AFFILIATE MARKETING

https://binomo.com?a=90810425bb57&t=0

Tuesday, November 21, 2023

ଆସିଲା ଉତ୍ତରକାଶୀ ଟନେଲ୍ ଭିତରେ ଫସିଥିବା ଶ୍ରମିକଙ୍କ ପ୍ରଥମ ଭିଡ଼ିଓ

COASTAL NEWS ODIA 1488

ଆସିଲା ଉତ୍ତରକାଶୀ ଟନେଲ୍ ଭିତରେ ଫସିଥିବା ଶ୍ରମିକଙ୍କ ପ୍ରଥମ ଭିଡ଼ିଓ



ଉତ୍ତରକାଶୀ - (CNO) ଉତ୍ତରକାଶୀର ସିଲକ୍ୟାରା 10ମ ଦିନରେ ଟନେଲ ଭିତରେ ଫସିରହିଥିବା 41 ଜଣ ଶ୍ରମିକଙ୍କ ଭିଡ଼ିଓ ଆସିଲା । ଫସି ରହିଥିବା ଶ୍ରମିକଙ୍କୁ ପ୍ରଥମ ଥର ପାଇଁ ରନ୍ଧାଖାଦ୍ୟ ଯୋଗାଇ ଦିଆ ଯାଇଛି । ପାଇପ ସାହାଯ୍ୟରେ ସେମାନଙ୍କ ପାଖରେ ଏହି ଖାଦ୍ୟ ପହଞ୍ଚାଇବାରେ ସଫଳ ହୋଇଛନ୍ତି ଉଦ୍ଧାରକାରୀ ଟିମ । ଏକ ବୋତଲରେ ଗରମ ଗରମ ଖେଚେଡି ଶ୍ରମିକଙ୍କ ପାଖକୁ ପଠାଯାଇଛି । ଏଥିସହିତ ଭିତରର ଭିଡିଓ ପ୍ରଥମ ଥରପାଇଁ ଲୋକଲୋଚନକୁ ଆସିଛି ।

ଶ୍ରମିକମାନେ ଭିତରେ କେମିତି ଅବସ୍ଥାରେ ଅଛନ୍ତି ତାହା ଏହି ଭିଡିଓରୁ ଜଣାପଡୁଛି । ଘଟଣାସ୍ଥଳରେ ଥିବା ଅଧିକାରୀମାନେ ୱାକି ଟକି ଜରିଆରେ ଶ୍ରମିକଙ୍କ ସହ ବାର୍ତ୍ତାଳାପ କରିଛନ୍ତି । । ସମସ୍ତେ ସୁରକ୍ଷିତ ଥିବା ନଜର ଆସିଛି । ତେବେ ଖୁବଶୀଘ୍ର ଶ୍ରମିକମାନେ ଉଦ୍ଧାର ହୋଇଯିବେ ବୋଲି ଉଦ୍ଧାରକାରୀ ଦଳ ପ୍ରକାଶ କରିଛନ୍ତି ।

ଗତ ନଭେମ୍ବର 12 ତାରିଖରୁ 41 ଜଣ ଶ୍ରମିକ ଏହି ଟେନଲ ଭିତରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଉତ୍ତରକାଶୀରେ ଫସିଥିବା 41 ଶ୍ରମିକଙ୍କ ଉଦ୍ଧାର ପ୍ରକ୍ରିୟାରେ ଅଗ୍ରଗତି ଦେଖା ଦେଇଛି ।

ସେପଟେ ଭାରତ ସରକାରଙ୍କ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର ଦୁଇଟି ରୋବଟକୁ ଟନେଲ ଭିତରକୁ ପଠାଯିବ । ସେହି ଦୁଇଟି ରୋବଟର ଓଜନ 20 କେଜି ଓ 50 କେଜି । ଫସିଥିବା ଶ୍ରମିକଙ୍କ ଲାଗି ସ୍ବତନ୍ତ୍ର ଖାଦ୍ୟ ପଦାର୍ଥ ବ୍ୟବସ୍ଥା କରାଯାଇଛି । ସେଥିଲାଗି ମେଡିକାଲ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇଛି । କେତେକ ଶ୍ରମିକ ସାମାନ୍ୟ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । 

ପାହାଡ ଉପରକୁ ଯିବା ପାଇଁ ରାସ୍ତା କାମ ଚାଲିଛି l ରାସ୍ତାକାମ ସରିଲେ ଶ୍ରମିକଙ୍କ ନିକଟରେ ପହଞ୍ଚିବା ଲାଗି ସମାନ୍ତରାଳ ଓ ଉପରୁ ଡ୍ରିଲିଂ କାର୍ଯ୍ୟ ଆରମ୍ଭ ହେବ । ଯଦି ଉପରୁ ଡ୍ରିଲିଂ କରାଯାଏ ତେବେ ଶ୍ରମିକଙ୍କଠାରୁ ସେହି ସ୍ଥାନର ଉଚ୍ଚତା ରହିବ 90 ମିଟର । ବାମପାର୍ଶ୍ବରୁ ଦୂରତା ରହିଛି 170 ମିଟର । ଡାହାଣ ପଟରୁ ଦୂରତା ରହିଛି 200 ମିଟର । ଟନେଲର ବାରକୋଟ ଦିଗରୁ ଶ୍ରମିକ ଫସିଥିବା ସ୍ଥାନର ଦୂରତା ରହିଛି 450 ମିଟର । ସିଲକୟାରା ପଟୁ ଦୂରତା ହେଉଛି 70 ମିଟର, ଯେଉଁଥିରୁ 22 ମିଟର ଯାଏ ପାଇପ ପଡିସାରିଛି । ଘଟଣାସ୍ଥଳକୁ ଡିଆରଡିଓର ରିମୋଟଲି ଅପରେଟେଡ ଭେହିକଲ ଦକ୍ଷକୁ ଅଣାଯାଇଛି ।

ଶ୍ରମିକଙ୍କୁ ଉଦ୍ଧାର କରିବାପାଇଁ ଏନଏଚଆଇଡିସିଏଲ ଦ୍ୱାରା ହରାଇଜେଣ୍ଟାଲ ବୋରିଂ ଆରମ୍ଭ କରାଯାଇଛି । ଏଥିପାଇଁ ନାସିକ ଏବଂ ଦିଲ୍ଲୀରୁ ଯନ୍ତ୍ରପାତି ଆସି ପହଞ୍ଚି ସାରିଛି । ଅନ୍ୟପକ୍ଷେ ଭର୍ଟିକାଲ ବୋରିଂ ପାଇଁ ଓଏନଜିସି ଦ୍ୱାରା ୟୁଏସଏ, ମୁମ୍ବାଇ, ଗାଜିଆବାଦରୁ ମେସିନ ଆସିଛି । 

ଶ୍ରମିକଙ୍କ ଉଦ୍ଧାର ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି । ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତୀଙ୍କ ସହ ଆଲୋଚନା କରିଛନ୍ତି । ଭାରତର ଅଗଣିତ ଜନତା ଉତ୍କଣ୍ଠିତ ଅଛନ୍ତି, ବିଭିନ୍ନ ସ୍ଥାନରେ ପୂଜାର୍ଚନା କରି ଶ୍ରମିକମାନଙ୍କ ମଙ୍ଗଳ କାମନା କରାଯାଉଛି l

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...