AFFILIATE MARKETING

https://binomo.com?a=90810425bb57&t=0

Friday, November 10, 2023

*ଖବର ଆଜିର*

COASTAL NEWS ODIA 1415

:*ଖବର ଆଜିର*

*ତାରିଖ ୧୦/୧୧/୨୩, ଶୁକ୍ରବାର*


*୧-ବାଣକୁ ନେଇ ତୁଟୁନି ଦ୍ୱନ୍ଦ୍ୱ, ଗ୍ରାହକ ଓ ବ୍ୟବସାୟୀଙ୍କ ଦ୍ୱନ୍ଦ୍ୱ ବଢ଼ାଉଛି କଟକଣା ଓ ଲାଇସେନ୍ସ।*

*୨-ଆଜି ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ବ୍ଲକ ସ୍ତରୀୟ ମାସିକ ବୈଠକ, ବିଦ୍ୟାଳୟର ଶୈକ୍ଷିକ ବିକାଶ ଉପରେ ହେବ ଆଲୋଚନା।*

*୩-ମିଲେଟ୍ ମିଶନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, କହିଲେ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଆୟୋଜନ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ।*

*୪-ସମଲେଇ ପ୍ରକଳ୍ପ ସମୀକ୍ଷା କଲେ  ପାଣ୍ଡିଆନ, ଡିସେମ୍ବର ୩୧ ସୁଦ୍ଧା କାମ ସମ୍ପୂର୍ଣ କରିବାକୁ ନିର୍ଦ୍ଦେଶ।*

*୫-ଜୋର ଧରିଲା ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି, କଂଗ୍ରେସର ସଙ୍କୀର୍ତ୍ତନ ସତ୍ୟାଗ୍ରହ ଆରମ୍ଭ।*

*୬-କେନ୍ଦ୍ରାପଡ଼ାରେ ବାଣ ଗୋଦାମରେ ଚଢଉ, ଲକ୍ଷାଧିକ ଟଙ୍କାର ବାଣ ଜବତ।*

*୭-ବ୍ରହ୍ମପୁରରେ ନକଲି ଘିଅ ତିଆରି ୟୁନିଟ ଠାବ, ଅଭିଯୁକ୍ତ ଗିରଫ।*

*୮-ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତେନ୍ତୁଳିଡ଼ିହି ପଞ୍ଚାୟତ:ଶିକ୍ଷକଙ୍କ ବଦଳିକୁ ବିରୋଧ କରି ସ୍କୁଲରେ ତାଲା,  ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଧାରଣା।*

*୯-ଖୋଲୁଛି ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ସମ୍ପତ୍ତି ପେଡି, ପୁରୀର ପ୍ରାଇମ୍ ଲୋକେସନରେ ରହିଛି ୧୬ଟି ପ୍ଲଟ୍।*

*୧୦-ପ୍ରଥା’ ଚଳଚ୍ଚିତ୍ରର ପୋଷ୍ଟର ଚିରିବା ପ୍ରତିବାଦରେ ବିଧାନସଭା ସମ୍ମୁଖରେ ଧାରଣା ଦେବେ ଏହାର ପ୍ରଯୋଜିକା ସନଲିସା।*

*୧୧-ଯାଜପୁର ସଦର ଥାନା ବରୁହାଁ ଛକ:ବାଇକ-ଟ୍ୟାଙ୍କର ଧକ୍କାରେ ୨ ମୃତ; ଜଣେ ଗର୍ଭବତୀ ଗୁରୁତର।*

*୧୨-ରାଜଧାନୀର ଆପାର୍ଟମେଣ୍ଟରେ ଅପରାଧୀଙ୍କ ଉପଦ୍ରବ, ଘରେ ପଶି ବେଧଡକ କଳାକନା ବୁଲାଉଛନ୍ତି ଲୁଟେରା।*

*୧୩-ବିହାରର ଐତିହାସିକ ନିଷ୍ପତ୍ତି; ଜାତିଗତ ସଂରକ୍ଷଣ ସୀମା ୬୫%କୁ ବୃଦ୍ଧି।*

*୧୪-ଦୁବାଇ ଏୟାର ଶୋରେ ଶକ୍ତି ପ୍ରଦର୍ଶନ କରିବ ଯୁଦ୍ଧ ବିମାନ ତେଜସ୍‌‌ ଓ ଧ୍ରୁବ ହେଲିକପ୍ଟର।*

*୧୫-ଭାରତରେ ୨୦୨୬ ସୁଦ୍ଧା ଆରମ୍ଭ ହୋଇପାରେ E-Air Taxis ସର୍ଭିସ୍,୯୦ କି.ମି ଯାତ୍ରାକୁ ଲାଗିବ ୭ ମିନିଟ୍‌।*

*୧୬-ନୂଆ ଦିଲ୍ଲୀ:ଦେଶରେ ନେତାଙ୍କ ବିରୋଧରେ ରହିଛି ୫୧୭୫ଟି ମାମଲା, ଶୀଘ୍ର ରାୟ ଶୁଣାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ।*

*୧୭-ସୁପ୍ରିମକୋର୍ଟର ସମସ୍ତ ୩୪ଟି ପଦ ପୂରଣ, ଶପଥ ନେଲେ ୩ ବିଚାରପତି।*

*୧୮-ବିଶ୍ବକପ : ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ, ୫ ୱିକେଟରେ ନ୍ୟୁଜିଲାଣ୍ଡ ବିଜୟୀ।*

*୧୯-ଅରୁଣାଚଳ ପ୍ରଦେଶରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୩.୧।*


No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...