AFFILIATE MARKETING

https://binomo.com?a=90810425bb57&t=0

Tuesday, November 21, 2023

ବାହନଗା ଟ୍ରେନ୍ ଟ୍ରାଜେଡ଼ି ର ପୁନରାବୃତ୍ତି ହେବାରୁ ଅଳ୍ପକେ ବର୍ତ୍ତୀଲା ଟ୍ରେନ୍ର୍ ଦୁର୍ଘଟଣା

COASTAL NEWS ODIA 14

ବାହନଗା ଟ୍ରେନ୍ ଟ୍ରାଜେଡ଼ି ର ପୁନରାବୃତ୍ତି ହେବାରୁ ଅଳ୍ପକେ ବର୍ତ୍ତୀଲା ଟ୍ରେନ୍ର୍ ଦୁର୍ଘଟଣା 



ରାଉରକେଲା - (CNO) ବାହନଗା ଟ୍ରେନ୍ ଟ୍ରାଜେଡ଼ି ର ପୁନରାବୃତ୍ତି ହେବାରୁ ଅଳ୍ପକେ ବର୍ତ୍ତୀଲା ଦୁର୍ଘଟଣା ଗୋଟିଏ ଟ୍ରାକରେ ତିନୋଟି ଟ୍ରେନ୍ ।  ଗୋଟିଏ ଟ୍ରାକରେ ମୁହାଁମୁହିଁ ହୋଇଥାନ୍ତେ ୩ ଯାତ୍ରୀବାହୀ ଟ୍ରେନ । ରାଉରକେଲାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ତେବେ ଅଟୋମେଟିକ ସିଗନାଲ ଯୋଗୁଁ ଏପରି ହୋଇଥିବା ଜଣାପଡିଛି । ଉଭୟ ଟ୍ରେନ୍ ମଧ୍ୟରେ ମାତ୍ର ୧୦୦ ମିଟର ଦୂରତା ଥିଲା । ଏହା ପଛକୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଆସୁଥିଲା । ହେଲେ ଏହି ବଡ଼ ଦୁର୍ଘଟଣାଟିକୁ ରୋକାଯାଇ ପାରିଛି । 

ଝାରସୁଗୁଡ଼ା ହଟିଆ ମେମୁ, ଝାରସୁଗୁଡ଼ା ରାଉରକେଲା ମେମୁ ଓ ବନ୍ଦେ ଭାରତ ଟ୍ରେନ ଗୋଟିଏ ଟ୍ରାକରେ ରହିଥିଲା । ଅଟୋମେଟିକ ସିଗନାଲ ଯୋଗୁଁ ଏପରି ହେଉଥିବା ରାଉରକେଲା ଷ୍ଟେସନ ମ୍ୟାନେଜର ସୂଚନା ଦେଇଛନ୍ତି । ବୁର୍ଲା ଭିସୁଟର ୧୫ତମ ସମାବର୍ତ୍ତନ ସମାରୋହରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦବୋଧନ ରାଉରକେଲା ମେମୁ ସହ ଝାରସୁଗୁଡା ଟ୍ରେନ୍ ମୁହାଁମୁହିଁ ହେବା ପୂର୍ବରୁ ଏହାକୁ ରୋକାଯାଇପାରିଛି । 

କିନ୍ତୁ ପ୍ରଶ୍ନ ଉଠୁଛି ଏକା ସମୟରେ ଗୋଟିଏ ଟ୍ରାକରେ ୩ଟି ଟ୍ରେନ୍ ଆସିଲା କେମିତି ? ଏଥିପାଇଁ ଦାୟୀ କିଏ ? ଉଲ୍ଲେଖଥାଉ କି, ଗତ ଜୁନ୍ ମାସ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌ ମାଲଗାଡ଼ି ଉପରେ ଚଢ଼ି ଯାଇଥିଲା । ଠିକ୍‌ ସେହି ସମୟରେ ଆସୁଥିବା ବାଙ୍ଗାଲୁରୁ-ହାୱାଡ଼ା ୟେଶବନ୍ତପୁର ଏକ୍ସପ୍ରେସ୍‌ର ଉପରେ ପଡ଼ିଥିଲା କରମଣ୍ଡଳ ଏକ୍ସପ୍ରେସ୍‌ । ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଭାରତୀୟ ରେଳ ବିଭାଗ ଟ୍ରେନ୍ ଚଳାଚଳ ପାଇଁ ଅଧିକ ସତର୍କ ଓ ସାବଧାନ ରହିବା ଉଚିତ୍ ବୋଲି ସାଧାରଣରେ ଆଲୋଚନା ହେଉଛି l

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...