AFFILIATE MARKETING

https://binomo.com?a=90810425bb57&t=0

Wednesday, November 29, 2023

ଆମ ବ୍ୟାଙ୍କ ସେବା

COASTAL NEWS ODIA 1521

ଆମ ବ୍ୟାଙ୍କ ସେବା 
ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ



ଭୁବନେଶ୍ବର - (CNO) ହାତ ପାଆନ୍ତାରେ ବ୍ୟାଙ୍କ ସେବା । ଆମ ବ୍ୟାଙ୍କ ସେବାର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ୭୫୦ CSP ପ୍ଲସ୍ ଶାଖାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୪ ହଜାର ୩ ଶହରୁ ଅଧିକ ବ୍ୟାଙ୍କ ନଥିବା ପଞ୍ଚାୟତରେ CSP ପ୍ଲସ୍ ଶାଖା ରହିବ।ଯେଉଁଥିରେ ବୃଦ୍ଧ ଓ ଗର୍ଭବତୀ ଏବଂ ଭିନ୍ନକ୍ଷମଙ୍କ ପାଇଁ ଡୋରଷ୍ଟେପ୍ ସେବା ମିଳିବ। ୩ ବର୍ଷ ପାଇଁ ଆବର୍ତ୍ତୀ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । 

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳ ପାଇଁ ଯୁଗାନ୍ତକାରୀ 'ଆମ ବ୍ୟାଙ୍କ' ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ବାରା ବ୍ୟାଙ୍କ ସୁବିଧା ନ ଥିବା ୪୩୭୩ ପଞ୍ଚାୟତରେ ଲୋକମାନେ ବ୍ୟାଙ୍କିଙ୍ଗ ସୁବିଧା ପାଇବେ । ୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ସମସ୍ତ ପଞ୍ଚାୟତକୁ ବ୍ୟାଙ୍କ ସୁବିଧା ପହଞ୍ଚିବ । ଆଜି ପ୍ରଥମ ପର୍ଯ୍ୟାୟରେ ୭୫୪ଟି ପଞ୍ଚାୟତରେ ଆମ ବ୍ୟାଙ୍କ ସୁବିଧା ଆରମ୍ଭ ହେଲା । ଏହି କାର୍ଯ୍ୟକ୍ରମକୁ ରାଜ୍ୟର ୧୦୦୦ଟି ସ୍ଥାନରେ ୪ ଲକ୍ଷ ଲୋକ ସିଧାପ୍ରସାରଣ ଜରିଆରେ ଲାଇଭ ଦେଖିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ବ୍ୟାଙ୍କ ମଡେଲ ସାରା ଦେଶରେ ପ୍ରଥମ। 

ଏହି ବ୍ୟାଙ୍କିଙ୍ଗ ମଡେଲ ସାରା ଦେଶ ପାଇଁ ଏକ ରୋଲ ମଡେଲ ହେବ ବୋଲି ସେ ମତ ହେବା ସହିତ ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ପାଇଁ ଆହ୍ବାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ ଯୋଡି ହୋଇଛନ୍ତି। ଏମାନେ ହେଲେ - ଷ୍ଟେଟ୍ ବ୍ଯାଙ୍କ ଅଫ୍ ଇଣ୍ଡିଆ ,ପଞ୍ଜାବ ନେସନାଲ୍ ବ୍ଯାଙ୍କ , ଇଉନିୟନ୍ ବ୍ଯାଙ୍କ ଅଫ୍ ଇଣ୍ଡିଆ , ଇଉକୋ ବ୍ଯାଙ୍କ , ବ୍ଯାଙ୍କ ଅଫ୍ ଇଣ୍ଡିଆ ଓ ବ୍ଯାଙ୍କ ଅଫ୍ ବରୋଦା . ଆମ ବ୍ୟାଙ୍କ ଗୁଡିକ ଲୋକଙ୍କୁ ୧୫ ପ୍ରକାର ବ୍ୟାଙ୍କ ସେବା ଯୋଗାଇ ଦେବେ ।

