AFFILIATE MARKETING

https://binomo.com?a=90810425bb57&t=0

Thursday, November 16, 2023

ବିରାଟ କୋହଲିଙ୍କ ବ୍ୟାଟରୁ ବାହାରିଛି ଐତିହାସିକ ଶତକ

COASTAL NEWS ODIA 1452

ବିରାଟ କୋହଲିଙ୍କ ବ୍ୟାଟରୁ ବାହାରିଛି ଐତିହାସିକ ଶତକ



ମୁମ୍ବାଇ - ଭଞ୍ଜ ବିହାରୀ ମହାନ୍ତି - ମୁମ୍ବାଇର ୱାଙ୍ଖେଡେର ବିରାଟ କୋହଲିଙ୍କ ବ୍ୟାଟରୁ ବାହାରିଛି ଐତିହାସିକ ଶତକ। ଦିନିକିଆରେ ବିରାଟ ମାରିଛନ୍ତି ୫୦ତମ ଶତକ। ଏଥିସହ ସେ ବିଶ୍ୱର ସବୁ କ୍ରିକେଟରଙ୍କୁ ପଛରେ ପକାଇ ଦେଇଛନ୍ତି। ସଚିନ ତେନ୍ଦୁଲକରଙ୍କ ଆଗରେ ବିରାଟ ତାଙ୍କର ସର୍ବକାଳୀନ ଶତକ ରେକର୍ଡ ମଧ୍ୟ ଭାଙ୍ଗି ଦେଇଛନ୍ତି।

ବିରାଟଙ୍କ ୧୧୩ ବଲରେ ୧୧୭ ରନ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୪ଟି ୱିକେଟ ହରାଇ ୩୯୭ ରନ କରିଛି। ଫଳରେ ନ୍ୟୁଜିଲ୍ୟାଣ୍ଡକୁ ଏହି ମ୍ୟାଚ୍‌ ଜିତିବା ପାଇଁ ବିଶାଳ ୩୯୮ ରନର ଟାର୍ଗେଟ ମିଳିଛି। ବିରାଟଙ୍କ ବ୍ୟତୀତ ଶ୍ରେୟସ ଆୟର ମଧ୍ୟ ଆଜିର ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି। ୨୦୧୯ ବିଶ୍ୱକପ ସେମି ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ୧୮ ରନରେ ଭାରତକୁ ହରାଇଥିଲା। ଏବେ ୨୦୨୩ ବିଶ୍ୱକପ ସେମି ଫାଇନାଲରେ ଏହାର ମଧୁର ପ୍ରତିଶୋଧ ନେବାକୁ ଭାରତ ପାଖରେ ସୁଯୋଗ ରହିଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ରୋହିତ ଶର୍ମା ଓ ଶୁବମନ ଗିଲ ବିସ୍ଫୋରକ ଆରମ୍ଭ କରିଥିଲେ। ବିଶେଷ କରି ରୋହିତଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା। ସେ ୨୯ ବଲରେ ୪୭ ରନ କରି ଆଉଟ ହୋଇଥିଲେ। ଏହାପରେ ବିରାଟ କୋହଲି ଓ ଗିଲ୍‌ ସ୍ଥିତି ସମ୍ଭାଳିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଗିଲ ନିଜର ଶତକ ଆଡ଼କୁ ମଧ୍ୟ ଯାଉଥିଲେ। କିନ୍ତୁ ମାଂସପେଶୀ ଜନିତ ସମସ୍ୟା ଯୋଗୁ ତାଙ୍କୁ ରିଟାର୍ଡ ହର୍ଟ ହୋଇ ପ୍ୟାଭିଲିୟନ ଫେରିବାକୁ ପଡ଼ିଥିଲା। ଡ୍ରେସିଂ ରୁମକୁ ଫେରିବା ବେଳେ ଗିଲ୍‌ ୬୫ ବଲରେ ୭୯ ରନ କରିଥିଲେ। ଗିଲ୍‌ ଫେରି ଯିବାରୁ ଶ୍ରେୟସ ଆୟର ଆସିଥିଲେ। ସେ ବିରାଟଙ୍କ ସହ ମିଶି ଦ୍ରୁତଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।

