AFFILIATE MARKETING

https://binomo.com?a=90810425bb57&t=0

Wednesday, November 22, 2023

୨୬ ତାରିଖ ସୁଦ୍ଧା ଆଣ୍ତାମାନ ସାଗର ଅଞ୍ଚଳରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ

COASTAL NEWS ODIA 1494

୨୬ ତାରିଖ ସୁଦ୍ଧା ଆଣ୍ତାମାନ ସାଗର ଅଞ୍ଚଳରେ  ସୃଷ୍ଟି ହେବ ଆଉ ଏକ ଲଘୁଚାପ



ଭୁବନେଶ୍ୱର - (CNO) ୨୬ ତାରିଖ ସୁଦ୍ଧା ଆଣ୍ତାମାନ ସାଗର ଅଞ୍ଚଳରେ  ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ୨୭ ତାରିଖ ସୁଦ୍ଧା ଲଘୁଚାପ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଆଣ୍ତାମାନ ସାଗର ଅଞ୍ଚଳରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଥିବାରୁ ଲଘୁଚାପ ଏବଂ ଅବପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । 

ସେହିପରି ଘୂର୍ଣ୍ଣିବଳୟ ପ୍ରଭାବରେ ପାଗ କୋହଲା ରହିବାର ସମ୍ଭାବନା ରହିଛି । ସୂଚନାଥାଉ ଯେ, ଜଳୀୟବାଷ୍ପ ପୂର୍ଣ୍ଣ ପର୍ବାଳୀ ତରଙ୍ଗାୟିତ ବାୟୁ ପ୍ରଭାବରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ କୋହଲା ପାଗ ସହ କିଛି ଜିଲ୍ଲାରେ ହାଲୁକା ବର୍ଷା ଲାଗିରହିବ । ସେହିପରି ରାତ୍ରୀ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ହେଲେ ଆଶନ୍ତା ଦିନରେ ରାତ୍ରୀ ତାପମାତ୍ରା ୨ ରୁ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...