AFFILIATE MARKETING

https://binomo.com?a=90810425bb57&t=0

Wednesday, November 22, 2023

ଦ୍ୱିତୀୟ ଦିନ ଚାଲି ପାରିଲାନି ବିଧାନସଭା

COASTAL NEWS ODIA 1495

ଦ୍ୱିତୀୟ ଦିନ ଚାଲି ପାରିଲାନି ବିଧାନସଭା



ଭୁବନେଶ୍ୱର - (CNO) ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନ ରେ ଚାଲିପାରିଲା ନାହିଁ ବିଧାନସଭା  । ଜମି ଅଧିଗ୍ରହଣ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହୋହାଲ୍ଲା ଫଳରେ ଗୃହ ଚାଲି ପାରିଲାନାହିଁ । ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ୧୨ ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି । 

ସୂଚନାଥାଉ ଯେ, ଗତକାଲିଠୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ଦିନ 12 ଟା ବେଳେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । 

ମୁଖ୍ୟମନ୍ତ୍ରୀ ଙ୍କ ଶୋକପ୍ରସ୍ତାବ ପରେ କାଲିଠାରୁ ମୁଲତବୀ ରହିଛି ଗୃହକାର୍ଯ୍ୟ । ଡିସେମ୍ବର 30ତାରିଖ ଯାଏଁ ଚାଲିବାକୁ ଥିବା ଅଧିବେଶନରେ ମୋଟ୍ 30 ଟି କାର୍ଯ୍ୟଦିବସ ରହିଛି । ଆଗାମୀ ନିର୍ବାଚନ ପୂର୍ବରୁ ଏହା ବିଧାନସଭାର ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନ । 

ତେବେ ଶୀତକାଳୀନ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଆଦିବାସୀ ଜମି ହଡପ, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରିଦ୍ବାର ଖୋଲିବା, ମଣ୍ଡି ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା, ଆବାସ ଆବଣ୍ଟନରେ ଅନିୟମିତତା ପରି ବିଭିନ୍ନ ଜନବିରୋଧୀ ବ୍ୟବସ୍ଥା କୁ ବିରୋଧ କରି ପ୍ରସଙ୍ଗ ଉଠାଇବାକୁ  ନିଷ୍ପତ୍ତି ନେଇଛି ବିଜେପି । 

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...