AFFILIATE MARKETING

https://binomo.com?a=90810425bb57&t=0

Saturday, November 11, 2023

ପାସପୋର୍ଟ ଜାରି କରିପାରୁନି ପାକିସ୍ତାନ

COASTAL NEWS ODIA 1419

ପାସପୋର୍ଟ ଜାରି କରିପାରୁନି ପାକିସ୍ତାନ




ଇସଲାମାବାଦ, ୧୦/୧୧: (CNO) ଆର୍ଥିକ ସଂକଟର ସମ୍ମୁଖୀନ ହୋଇଥିବା ପାକିସ୍ତାନ ଲାମିନେସନ ପେପର ଅଭାବ ଥିବାରୁ  ନୂଆ ପାସପୋର୍ଟ ଜାରି କରିପାରୁନାହିଁ। ଫଳରେ ପାଠପଢ଼ା, ଚାକିରି, ଭ୍ରମଣ ଆଦି ପାଇଁ ବିଦେଶ ଯିବାକୁ ଚାହୁଥିବା ପାକିସ୍ତାନ ନାଗରିକଙ୍କ ଯୋଜନା ପ୍ରଭାବିତ ହୋଇଛି । ଏହି ସଙ୍କଟ ଶୀଘ୍ର ସମାଧାନ କରିବା ଦିଗରେ ପାକିସ୍ତାନ ସରକାର କାମ କରୁଛନ୍ତି | 

ପାସପୋର୍ଟ ଲାଗି ପାକିସ୍ତାନ ଲାମିନେସନ କାଗଜ ଫ୍ରାନ୍ସରୁ ମଗାଉଥିଲା। ପାକିସ୍ତାନରେ ପାସପୋର୍ଟ ଜାରି କରିବା କାର୍ଯ୍ୟ ପ୍ରଭାବିତ ହେବାର ଏହା ନୂଆ ଘଟଣା ନୁହେଁ । ଆର୍ଥିକ ସମସ୍ୟା ଲାଗି ୨୦୧୩ରେ ମଧ୍ୟ ସେଭଳି ଘଟିଥିଲା। ପାକିସ୍ତାନର ଯେଉଁ କିଛି ଆଞ୍ଚଳିକ କାର୍ଯ୍ୟାଳୟରେ ଦୈନିକ ୩୦୦୦-୪୦୦୦ ପାସ୍ପୋର୍ଟର ପ୍ରକ୍ରିୟାକରଣ ହେଉଥିଲା, ଏବେ ସେହି ସଂଖ୍ୟା ୧୦-୧୨କୁ ହ୍ରାସ ପାଇଛି । ସ୍ଥିତିରେ କେବେ ସୁଧାର ହେବ ତାହା ଏବେବି ଅନିଶ୍ଚିତ ରହିଛି। 

ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ବିଦେଶୀ ମୁଦ୍ରାର ଅଭାବ ରହିଛି ଯେଉଁଥିପାଇଁ ଆମଦାନି ପ୍ରଭାବିତ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲାଗି ଏହା ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ଠାରୁ ପାଣ୍ଠି ଆଣିବାରେ ସଫଳ ହୋଇଛି। କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି l

ISLAMIC REPUBLIC OF
PAKISTAN
- tenth
اسلامی جمہوریہ پاکستان
PASSPORT ==

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...