AFFILIATE MARKETING

https://binomo.com?a=90810425bb57&t=0

Sunday, November 12, 2023

ମନ୍ଦିର ପୂଜକଙ୍କୁ ହତ୍ୟା ଘଟଣାରେ ୭ଜଣ ଗିରଫ

COASTAL NEWS ODIA 1437

ମନ୍ଦିର ପୂଜକଙ୍କୁ ହତ୍ୟା ଘଟଣାରେ ୭ଜଣ ଗିରଫ 



କୋରାପୁଟ: ଭଞ୍ଜ ବିହାରୀ ମହାନ୍ତି - ମନ୍ଦିର ପୂଜକଙ୍କୁ ହତ୍ୟା ଘଟଣାରେ ୭ଜଣ ଗିରଫ ହୋଇଛନ୍ତି। ୨ ଯୁବତୀଙ୍କ ସମେତ ୭ଜଣଙ୍କୁ ଟାଉନଥାନା ପୁଲିସ ଗିରଫ କରିଛି।। 

ପୂଜକଙ୍କ ଘରେ କାମ କରୁଥିବା ୨ ଯୁବତୀ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିବାବେଳେ ଲୁଟପାଟ ଉଦେଶ୍ୟରେ ପୂଜକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ଘର ଭିତରେ ପଶି ହାତଗୋଡ଼ ବାନ୍ଧି ପୂଜକଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

ଗିରଫ ଦୁଇ ଯୁବତୀ ହେଲେ ସହରର ହାଟପଦା ଅଞ୍ଚଳର ସରସ୍ବତୀ ଜାନୀ ଓ ରଥ ଶର୍ମା କଲୋନୀ ଅଞ୍ଚଳର ରମା ଗୌଡ଼ ହୋଇଥିବାବେଳେ ସେମାନଙ୍କ ୫ ଜଣ ପୁରୁଷ ବନ୍ଧୁ ହେଲେ ନାଳଚୁଆଁ ଗାଁର ପ୍ରତାପ ଟାକରି, ଇନ୍ଦିରା କଲୋନୀର କିଶାନ ବାଗ, ପିଏଚଡି କଲୋନୀର ନୀରଜ ବେନିଆ, ହାଟପଦା ଅଞ୍ଚଳର ମହେନ୍ଦ୍ର ପାଣିଗ୍ରାହୀ ଓ ମିଶନ କମ୍ପାଉଣ୍ଡ ଅଞ୍ଚଳର ଅଶୋକ ରାୟ ବୋଲି ଜଣାପଡ଼ିଛି।

ଏମାନେ ପୂଜକଙ୍କ ଘରେ କାମ କରୁଥିଲେ। ଏହାର ଫାଇଦା ଉଠାଇ ସେମାନେ ତାଙ୍କର ଆଉ ୫ ପୁରୁଷ ସହଯୋଗୀଙ୍କ ସହ ମିଶି ଗତ ୮ ତାରିଖରେ ପୂଜକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ। ଏମାନଙ୍କ ଠାରୁ ପୁଲିସ୍‌ ପୂଜକ ରମେଶଙ୍କ ଘରୁ ଲୁଟ କରାଯାଇଥିବା ନଗଦ ୧୫ ହଜାର ଟଙ୍କା, ସୁନା ଓ ରୂପା ଗହଣା, ୬ ଟି ମୋବାଇଲ, ଗୋଟାଏ ପୋଡ଼ା ହୋଇଥିବା ମୋବାଇଲ ଓ ଚାବି ପେନ୍ଥା ଜବତ କରିଛି ବୋଲି ସୂଚନା ଦେଇଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...