ଗିଲ୍‌ ଆହତ ହେବା ବେଳେ ଦଳୀୟ ସ୍କୋର ୧୬୪ ଥିଲା। ହେଲେ ବିରାଟ ଓ ଆୟର ନ୍ୟୁଜିଲ୍ୟାଣ୍ଡକୁ ଆଉ କୌଣସି ବିପର୍ଯ୍ୟୟ ଘଟାଇବା ଦେଇଥିଲେ। ଉଭୟ ବଡ଼ବଡ଼ ଶଟ ଖେଳି ଚାଲିଥିଲେ। ବିରାଟ ମଧ୍ୟ ନିଜ ଦିନିକିଆ କ୍ୟାରିୟରର ୫୦ତମ ଶତକ ହାସଲ କରିଥିଲେ। ଶତକ ହାସଲ କରିବା ପରେ ସେ ବଡ଼ ଶଟ ମାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ୧୧୭ ରନ କରି ସେ ଆଉଟ ହୋଇଯାଇଥିଲେ। ବିରାଟ ୧୧୩ ବଲରେ ୧୧୭ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ୯ଟି ଚୌକା ଓ ୨ଟି ଛକା ମାରିଛନ୍ତି।

ବିରାଟ ଆଉଟ ହେବା ବେଳକୁ ଦଳୀୟ ସ୍କୋର ୩୨୭ ଥିଲା। ଏତିକି ବେଳେ ଶ୍ରେୟସ ଆୟର ଓ କେଏଲ ରାହୁଲ ଭାରତର କମାଣ ସମ୍ଭାଳିଥିଲେ। ଉଭୟ କେବଳ ୱିକେଟ ରଖି ନଥିଲେ। ବରଂ ଦ୍ରୁତଗତିରେ ରନ ସଂଗ୍ରହ କରି ଚାଲିଥିଲେ।

ଆୟର କ୍ରମାଗତ ଦ୍ୱିତୀୟ ଶତକ ହାସଲ କରିବାର ଅତି ନିକଟରେ ପହଞ୍ଚି ଯାଇଥିଲେ। ୪୭ ଓଭର ସୁଦ୍ଧା ଭାରତର ସ୍କୋର ୩୫୪ ରନରେ ପହଞ୍ଚି ଯାଇଥିଲା। ଏତିକି ବେଳେ ଶ୍ରେୟସ ୯୩ ଓ ରାହୁଲ ୧୦ ରନ କରିଥିଲେ।

୪୮ତମ ଓଭର ବୋଲିଂ କରିବାକୁ ଆସିଥିଲେ ଟିମ ସାଉଦି। ତାଙ୍କର ପ୍ରଥମ ବଲକୁ ଆୟର ଛକା ମାରିଥିଲେ। ଦ୍ୱିତୀୟ ବଲରେ ସେ ୧ ରନ ନେଇ ନିଜର ଶତକ ହାସଲ କରିଥିଲେ। ଆୟର ୬୭ ବଲରେ ଶତକ ହାସଲ କରିଛନ୍ତି। ତଥାପି ଏହି ଓଭରରେ ସାଉଦି ୧୨ ରନ ଦେଇଥିଲେ। ଭାରତର ସ୍କୋର ମଧ୍ୟ ୩୬୬ ରନରେ ପହଞ୍ଚି ଯାଇଥିଲା।

୪୯ତମ ଓଭର ନେଇ ଆସିଥିଲେ ଟ୍ରେଣ୍ଟ ବୋଲ୍ଟ। ତାଙ୍କର ପ୍ରଥମ ବଲକୁ କେଏଲ ରାହୁଲ ବାଉଣ୍ଡରୀ ବାହାରକୁ ପଠାଇ ଦେଇଥିଲେ। ଦ୍ୱିତୀୟ ବଲରୁ ତାଙ୍କୁ ଚୌକା ମାରିଥିଲେ। ଏହି ଓଭର୍‌ରୁ ମୋଟ୍‌ ୩୯୭ ରନ୍‌ କରିଥିଲା ଭାରତ। 

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...