AFFILIATE MARKETING

https://binomo.com?a=90810425bb57&t=0

Saturday, November 18, 2023

ନଳିତା ପାଟିଆ ଠାରୁ ତାଳଚୁଆ ପର୍ଯ୍ୟନ୍ତ ପଥ ପାର୍ଶ୍ଵ ରେ ତାଳ ମଞ୍ଜି ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

COASTAL NEWS ODIA 1464

ନଳିତା ପାଟିଆ ଠାରୁ ତାଳଚୁଆ ପର୍ଯ୍ୟନ୍ତ ପଥ ପାର୍ଶ୍ଵ ରେ ତାଳ ମଞ୍ଜି ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ



ରାଜନଗର - (CNO) ରାଜନଗର ବ୍ଲକ ଅଧୀନରେ ଥିବା ଲୁଣା ବନଖଣ୍ଡ କାର୍ଯାଳୟ ର ଜାତୀୟ ଉଦ୍ୟାନ ଭିତରକନିକା ଅଭ୍ୟାରଣ୍ୟ କୁ ସୁରକ୍ଷା କବଚ ଭାବେ ମୁଖ୍ୟ କନିକା ବନାଞ୍ଚଳ , ଡାଙ୍ଗମାଳ ରେଞ୍ଜ ତରଫରୁ ନାଳିତାପାଟିଆ ଠାରୁ ତାଳଚୁଆ ପର୍ଯ୍ୟନ୍ତ ପଥପାର୍ଶ୍ଵ ତାଳ ମଞ୍ଜି ରୋପଣ କାର୍ଯକ୍ରମ ଆରମ୍ଭ କରାଯାଇଛି। 

ରାଜନଗର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସୁଦର୍ଶନ ଗୋପୀନାଥ ଯାଦବ କାର୍ଯକ୍ରମ କୁ ଉଦଘାଟନ କରି ତାଳ ମଞ୍ଜି ଲଗାଇଥିଲେ। ତେବେ ଏହିକାର୍ଯ୍ୟକ୍ରମ ରେ କନିକା ବନାଞ୍ଚଳ ଅଧିକାରୀ ଶ୍ରୀ ମାନସ କୁମାର ଦାସ, ଡ଼ାଙ୍ଗମାଳ ଫରେଷ୍ଟର ଶ୍ରୀ ପ୍ରଶାନ୍ତ କୁମାର ସିଂ, ଜିଲ୍ଲା ସଂଯୋଜକ ଇକୋ କ୍ଲବ୍ ଶ୍ରୀ ଗୋପୀନାଥ ଦାସ, ପ୍ରଫୁଲ୍ଲ ମହାପାତ୍ର, ମାଷ୍ଟର ଟ୍ରେନର ମାର୍ଶାଘାଇ ଶ୍ରୀ ଦ୍ବାରିକା ନାଥ ସେନାପତି ମାଷ୍ଟର ଟ୍ରେନର ଗରଦପୁର ଶ୍ରୀ ରବୀନ୍ଦ୍ର ପ୍ରସାଦ ଜେନା ମାଷ୍ଟର ଟ୍ରେନର କେନ୍ଦ୍ରାପଡ଼ା… ଶ୍ରୀ ସୁବାସ ଚନ୍ଦ୍ର ରାଉତ ମାଷ୍ଟର ଟ୍ରେନର ରାଜକନିକା, ନାଗା ନାରାୟଣ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ମାନସ କୁମାର ମିଶ୍ର, ଶିକ୍ଷକ ଶ୍ରୀ ଓମ୍ ପ୍ରକାଶ ବାରିକ ପ୍ରମୁଖ ତାଳ ମଞ୍ଜି ରୋପଣ କରିବା ସହିତ ଲୋକ ମାନଙ୍କୁ ତାଳଗଛ ର ଉପକାରିତା ଯଥା ପବନ ବାତ୍ୟା ର ଗତି ରୋକିବା ସହିତ ଘଡଘଡି ବିଜୁଳି କୁ କିଭଳି ପ୍ରତିହତ କରିପାରିବ ତାହା ବୁଝାଇଥିଲେ। 

ଏହି କାର୍ଯ୍ୟକ୍ରମ କୁ ସଠିକ ଭାବେ ପରିଚାଳନା କରିଥିଲେ, କନିକା ଓ ଡାଙ୍ଗମାଳ ର ଫରେଷ୍ଟର ଶ୍ରୀ ସୁନିଲ ରଞ୍ଜନ ରାଉତରାୟ ବନରକ୍ଷୀ, ନିରାକାର ବେହେରା, ଟିଟୁ ନାୟକ, ହିମାଂଶୁ ବେହେରା, ଜୟନ୍ତ ସେଠୀ, ଜଗନ୍ନାଥ ଜେନା ପ୍ରମୁଖ ଆଜିର ଏହି କାର୍ଯ୍ୟକ୍ରମ ରେ ବନକର୍ମଚାରୀ ମାନେ ସହଯୋଗ ଓ ଶ୍ରମ ଦାନ କରିଥିଲେ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...