AFFILIATE MARKETING

https://binomo.com?a=90810425bb57&t=0

Tuesday, November 28, 2023

ଷ୍ଟକହମ୍ ରେ ହେବ ବିଶ୍ବର ସର୍ବପ୍ରଥମ କାଠର ସହର

COASTAL NEWS ODIA 1516

ଷ୍ଟକହମ୍ ରେ ହେବ ବିଶ୍ବର ସର୍ବପ୍ରଥମ କାଠର ସହର



ସ୍ଵିଡେନ - (CNO) ସ୍ଵିଡେନ ରାଜଧାନୀ ଷ୍ଟକହମ୍ ରେ ବିଶ୍ବର ସର୍ବପ୍ରଥମ କାଠର ସହରନିର୍ମାଣ କରାଯିବ ବୋଲି ସୂଚନା ମିଳିଛି । ରିପୋର୍ଟ ଅନୁସାରେ ସ୍ଵିଡେନ ରାଜଧାନୀ ଷ୍ଟକହମ୍ ରେ ହେବ ବିଶ୍ବର ସର୍ବପ୍ରଥମ କାଠର ସହର । ଏହାକୁ ଡ୍ୟାନିସ ଷ୍ଟୁଡିଓ ହେନିଂ ଲାସେନ ଏବଂ ସୁଇଡେନ ଫିର୍ମ ୱାଇଟ୍ ଆର୍କିଟେକ୍ଟର ଡିଜାଇନ କରିବେ । ୨୦୨୫ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ୨୦୨୭ ଭିତରେ ଏହା ସମ୍ପୂର୍ଣ୍ଣ ହେବ ବୋଲି ଆଶା ପ୍ରକଟ କରାଯାଇଛି । ସହରର ସମସ୍ତ ଜିନିଷ କାଠରେ ତିଆରି କରାଯିବ ବୋଲି ଜଣାପଡ଼ିଛି। 

ଷ୍ଟକ୍‌ହୋମର ଦକ୍ଷିଣ-ପୂର୍ବ ଅଞ୍ଚଳରେ ତିଆରି ହେବାକୁ ଥିବା ଏହି ସହର ପ୍ରାୟ ୨୫୦ ହଜାର ବର୍ଗ କି.ମି. ଅଞ୍ଚଳରେ ପରିବ୍ୟାପ୍ତ ହେବ । ଏହି ସହରରେ ୭ହଜାର ଅଫିସ, ୨ହଜାର ଘର ତିଆରି କରାଯିବ। ଏଥିସହ ରେଷ୍ଟୁରାଣ୍ଟ, ଦୋକାନ ଏବଂ ପାର୍କ ମଧ୍ୟ ନିର୍ମାଣ କରାଯିବ । ଏହି ସ୍ଥାନରେ ପୂର୍ବରୁ ୫୦୦ରୁ ଅଧିକ କମ୍ପାନୀ କାର୍ଯ୍ୟ କରୁଛି । ନିକଟରେ ସ୍ବିଜରଲାଣ୍ଡ, ଅଷ୍ଟ୍ରେଲିଆ ଭଳି ଦେଶରେ ଆକାଶ ଛୁଇଁଥିବା କାଠର କୋଠା ନିର୍ମାଣ କରାଯାଇଛି । ପ୍ରକାଶ ଯେ, ଗତବର୍ଷ ସିଙ୍ଗାପୁରରେ ୪୬୮ ହଜାର ବର୍ଗଫୁଟ ଅଞ୍ଚଳର କଲେଜ ପରିସର ଉଦ୍‌ଘାଟନ କରାଯାଇଥିଲା । 

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...