଛନ୍ତି । ଉତ୍ତର ପ୍ରଦେଶର ସମ୍ବଲଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

କୁର୍ଥ ଫତେଗଡ଼ବାସୀ ସତ୍ୟବୀର ସିଂହ (୨୫) ଓ ସମ୍ବଲର ପ୍ରେମଶ୍ରୀ ଙ୍କୁ ୨୦୧୭ରେ ବିବାହ କରିଥିଲେ ୨୦୧୮ ନଭେମ୍ବରରେ ସେମାନଙ୍କର ଝିଅଟିଏ ହୋଇଥିଲା ଓ ତାକୁ ଏବେ  ୫ ବର୍ଷ।  ଗୁରୁତର ଅବସ୍ଥାରେ ସତ୍ୟବୀରଙ୍କର କିଛି ଘଣ୍ଟା ପରେ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା । ମୃତ୍ୟୁକାଳୀନ ଜମାନବନ୍ଦୀରେ ପତ୍ନୀ ତାଙ୍କ କଳା ରଙ୍ଗ ଯୋଗୁଁ ସବୁବେଳେ ନିର୍ଯାତନା ଦେଉଥିବା ଓ ତାଙ୍କୁ ପୋଡ଼ି ଦେଇଥିବା ସତ୍ୟବୀର ପ୍ରକାଶ କରିଥିଲେ । 

ସତ୍ୟବୀରଙ୍କ ଭାଇ ଦୂରବୀରଙ୍କ ଏତଲାକ୍ରମେ ପୁଲିସ ପ୍ରେମଶ୍ରୀଙ୍କୁ ଗିରଫ କରିଥିଲା । । ଆଧାରରେ ପୁଲିସ ପ୍ରେମଶ୍ରୀଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା । ତାଙ୍କର ଚେହେରା ଓ ଶରୀରର ରଙ୍ଗକୁ ପତ୍ନୀ ସବୁବେଳେ ନିନ୍ଦା କରିବା ସହ ମାନସିକ ନିର୍ଯାତନା ଦେଉଥିଲେ ଓ ବିବାହ ବିଚ୍ଛେଦ ପାଇଁ ଜିଦ୍ ଧରୁଥିଲେ ମଧ୍ୟ ସତ୍ୟବୀର ଏହାକୁ ସହ୍ୟ କରିଆସିବା ସହ ବିବାହ ବିଚ୍ଛେଦ ପାଇଁ ରାଜି ହେଉନଥିଲେ। ଝିଅ ଜନ୍ମ ସତ୍ତ୍ଵେ ପ୍ରେମଶ୍ରୀଙ୍କଠାରେ କିଛି ପରିବର୍ତ୍ତନ ଘଟୁନଥିଲା।

୨୦୧୯ ଏପ୍ରିଲ ୧୫ରେ ଶୋଇଥିବାବେଳେ ବିରକ୍ତ ପ୍ରେମଶ୍ରୀ ତାଙ୍କ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ l ଏହି ଘଟଣା ସପକ୍ଷରେ ୧୦ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ । ମୋରାଦାବାଦ ଅଦାଲତ ଏହି ମାମଲାର ରାୟ ସୋମବାର ଦିନ ପ୍ରକାଶ କରିଛନ୍ତି। ଏଥିରେ ପ୍ରେମଶ୍ରୀଙ୍କୁ ଅଜୀବନ କରାଦଣ୍ଡାଦେଶ ହୋଇଛି । ଅପରପକ୍ଷରେ ସତ୍ୟବୀରଙ୍କୁ ହତ୍ୟା ପଛରେ ପାରିବାରିକ ସମ୍ପରି ବିବାଦ ରହିଥିବା ପ୍ରେମଶ୍ରୀ କହିଛନ୍ତି ।

ନିଜର ସଫେଇ ରେ ସେ ଝିଅର ରକ୍ଷଣାବେକ୍ଷଣ ପାଇଁ ତାଙ୍କ ଦଣ୍ଡ ହ୍ରାସ କରିବାକୁ ବିଚାରପତିଙ୍କୁ ସେ ନିବେଦନ କରିଛନ୍ତି

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...