AFFILIATE MARKETING

https://binomo.com?a=90810425bb57&t=0

Tuesday, November 21, 2023

ଆସିଲା ଉତ୍ତରକାଶୀ ଟନେଲ୍ ଭିତରେ ଫସିଥିବା ଶ୍ରମିକଙ୍କ ପ୍ରଥମ ଭିଡ଼ିଓ

COASTAL NEWS ODIA 1488

ଆସିଲା ଉତ୍ତରକାଶୀ ଟନେଲ୍ ଭିତରେ ଫସିଥିବା ଶ୍ରମିକଙ୍କ ପ୍ରଥମ ଭିଡ଼ିଓ



ଉତ୍ତରକାଶୀ - (CNO) ଉତ୍ତରକାଶୀର ସିଲକ୍ୟାରା 10ମ ଦିନରେ ଟନେଲ ଭିତରେ ଫସିରହିଥିବା 41 ଜଣ ଶ୍ରମିକଙ୍କ ଭିଡ଼ିଓ ଆସିଲା । ଫସି ରହିଥିବା ଶ୍ରମିକଙ୍କୁ ପ୍ରଥମ ଥର ପାଇଁ ରନ୍ଧାଖାଦ୍ୟ ଯୋଗାଇ ଦିଆ ଯାଇଛି । ପାଇପ ସାହାଯ୍ୟରେ ସେମାନଙ୍କ ପାଖରେ ଏହି ଖାଦ୍ୟ ପହଞ୍ଚାଇବାରେ ସଫଳ ହୋଇଛନ୍ତି ଉଦ୍ଧାରକାରୀ ଟିମ । ଏକ ବୋତଲରେ ଗରମ ଗରମ ଖେଚେଡି ଶ୍ରମିକଙ୍କ ପାଖକୁ ପଠାଯାଇଛି । ଏଥିସହିତ ଭିତରର ଭିଡିଓ ପ୍ରଥମ ଥରପାଇଁ ଲୋକଲୋଚନକୁ ଆସିଛି ।

ଶ୍ରମିକମାନେ ଭିତରେ କେମିତି ଅବସ୍ଥାରେ ଅଛନ୍ତି ତାହା ଏହି ଭିଡିଓରୁ ଜଣାପଡୁଛି । ଘଟଣାସ୍ଥଳରେ ଥିବା ଅଧିକାରୀମାନେ ୱାକି ଟକି ଜରିଆରେ ଶ୍ରମିକଙ୍କ ସହ ବାର୍ତ୍ତାଳାପ କରିଛନ୍ତି । । ସମସ୍ତେ ସୁରକ୍ଷିତ ଥିବା ନଜର ଆସିଛି । ତେବେ ଖୁବଶୀଘ୍ର ଶ୍ରମିକମାନେ ଉଦ୍ଧାର ହୋଇଯିବେ ବୋଲି ଉଦ୍ଧାରକାରୀ ଦଳ ପ୍ରକାଶ କରିଛନ୍ତି ।

ଗତ ନଭେମ୍ବର 12 ତାରିଖରୁ 41 ଜଣ ଶ୍ରମିକ ଏହି ଟେନଲ ଭିତରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଉତ୍ତରକାଶୀରେ ଫସିଥିବା 41 ଶ୍ରମିକଙ୍କ ଉଦ୍ଧାର ପ୍ରକ୍ରିୟାରେ ଅଗ୍ରଗତି ଦେଖା ଦେଇଛି ।

ସେପଟେ ଭାରତ ସରକାରଙ୍କ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର ଦୁଇଟି ରୋବଟକୁ ଟନେଲ ଭିତରକୁ ପଠାଯିବ । ସେହି ଦୁଇଟି ରୋବଟର ଓଜନ 20 କେଜି ଓ 50 କେଜି । ଫସିଥିବା ଶ୍ରମିକଙ୍କ ଲାଗି ସ୍ବତନ୍ତ୍ର ଖାଦ୍ୟ ପଦାର୍ଥ ବ୍ୟବସ୍ଥା କରାଯାଇଛି । ସେଥିଲାଗି ମେଡିକାଲ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇଛି । କେତେକ ଶ୍ରମିକ ସାମାନ୍ୟ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । 

ପାହାଡ ଉପରକୁ ଯିବା ପାଇଁ ରାସ୍ତା କାମ ଚାଲିଛି l ରାସ୍ତାକାମ ସରିଲେ ଶ୍ରମିକଙ୍କ ନିକଟରେ ପହଞ୍ଚିବା ଲାଗି ସମାନ୍ତରାଳ ଓ ଉପରୁ ଡ୍ରିଲିଂ କାର୍ଯ୍ୟ ଆରମ୍ଭ ହେବ । ଯଦି ଉପରୁ ଡ୍ରିଲିଂ କରାଯାଏ ତେବେ ଶ୍ରମିକଙ୍କଠାରୁ ସେହି ସ୍ଥାନର ଉଚ୍ଚତା ରହିବ 90 ମିଟର । ବାମପାର୍ଶ୍ବରୁ ଦୂରତା ରହିଛି 170 ମିଟର । ଡାହାଣ ପଟରୁ ଦୂରତା ରହିଛି 200 ମିଟର । ଟନେଲର ବାରକୋଟ ଦିଗରୁ ଶ୍ରମିକ ଫସିଥିବା ସ୍ଥାନର ଦୂରତା ରହିଛି 450 ମିଟର । ସିଲକୟାରା ପଟୁ ଦୂରତା ହେଉଛି 70 ମିଟର, ଯେଉଁଥିରୁ 22 ମିଟର ଯାଏ ପାଇପ ପଡିସାରିଛି । ଘଟଣାସ୍ଥଳକୁ ଡିଆରଡିଓର ରିମୋଟଲି ଅପରେଟେଡ ଭେହିକଲ ଦକ୍ଷକୁ ଅଣାଯାଇଛି ।

ଶ୍ରମିକଙ୍କୁ ଉଦ୍ଧାର କରିବାପାଇଁ ଏନଏଚଆଇଡିସିଏଲ ଦ୍ୱାରା ହରାଇଜେଣ୍ଟାଲ ବୋରିଂ ଆରମ୍ଭ କରାଯାଇଛି । ଏଥିପାଇଁ ନାସିକ ଏବଂ ଦିଲ୍ଲୀରୁ ଯନ୍ତ୍ରପାତି ଆସି ପହଞ୍ଚି ସାରିଛି । ଅନ୍ୟପକ୍ଷେ ଭର୍ଟିକାଲ ବୋରିଂ ପାଇଁ ଓଏନଜିସି ଦ୍ୱାରା ୟୁଏସଏ, ମୁମ୍ବାଇ, ଗାଜିଆବାଦରୁ ମେସିନ ଆସିଛି । 

ଶ୍ରମିକଙ୍କ ଉଦ୍ଧାର ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି । ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତୀଙ୍କ ସହ ଆଲୋଚନା କରିଛନ୍ତି । ଭାରତର ଅଗଣିତ ଜନତା ଉତ୍କଣ୍ଠିତ ଅଛନ୍ତି, ବିଭିନ୍ନ ସ୍ଥାନରେ ପୂଜାର୍ଚନା କରି ଶ୍ରମିକମାନଙ୍କ ମଙ୍ଗଳ କାମନା କରାଯାଉଛି l

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...