ସୂଚନାଯୋଗ୍ୟ ଯେ ରାଜ୍ୟର ସମୁଦାୟ ୬୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ବା ୪୩୭୩ଟି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ନାହିଁ । ଲୋକଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ବ୍ୟାଙ୍କ ସୁବିଧା ଏକ ଜରୁରୀ ଆବଶ୍ୟକତା ହୋଇଥିବାରୁ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବ୍ୟାଙ୍କ ମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରି ୬ ମାସ ମଧ୍ୟରେ ସବୁ ବ୍ୟାଙ୍କ ନ ଥିବା ପଞ୍ଚାୟତରେ କଷ୍ଟୋମର ସର୍ଭିସ୍ ପଏଣ୍ଟ ପ୍ଲସ୍  ଯୋଜନା ଆରମ୍ଭ କରିଛନ୍ତି । ଏହା 'ଆମ ବ୍ୟାଙ୍କ' ଭାବରେ ଲୋକଙ୍କୁ ସେବା ଯୋଗାଇଦେବ । 

ଏଥିପାଇଁ ରାଜ୍ୟ ସରକାର ଏହିସବୁ ପଞ୍ଚାୟତରେ ବ୍ୟାଙ୍କ ମାନଙ୍କୁ ଆସନ୍ତା ୫ ବର୍ଷ ପାଇଁ ଘର (Banking space), ବିଦ୍ୟୁତ ବ୍ୟବସ୍ଥା, ଇଣ୍ଟରନେଟ ଯୋଗାଯୋଗ ଏବଂ ଅନ୍ୟାନ୍ୟ ଆନୁସଂଗିକ ସୁବିଧା ଯୋଗାଇ ଦେବେ । ଏହି କାର୍ଯ୍ୟକ୍ରମକୁ ଅନ୍‌ଲାଇନ ଜରିଆରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମୁଁ ଚାହେଁ ରାଜ୍ୟର ସବୁ ଲୋକ ଆର୍ଥିକ ଅନ୍ତର୍ଭୁକ୍ତିକରଣର ସୁବିଧା ପାଆନ୍ତୁ । ଜମିପଟ୍ଟା, ଆଧାର କାର୍ଡ, ଭୋଟର ଆଇଡି କାର୍ଡ ପରି ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୁବ ଜରୁରୀ । 

ଘର ପାଖରେ ବ୍ୟାଙ୍କ ସୁବିଧା ମିଳିଲେ, ଆମର କାଳିଆ, ମମତା, ମଧୁବାବୁ ପେନ୍‌ସନ ପରି ବିଭିନ୍ନ direct benefit transfer ତଥା ଛୋଟ ଛୋଟ ବ୍ୟବସାୟୀଙ୍କ ପାଇଁ ଋଣ ଆଦି ସୁବିଧା ଲୋକଙ୍କ ପାଖରେ ସିଧାସଳଖ ଓ ସୁବିଧାରେ ଉପଲବ୍‌ଧ ହୋଇପାରିବ । ଏହା ହିଁ ଆମ 5T ନୀତିର ମୁଖ୍ୟ ଲକ୍ଷ୍ୟ । ତେଣୁ ଆମ ବ୍ୟାଙ୍କ ଲୋକଙ୍କ ଅର୍ଥନୈତିକ ସଶକ୍ତିକରଣ ଦିଗରେ ଆଉ ଏକ ମାଇଲଷ୍ଟୋନ ହେବ ବୋଲି ଦୃଢୋକ୍ତି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଗାଁ ରେ ରହୁଥିବା ଲକ୍ଷ ଲକ୍ଷ ଲୋକ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇପାରିବେ ।

ରାଜ୍ୟ ସରକାର ଏଥିପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏଥିରେ ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ ଲୋକ ହେବେ ଉପକୃତ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ନ ଥିବାରୁ ଲୋକମାନେ ଦୂର ବାଟକୁ ଯାଇ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରୁଥିଲେ । ଯେଉଁଥିରେ ସେମାନଙ୍କୁ ବିଭିନ୍ନ ଅସୁବିଧା ଭୋଗିବାକୁ ପଡୁଥିଲା। ବିଭିନ୍ନ ସମୟରେ ଲୋକେ ହଇରାଣ ମଧ୍ୟ ହେଉଥିଲେ। 

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଏକ ଯୁଗାନ୍ତକାରୀ ପଦକ୍ଷେପ । ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କ ସେବା ମିଳିବ। ଏଥିରେ ପ୍ରଥମ ପର୍ଯ୍ୟାୟରେ ୧୫ଟି ବ୍ୟାଙ୍କିଂ ସେବା ଉପଲବ୍ଧ ହେବ।

No comments:

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...